ଶ୍ରୀ ଜୟଦେବ ଇଣ୍ଟରନ୍ୟାସନାଲ ସ୍କୁଲର ନବମ ସମାବର୍ତ୍ତନ ଉତ୍ସବ.
ସ୍ଥାନୀୟ ପଟିଆ କାନନ ବିହାର-୨ ସ୍ଥିତ ଶ୍ରୀ ଜୟଦେବ ଇଣ୍ଟରନ୍ୟାସନାଲ ସ୍କୁଲର ନବମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି।
ବିଦ୍ୟାଳୟର ସଭାନେତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ଯ ଅତିଥି ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଗୋଲକ ପ୍ରସାଦ ମହାପାତ୍ର ଯୋଗ ଦେଇଥିଲେ।
ସେ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ଓ ସହପାଠ୍ୟ ପ୍ରତିଯୋଗିତାରେ ହାସଲ କରିଥିବା କୃତିତ୍ବକୁ ଭୁୟସୀ ପ୍ରଶଂସା କରିଥିଲେ।
ଉକ୍ତ ଉତ୍ସବର ମୁଖ୍ଯବକ୍ତା ସମାଜସେବୀ ଜୟ ପ୍ରକାଶ ମିଶ୍ର ଯୋଗ ଦେଇ ପ୍ରଥମେ ଶିଶୁର ଅନ୍ତର୍ନିହିତ ଶକ୍ତିକୁ ଚିହ୍ନିବା ଓ ତାର ପ୍ରତିଭାର ବିକାଶ ହିଁ ପ୍ରକୃତ ଶିକ୍ଷା ବୋଲି ମତବ୍ୟକ୍ତ କରିଥିଲେ ଓ ଛାତ୍ରଛାତ୍ରୀମାନଙ୍କ ପ୍ରତିଭା ବିକାଶ ଦିଗରେ ଅଭିଭାବକମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ।
ଦଧିଚି ପବ୍ଲିକ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୌଦାମିନି ପଟ୍ଟନାୟକ ଯୋଗ ଦେଇଥିଲେ। ।
ସମ୍ମାନିତ ଅତିଥି ଓଡିଶା ରାଜ୍ୟ ରେଡକ୍ରସ ଅଫିସର ଶ୍ରୀଯୁକ୍ତ ଲକ୍ଷ୍ମଣ ସ୍ୱାଇଁ ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ ଓ ଅଧ୍ୟବସାୟ ଜାରି ରଖିବା ପାଇଁ ପ୍ରେରଣା ଦେଇଥିଲେ।
ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ମନପାଲି ଭାଣୀ ବାର୍ଷିକ ବିବରଣୀ ପାଠ କରିଥିଲେ।
ସ୍କୁଲର ସଂପାଦକ ଶ୍ରୀଯୁକ୍ତ ପ୍ରଦୀପ କୁମାର ପାଣି । ଶିକ୍ଷକ କେବଳ ଶିଶୁକୁ ଶିକ୍ଷା ଦେଇ ନ ଥାଏ, ଶିଶୁକୁ ଜଣେ ବଳିଷ୍ଠ ନାଗରିକ ଗଢିବାରେ ମୁଖ୍ଯ ଭୂମିକା ଗ୍ରହଣ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ।
ଏହି ଉତ୍ସବରେ ଉଭୟେ ପାଠ୍ୟ ଓ ସହପାଠ୍ୟ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କର ରଙ୍ଗାରଙ୍ଗ ନୃତ୍ୟଗୀତରେ ଉପସ୍ଥିତ ଶହ ଶହ ଅଭିଭାବକମାନେ ବିମୋହିତ ହୋଇଥିଲେ।
ଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ସତ୍ୟପ୍ରକାଶ ମିଶ୍ର ଅତିଥିମାନଙ୍କୁ, ନୃତ୍ୟଗୀତରେ ଅଭିନୟ କରିଥିବା ଛାତ୍ରଛାତ୍ରୀମାନଙ୍କୁ ତଥା ଉପସ୍ଥିତ ସମସ୍ତ ଜନତାଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।