ଶ୍ରୀମନ୍ଦିରରେ ମଥୁରା ହାଟ ଯୁର ନୀତି...

Sep 21, 2026 - 20:59
 3
ଶ୍ରୀମନ୍ଦିରରେ ମଥୁରା ହାଟ ଯୁର ନୀତି...

" କଳା କଳେବର କ‌ହ୍ନାଇ ସଙ୍ଗେ ରୋହିଣୀସୁତ ।

କରନ୍ତି ମଥୁରା ବିଜୟେ ଦାଣ୍ତେ ଦେଖ ସଙ୍ଗାତ । "

ରାମ ଓ କୃଷ୍ଣ ପାଲିଙ୍କି ଙ୍କୁ ବିଜେ ହୋଇ ଲବଣୀଖିଆ ମଣ୍ଡପ ରୁ ଜଗନ୍ନାଥ ବଲ୍ଲଭ ମଠ ସାମ୍ନା କୁ ବିଜେ କରିଥାନ୍ତି। 

ସେଠାରେ ଅକୃର ପ୍ରସ୍ତାବ ନୀତି ହୋଇଥାଏ ତତ୍ପରେ ଅଳ୍ପ ବାଟ ବିଜେ ପରେ ରଜକ ପ୍ରସ୍ତା, ଧନୁ ଘର ପ୍ରସ୍ତାବ ଓ ମଲ୍ଲ ଯୁଦ୍ଧ ପ୍ରସ୍ତାବ ହୋଇଥାଏ ।

ଶ୍ରୀ ନଅର ସାମନା ରେ ଠାକୁର ମାନେ ପହଁଞ୍ଚିବା ପରେ ସେଠାରେ ଘଟୁଆରୀ କୁବୁଜା ବେଶ ସାଜି ଡାଲା ରେ ଖଇର ଗୁଆ ଆଣି ଭୋଗ କରନ୍ତି

ପୂଜାପଣ୍ଡା ଶୀତଳ ଭୋଗ ମଣୋହୀ କରିବା ପରେ ରକ୍ଷକ ପ୍ରସ୍ତାବ ଓ ମଥୁରା ହାଟ ଯୂର ପ୍ରସ୍ତାବ ଅନୁଷ୍ଠିତ ହୋଇଥାଏ 

ଏଠାରୁ ସିଂହଦ୍ଵାର ପାର୍ଶ୍ୱସ୍ଥ ଏକ ସ୍ଥାନ ରେ କାଷ୍ଠ ନିର୍ମିତ ସିଂହାସନ ଉପରେ ପାଲିଙ୍କି ସହିତ ବିଜେ କରିବା ପରେ କୁବଳୟା ରଜ ପ୍ରସ୍ତାବ. କଂସ ବଧ ପ୍ରସ୍ତାବ ହୁଏ

ଉଗ୍ରସେନ ବେଶ ରେ ଜଣେ ଲୋକ କୁ ଶାଢ଼ି ଦିଆଯାଏ ତତ୍ପରେ ଶୀତଳ ଭୋଗ ଓ ବନ୍ଦାପନା ନୀତି ହୋଇ ବାହୁଡା ବିଜେ ରେ ପ୍ରତିମା ମାନେ ଦକ୍ଷୀଣି ଘର କୁ ବିଜେ କରନ୍ତି |