ଲୋକଭବନରେ ମାନ୍ୟବର ଉପ-ରାଷ୍ଟ୍ରପତିଙ୍କୁ ସମ୍ବର୍ଦ୍ଧିତ କଲେ ମାନ୍ୟବର ରାଜ୍ୟପାଳ...

Jan 24, 2026 - 16:11
 7
ଲୋକଭବନରେ ମାନ୍ୟବର ଉପ-ରାଷ୍ଟ୍ରପତିଙ୍କୁ ସମ୍ବର୍ଦ୍ଧିତ କଲେ ମାନ୍ୟବର ରାଜ୍ୟପାଳ...

ଲୋକଭବନରେ ମାନ୍ୟବର ଉପ-ରାଷ୍ଟ୍ରପତିଙ୍କୁ ସମ୍ବର୍ଦ୍ଧିତ କଲେ ମାନ୍ୟବର ରାଜ୍ୟପାଳ...

ଭାରତର ମାନ୍ୟବର ଉପ-ରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକୃଷ୍ଣନଙ୍କୁ ଓଡ଼ିଶା ଲୋକଭବନଠାରେ ମାନ୍ୟବର ରାଜ୍ୟପାଳ ଡ଼କ୍ଟର ହରି ବାବୁ କମ୍ଭମପାଟି ସମ୍ବର୍ଦ୍ଧିତ କରିଛନ୍ତି I 

ଶୁକ୍ରବାର ଦିନ ମାନ୍ୟବର ଉପ-ରାଷ୍ଟ୍ରପତିଙ୍କ ଏକ ଦିନିଆ ଓଡ଼ିଶା ଗସ୍ତ ଅବସରରେ ଉପ-ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଲୋକଭବନର ନ୍ୟୁ ଅଭିଷେକ ହଲ୍‌ ଠାରେ ଏକ ଔପଚାରିକ ଭୋଜି ଆୟୋଜିତ ହୋଇଥିଲା I 

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମପାଟି, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ସହଧର୍ମିଣୀ ଡ଼ାକ୍ଟର ପ୍ରିୟଙ୍କା ମାରାଣ୍ଡି, ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗଙ୍କ ସମେତ ମାନ୍ୟବର ସାଂସଦ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀ ଯୋଗଦେଇ ଥିଲେ।

ଭୋଜନ ପରେ ମାନ୍ୟବର ରାଜ୍ୟପାଳ ମାନ୍ୟବର ଉପ-ରାଷ୍ଟ୍ରପତିଙ୍କୁ ସମ୍ମାନ ସୂଚକ ଭାବେ ଔପଚାରିକ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଏହି ଅବସରରେ ପରିବେଷିତ ଲାଇଭ୍ ଯନ୍ତ୍ର ସଙ୍ଗୀତକୁ ମାନ୍ୟବର ଉପରାଷ୍ଟ୍ରପତି ପ୍ରଶଂସା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମ ଓଡ଼ିଶାର ମହାନ ଅତିଥି ସତ୍କାର ପରମ୍ପରାକୁ ପ୍ରତିଫଳିତ କରିଥିଲା ଏବଂ ମାନ୍ୟବର ଉପ-ରାଷ୍ଟ୍ରପତିଙ୍କ ଗସ୍ତ ଅବସରରେ ବରିଷ୍ଠ ନେତୃତ୍ୱ ଓ ସାମ୍ବିଧାନିକ ପଦାଧିକାରୀଙ୍କ ମଧ୍ୟରେ ପାରସ୍ପରିକ ଆଲୋଚନା ପାଇଁ ଏକ ଉତ୍ତମ ସୁଯୋଗ ପ୍ରଦାନ କରିଥିଲା।

ସୂଚନା ଯୋଗ୍ୟ ଯେ, ଚଳିତ ଜାନୁଆରୀ ୨୩ ତାରିଖ ଶୁକ୍ରବାର ଦିନ ଭାରତର ମାନ୍ୟବର ଉପ-ରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକୃଷ୍ଣନ ଏକ ଦିନିଆ ଓଡ଼ିଶା ଗସ୍ତରେ ଆସି କଟକଠାରେ ପରାକ୍ରମ ଦିବସ ଉତ୍ସବରେ ଯୋଗଦେଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଜୟନ୍ତୀ ପାଳନ ସମାରୋହରେ ଯୋଗଦେଇଥିଲେ ।