ଶ୍ରୀମନ୍ଦିର ଅଳଙ୍କାର ଗଣତି ମଣତି ପ୍ରସଙ୍ଗ...
ଶ୍ରୀମନ୍ଦିର ପ୍ରଶାସନଙ୍କ ସୂଚନା ଅନୁସାରେ,
ମହାପ୍ରଭୁଙ୍କର ୯ଟି ଅଳଙ୍କାର ଗଣତି ମଣତି ହୋଇଛି
ପାଢୀ କହିଛନ୍ତି ଯେ, ସ୍ନାନ ପୂର୍ଣ୍ଣିମାରେ ଯାହା ଓଲାଗି ହୋଇଥିଲା ତାହା ଗଣତି ହୋଇଛି।
ଗଣତି ମଣତି କରି ଭଣ୍ଡାର ମେକାପଙ୍କ ଜିମା ଦିଆଯାଇଛି।
ବିଶେଷକରି ୩ ବାଡ଼ର ରତ୍ନଖଚିତ ଚିତା, ଶୁଆ ଥଣ୍ଟିଆ, ରୁପା ରସିକ ଗଣତି କରାଯାଇଛି।
ଓଜନ ମାପ, ଭିଡିଓଗ୍ରାଫି, ଫଟୋଗ୍ରାଫି, ଥ୍ରି ଡି ମ୍ୟାପିଂ କରାଯାଇଛି।
ଖୁସିର କଥା ତାହା ୭୮ ମସିହା ତାଲିକା ସହ ମେଳ ଖାଇଛି।
ଝୋବା ଗଣତି ହୋଇପାରି ନାହିଁ।
ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ରହିଛି; ଆଉ ଗୋଟିଏ ସେଟ୍ ଝୋବା ଭଣ୍ଡାର ମେକାପଙ୍କ ପାଖରେ ରହିଛି।