ସଂସଦର ମୌସୁମୀ ଅଧିବେଶନ 21 ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ I
ଆଜିଠୁ ସଂସଦର ମୌସୁମି ଅଧିବେଶନ ସୋମବାର ଠାରୁ ସଂସଦର ମୌସୁମି ଅଧିବେଶନ ଆରମ୍ଭ ହେବ। ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ କାଳରେ ସରକାର ୧୫ଟି ନୂଆ ଓ ପୁରୁଣା ବିଧେୟକକୁ ଗୃହୀତ କରିବାକୁ ଯୋଜନା କରିଛନ୍ତି। ଏହା ମଧ୍ୟରେ ରହିଛି ଆୟକର ବିଧେୟକ ୨୦୨୫। ଏହି ବିଧେୟକକୁ ଗତ ବଜେଟ୍ ଅଧିବେଶନ କାଳରେ ଆଗତ କରାଯାଇଥିଲା। ଏହି ବିଧେୟକ ଦ୍ବାରା ସରକାର ୧୯୬୧ରୁ ପ୍ରଚଳିତ ଆୟକର ଆଇନରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ବିଧେୟକ ଉପରେ ଏବେ ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ବାଧୀନ ଯୁଗ୍ମ ସଂସଦୀୟ କମିଟି ତର୍ଜମା କରୁଛି। କମିଟି ଏହାର ରିପୋର୍ଟ ଚଳିତ ସପ୍ତାହରେ ପ୍ରଦାନ କରିବ। ଏହା ସହିତ ମଣିପୁରରେ ରାଷ୍ଟ୍ରପତି ଶାସନ କାର୍ଯ୍ୟକାରୀ କରାଯିବାର ଅବଧି ବୃଦ୍ଧି ଉପରେ ଆଲୋଚନା କରାଯିବ। ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ କୌଣସି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିଲେ ଏହାର ଅବଧିକୁ ପ୍ରତି ୬ମାସରେ ସଂସଦର ଅନୁମୋଦନ ଆବଶ୍ୟକ ପଡିଥାଏ। ବିଭିନ୍ନ ବିଧେୟକ ଆଗତ ଓ ଗୃହୀତ କରାଯିବା ସହିତ ସଂସଦର ଏହି ଅଧିବେଶନ କାଳରେ ଆହ୍ଲାବାଦ ହାଇକୋର୍ଟ ବିଚାରପତି ଯଶବନ୍ତ ବର୍ମାଙ୍କ ବହିଷ୍କାର ନେଇ ମହାଭିଯୋଗ ପ୍ରସ୍ତାବ ଆଗତ କରାଯିବ। ଏହି ମହାଭିଯୋଗ ପ୍ରସ୍ତାବ ସଂସଦୀୟ ଇତିହାସରେ ସବୁଠାରୁ ବଡ ଘଟଣା ହେବ।