ଶଙ୍ଖ ଭବନରେ ବିଶ୍ୱ ଛେନାପୋଡ଼ ଦିବସ ପାଳିତ..
ଶଙ୍ଖ ଭବନରେ ବିଶ୍ୱ ଛେନାପୋଡ଼ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।
ମାନ୍ୟବର ରାଜ୍ୟସଭା ସାଂସଦ ତଥା ବିରୋଧୀ ଦଳ ନେତାଙ୍କ ରାଜନୈତିକ ସଚିବ ଡ଼ ସଂତୃପ୍ତ ମିଶ୍ର ଛେନାପୋଡ଼ କାଟି ଉପସ୍ଥିତ ଦଳର କର୍ମକର୍ତ୍ତା ଓ ନେତୃବୃନ୍ଦଙ୍କୁ ଛେନାପୋଡ଼ ଖୁଆଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ଼ ଲେନିନ ମହାନ୍ତି ଓ ପ୍ରିୟବ୍ରତ ମାଝୀ, ସଂଖ୍ୟାଲଘୁ ସେଲ୍ର ସହ-ସଂଯୋଜକ ରିଜ୍ୱାନା ବେଗମ, ଜ୍ୟୋତ୍ସ୍ନା ପରିଡ଼ା, ଈଲା ସ୍ୱାଇଁ, ସ୍ୱର୍ଣ୍ଣଲତା ସାମଲ, ତିଳୋତ୍ତମା ଚୌଧୁରୀ, ସୁରେନ୍ଦ୍ର ନାଥ ମହାପାତ୍ର ଓ ଦଳର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।