ଶ୍ରୀକ୍ଷେତ୍ର ବିମାନ ବିନ୍ଦର ପାଇଁ କେନ୍ଦ୍ରର ଅନୁମତି .

ଶ୍ରୀକ୍ଷେତ୍ର ବିମାନ ବିନ୍ଦର ପାଇଁ କେନ୍ଦ୍ରର ଅନୁମତି . ଓଡ଼ିଶାର ତୀର୍ଥ ନଗରୀ ତଥା ଐତିହ୍ୟ କ୍ଷେତ୍ର, ପୁରୀରେ ଏକ ଗ୍ରୀନ ଫିଲ୍ଡ ବିମାନ ବନ୍ଦର ନିର୍ମାଣ ପ୍ରକଳ୍ପକୁ ଅନୁମୋଦନ ଦେଇଥିବାରୁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ଶ୍ରୀକ୍ଷେତ୍ର ବାସୀ କୃତଜ୍ଞତା ଜ୍ଞାପନ କରୁଛନ୍ତି । ଏହି ପ୍ରକଳ୍ପ ପ୍ରସ୍ତାବ ଅନୁମୋଦନ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ମାନ୍ୟବର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ରାମ ମୋହନ ନାଇଡ଼ୁ ମହୋଦୟ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହୋଦୟଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ଓଡିଶା ଶ୍ରୀକ୍ଷେତ୍ର ବାସୀ । Avnews24 ଭୁବନେଶ୍ୱର ରିପୋର୍ଟ :ରଶ୍ମିରଂଜନ ମିଶ୍ର ଐତିହ୍ୟ ତଥା ଧାର୍ମିକ ପର୍ଯ୍ୟଟନ ନିମନ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଧାମକୁ ପ୍ରତି ବର୍ଷ ଦେଶ ତଥା ବିଶ୍ୱର ଲକ୍ଷ ଲକ୍ଷ ଭକ୍ତ ଏବଂ ପର୍ଯ୍ୟଟକ ଆଗମନ କରନ୍ତି । ଏହି ନିଷ୍ପତ୍ତି ଶ୍ରୀକ୍ଷେତ୍ରରେ ଧାର୍ମିକ ପର୍ଯ୍ୟଟନ ଏବଂ ଆଞ୍ଚଳିକ ବିକାଶକୁ ଆହୁରି ପ୍ରୋତ୍ସାହିତ କରିବା ସହ ବିଶ୍ବର ବିଭିନ୍ନ ପ୍ରନ୍ତ ସହିତ ବିଶ୍ଵ ଐତିହ୍ୟ କ୍ଷେତ୍ର ପୁରୀର ଯୋଗାଯୋଗକୁ ଆହୁରି ସୁଦୃଢ଼ କରିବ ।

ଶ୍ରୀକ୍ଷେତ୍ର ବିମାନ ବିନ୍ଦର ପାଇଁ କେନ୍ଦ୍ରର ଅନୁମତି  .