ପ୍ରଥମ ଥର ପାଇଁ ଇଗ୍ନା ମାଧ୍ୟମରେ ପାଠପଢା ସହିତ ଦକ୍ଷତା ଶିକ୍ଷା, ଜନଜାତି ଅଞ୍ଚଳରେ ବଡ଼ ପରିବର୍ତ୍ତନ ଆଣିବ- ଧର୍ମେନ୍ଦ୍ର ପ୍ରଧାନ
ପ୍ରଥମ ଥର ପାଇଁ ଇଗ୍ନା ମାଧ୍ୟମରେ ପାଠପଢା ସହିତ ଦକ୍ଷତା ଶିକ୍ଷା, ଜନଜାତି ଅଞ୍ଚଳରେ ବଡ଼ ପରିବର୍ତ୍ତନ ଆଣିବ- ଧର୍ମେନ୍ଦ୍ର ପ୍ରଧାନ
ସ୍କିଲିଂ ଫର୍ ଏଆଇ ରିଡନେସ୍(ସୋର୍) ଅଧୀନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆଭାସୀ ମାଧ୍ୟମରେ ଲୋକାର୍ପିତ
ରାଷ୍ଟ୍ରପତିଙ୍କ ମାର୍ଗଦର୍ଶନରେ ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକଙ୍କ ପାଖରେ ଆଧୁନିକ ଶିକ୍ଷା ଓ ସୁବିଧା ପହଞ୍ଚାଇବା
ମୟୂରଭଞ୍ଜର ଆଦିବାସୀ ଯୁବପିଢ଼ିଙ୍କ କ୍ଷମତା ବୃଦ୍ଧି କରିବାରେ ଏହି କେନ୍ଦ୍ର ବଡ଼ ଭୂମିକା ଗ୍ରହଣ କରିବ
ଛାତ୍ରଛାତ୍ରୀମାନେ ଶିକ୍ଷା ସହିତ ସିଧାସଳଖ ରୋଜଗାର ଓ ଉଦ୍ୟମିତା ସହ ଯୋଡ଼ି ହୋଇପାରିବେ
ବିକଶିତ ଭାରତର ସ୍ବପ୍ନ ସାକାର କରିବା ପାଇଁ ଦେଶର ୱର୍କଫୋର୍ସକୁ ୫୦% ରୁ ୭୫% କୁ ବୃଦ୍ଧି କରିବା ଲକ୍ଷ୍ୟ
ଆଗାମୀ ପିଢ଼ିକୁ ଏଆଇ ମାଧ୍ଯମରେ ଶିକ୍ଷିତ କରି 'ଏଆଇ ଫର୍ ଅଲ୍' ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରାଯିବ
ମୟୂରଭଞ୍ଜର ପ୍ରାକୃତିକ ସମ୍ପଦ ଓ ଆଦିବାସୀଙ୍କ ଶ୍ରମଶକ୍ତିକୁ ଟେକ୍ନୋଲୋଜି ସହ ଯୋଡ଼ି ସେମାନଙ୍କୁ ଆତ୍ମନିର୍ଭର କରାଯିବ
ନୂଆଦିଲ୍ଲୀ/ଭୁବନେଶ୍ବର, ଜାନୁଆରୀ ୦୧, ୨୦୨୬ - ଇଂରାଜୀ ନୂଆବର୍ଷର ଶୁଭ ଅବସରରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଠାରେ ଇଗ୍ନେ ଆଞ୍ଚଳିକ କେନ୍ଦ୍ର ଏବଂ ଇଗ୍ନା ଦକ୍ଷତା କେନ୍ଦ୍ର ଆଭାସୀ ମାଧ୍ୟମରେ ଉଦଘାଟନ ହୋଇଯାଇଛି ।
ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ସ୍ମିଲିଂ ଫର୍ ଏଆଇ ରିଡନେସ୍(ସୋର୍) ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅଧୀନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଅଭିଭାଷଣ ରଖ୍ କହିଛନ୍ତି ଯେ ରାଇରଙ୍ଗପୁରରେ ଇଗ୍ନେର ଏହି ନୂତନ କେନ୍ଦ୍ର ପ୍ରତିଷ୍ଠା ଦ୍ବାରା ସମାଜରେ ରୋଜଗାର ଓ ଉଦ୍ୟମିତା ବୃଦ୍ଧି ପାଇବ । ପ୍ରଥମ ଥର ପାଇଁ ଇଗ୍ନା ମାଧ୍ୟମରେ ଶିକ୍ଷା ସହିତ ଦକ୍ଷତା ଶିକ୍ଷା ପ୍ରଦାନ କରାଯିବ, ଯାହା ଏକ ବଡ଼ ପରିବର୍ତ୍ତନ ଆଣିବ । ମାନ୍ୟବର ରାଷ୍ଟ୍ରପତି ଜଣେ ଶିକ୍ଷୟିତ୍ରୀ ଭାବେ ନିଜ ଜୀବନର ମୂଲ୍ୟବୋଧ ଓ ସମ୍ମାନର ପରିଚୟ ଦେଇଛନ୍ତି । ତାଙ୍କ ମାର୍ଗଦର୍ଶନରେ ଏହି କେନ୍ଦ୍ରଗୁଡ଼ିକ ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକମାନଙ୍କୁ ବିଶେଷ ଭାବେ ଉପକୃତ କରିବ । ସେ କହିଛନ୍ତି ଯେ, ମୟୂରଭଞ୍ଜର ପ୍ରାକୃତିକ ସମ୍ପଦ, ବନସ୍ପତି ଓ ଶ୍ରମଶକ୍ତିର ସଠିକ୍ ବିନିଯୋଗ ପାଇଁ ସ୍ଥାନୀୟ ଜନଜାତି ଓ ଗ୍ରାମୀଣ ଜନସାଧାରଣଙ୍କୁ ଏଆଇ ଏବଂ ଆଧୁନିକ ଟେକ୍ନୋଲୋଜି ସହିତ ଯୋଡ଼ାଯିବ । ଏହା ସେମାନଙ୍କ କ୍ଷମତା ବୃଦ୍ଧି କରିବାରେ ସହାୟକ ହେବ ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ଭାରତ ବର୍ତ୍ତମାନ 'ଏଆଇ ଇମ୍ପାକ୍ଟ' ସମ୍ମିଳନୀ କରୁଛି । ଯେଉଁ ସମୟରେ ବିଶ୍ବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କୁ ନେଇ ଆଶଙ୍କା କରୁଛି, ଭାରତ ଏହାକୁ ଏକ ସୁଯୋଗ ଭାବେ ଗ୍ରହଣ କରିବା ଉଚିତ୍ । ନୂଆପିଢ଼ିକୁ ଏଆଇ ମାଧ୍ୟମରେ ଶିକ୍ଷାଦାନର ବ୍ୟବସ୍ଥା କରାଯିବ । 'ଏଆଇ ଫର୍ ଅଲ୍' ଆଗାମୀ ଦିନରେ ଏକ 'ଗେମ୍ ଚେଞ୍ଜର' ସାବ୍ୟସ୍ତ ହେବ । ସେହିପରି ପ୍ରଧାନମନ୍ତ୍ରୀଙ୍କ 'ଆତ୍ମନିର୍ଭର ଭାରତ'ର ସ୍ବପ୍ନ ସାକାର କରିବା ପାଇଁ ନାଗରିକଙ୍କ ଆକ ଆଉଟପୁଟ୍ ବଢ଼ାଇବାକୁ ହେବ । ବିକଶିତ ଭାରତ ଗଠନ ପାଇଁ ଆମର ୱର୍କଫୋର୍ସକୁ ୫୦ରୁ ୭୫ ପ୍ରତିଶତକୁ ନେବାକୁ ପଡ଼ିବ ଏବଂ ଏଥିପାଇଁ ଦକ୍ଷତା ବିକାଶ ହିଁ ମୂଳାଧାର ଯ
ଶ୍ରୀ ପ୍ରଧାନ ଏହି ଅବସରରେ ମୟୂରଭଞ୍ଜ ତଥା ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଇଗ୍ନାକୁ ଏହି ଅଭିଯାନରେ ଅଂଶୀଦାର ହୋଇଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଟେକ୍ନୋଲୋଜିର ବ୍ୟବହା ହାର କରି ଆମେ ଏକ
ସ୍ବାଭିମାନୀ ଓ ସମୃଦ୍ଧ 'ନୂଆ ଭାରତ' ଗଠନ କରିବା ପାଇଁ ସଙ୍କଳ୍ପବଦ୍ଧ ବୋଲି ସେ ପ୍ରକାଶ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଜୟନ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲା ବେଳେ ବାରିପଦାରୁ ଭିସି ମାଧ୍ଯମରେ ଓଡ଼ିଶା ସରକାରଙ୍କ ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ଭାରତ ଓ
ରାଜ୍ୟ ସରକାରଙ୍କ ବିଭିନ୍ନ ବରିଷ୍ଠ ଅଧୂକାରୀ ଯୋଗଦେଇଥିଲେ 1