ଓଡ଼ିଶାରେ ଏନଏଚ-326ରେ ପ୍ରଶସ୍ତିକରଣ ଏବଂ ସୁଦୃଢ଼ିକରଣକୁ କ୍ୟାବିନେଟ୍ ମଞ୍ଜୁରି
ଓଡ଼ିଶାରେ ଏନଏଚ-326ରେ ପ୍ରଶସ୍ତିକରଣ ଏବଂ ସୁଦୃଢ଼ିକରଣକୁ କ୍ୟାବିନେଟ୍ ମଞ୍ଜୁରି
ଇପିସି ମୋଡରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ 1526.21 କୋଟି ଟଙ୍କା
ବର୍ତମାନର 2 ଲେନରୁ 2 ଲେନ୍ ଜାତୀୟ ରାଜପଥ 32ରେ 68.600 କିମିରୁ 311.700 କିମି ପର୍ଯ୍ୟନ୍ତ ସେକ୍ସନକୁ ପେଭଡ୍ ଶୋଲଡର୍ ସହିତ କରାଯିବ ଉନ୍ନତିକରଣ
ଦକ୍ଷିଣ ଓଡ଼ିଶା, ବିଶେଷ କରି ଗଜପତି, ରାୟଗଡା ଏବଂ କୋରାପୁଟ ଜିଲ୍ଲା ହେବେ ଉପକୃତ
ଓଡ଼ିଶା ଦେଇ ଯାଇଥିବା 326 ନମ୍ବର ଜାତୀୟ ରାଜପଥ (ଏନ ଏନଏଚ୍)ର ସମ୍ପ୍ରସାରଣ ଏବଂ ସୁଦୃଢ଼ିକରଣ କରାଯିବ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତା ଷତାରେ କେନ୍ଦ୍ର ଚନ୍ଦ୍ର କ୍ୟାବିନେଟ୍ ଏହି ପ୍ରକଳ୍ପକୁ ଅନୁମୋଦନ କରିଛି । ବର୍ତ୍ତମାନର 2 ଲେନରୁ 2 ଲେନ୍ ଏନଏ ନଏଚ-326ରେ 68.600 କିମିରୁ 311.700କିମି ପର୍ଯ୍ୟନ୍ତ ସେକ୍ସନକୁ ଇପିସି ମୋଡ଼ରେ ପେଭଡ୍ ଶୋଲଡର ସହିତ ଉନ୍ନତିକରଣ କରାଯିବା
ଆର୍ଥିକ ବ୍ୟୟ:
ଏହି ପ୍ରକଳ୍ପ ପାଇଁ ମୋଟ୍ 1,526.21 କୋଟି ଟଙ୍କା ଖର୍ଚ୍ଚ ହେବ, ଏଥ୍ରେ 966.79 କୋଟି ଟଙ୍କାର ସିଭିଲ୍ ନିର୍ମାଣ ରହିଛି ।
ଲାଭ :
ଏନଏଚ୍-326 ର ଉନ୍ନତିକରଣ ଦ୍ବାରା ଯାତ୍ରା ଦ୍ରୁତ, ସୁରକ୍ଷିତ ଏବଂ ଅଧିକ ନିର୍ଭରଯୋଗ୍ୟ ହେବ । ଏହାଦ୍ବାରା ଦକ୍ଷିଣ ଓଡ଼ିଶାର ସାମଗ୍ରିକ ବିକାଶ ହେବ । ବିଶେଷକରି ଗଜପତି, ରାୟଗଡା ଏବଂ କୋରାପୁଟ ଜିଲ୍ଲାଗୁଡ଼ିକ ଉପକୃତ ହେବେ | ଉନ୍ନତ ସଡ଼କ ସଂଯୋଗୀକରଣ ସ୍ଥାନୀୟ ବାସିନ୍ଦା, ଶିଳ୍ପ, ଶିକ୍ଷାନୁଷ୍ଠାନ ଏବଂ ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକୁ ସିଧାସଳଖ ଲାଭ ଦେବ ଯାହା ବଜାର, ସ୍ବାସ୍ଥ୍ୟସେବା ଏବଂ ନିଯୁକ୍ତି ସୁଯୋଗକୁ ବୃଦ୍ଧି କରିବ, ଫଳରେ ଏହି ଅଞ୍ଚଳର ସମାବେଶୀ ବିକାଶ ତ୍ବରାନ୍ବିତ ହେବ ।
ବିବରଣୀ: