ଲୋକ ସେବା ଭବନରେ Reels କରିବା ହେଲା କଟକଣା..
ବିଗତ କିଛିଦିନ ହେବ ଲୋକସେବା ଭବନରେ ମାଳମାଳ ରିଲ୍ସ ଭାଇରାଲ ହେବାକୁ ଲାଗିଛି ।
କାର୍ଯ୍ୟାଳୟ ଭିତରେ ଓ କାର୍ଯ୍ୟାଳୟ ବାହାରରେ ରିଲ୍ସ ବନେଇ ଭାଇରାଲ କରାଯାଉଛି ।
ରିଲ୍ସ ଭିଡିଓରେ ଲୋକସେବା ଭବନରେ କାର୍ଯ୍ୟ କରୁଥିବା ସରକାରୀ ଅଧିକାରୀ ଏବଂ କର୍ମଚାରୀ ଓ ଅଭିଯୋଗ ନେଇ ପାୱାର କରିଡର ଯାଉଥିବା ସାଧାରଣ ନାଗରିକ ମଧ୍ୟ ରହିଛନ୍ତି । ବିଶେଷ କରି ବିଭିନ୍ନ ପାର୍ବଣ ଓ ନୂଆବର୍ଷରେ ଏହି ସବୁ ଭିଡିଓ ବନା ଯାଇଛି । ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, “ଲୋକସେବା ଭବନରେ କାର୍ଯ୍ୟ କରୁଥିବା ବ୍ୟକ୍ତି ହୁଅନ୍ତୁ କି ବାହାର ଲୋକ ହୁଅନ୍ତୁ, ସେଠାରେ ରିଲ୍ସର କୌଣସି ଆବଶ୍ୟକତା ନାହିଁ । ଏହା ଠିକ କଥା ନୁହେଁ ।
ଯଦି ଏଭଳି କିଛି ହେଉଛି, ତେବେ ସେଠାରେ ନିୟୋଜିତ ସୁରକ୍ଷା କର୍ମୀ ଓ ପୋଲିସ କର୍ମଚାରୀ ଏଥିପ୍ରତି ନଜର ଦେବେ ।
ପୋଲିସ ବିଭାଗ ଲୋକସେବା ଭବନର ସୁରକ୍ଷା ନେଇ ଯାହା ପଦକ୍ଷେପ ନେବା କଥା ନେବ
ଆଗାମୀ ଦିନରେ ଏଭଳି ଘଟଣା ଯେଭଳି ଲୋକସେବା ଭବନରେ ନହୁଏ, ସେଥିପ୍ରତି ଦୃଷ୍ଟି ଦିଆଯିବ ।
ସାଧାରଣ ଲୋକଙ୍କ ପାଖରେ ଶାସନ ବ୍ୟବସ୍ଥାକୁ ପହଞ୍ଚେଇବା ଲୋକସେବା ଭବନର କାର୍ଯ୍ୟ । ଶାସନ ବ୍ୟବସ୍ଥାକୁ ନିୟନ୍ତ୍ରଣ ହେଉଥିବା ସ୍ଥାନରେ ଏଭଳି କାର୍ଯ୍ୟ ଠିକ ନୁହେଁ ।
ଗାଇଡଲାଇନ ଆଣିବା ପାଇଁ ଗୃହ ବିଭାଗ ତର୍ଜମା କରିବ । ଲୋକସେବା ଭବନରେ ନିୟୋଜିତ ସୁରକ୍ଷା କର୍ମୀଙ୍କୁ ଗୃହ ବିଭାଗ ତାଗିଦ କରିବ ।”