ପୋଲିସ ହାତରେ ୨ ଲୁଟେରା

ସମ୍ବଲପୁର : ସମ୍ବଲପୁରର ଗୋଟେ ଅଳଙ୍କାର ଦୋକାନରୁ ଅଳଙ୍କାର ଲୁଟ କରିଛନ୍ତି ଲୁଟେରା । ଅଳଙ୍କାର ଦୋକାନୀ ଦୋକାନରୁ ଲୁଟ ଖବର ପାଇ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ, ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଡକାୟତଙ୍କ ଠାରୁ ପୋଲିସ ବାଇକ୍, ମାରଣାସ୍ତ୍ର ସହ ନଗଦ ଟଙ୍କା ଓ ସୁନା ଅଳଙ୍କାର ଜବତ କରିଛି । ୨ ଡକାୟତଙ୍କ ପରିଚୟ ମିଳିଥିବାବେଳେ ଆଉ କେହି ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ପୋଲିସ ସେହି ଘଟଣାର ତଦନ୍ତ ଆରମ୍ଭ କରିଛି ।

ପୋଲିସ ହାତରେ ୨ ଲୁଟେରା