ସର୍ବଭାରତୀୟ ଅଖିଳ ବ୍ରାହ୍ମଣ ସମ୍ମିଳନୀ...
ସର୍ବଭାରତୀୟ ଅଖିଳ ବ୍ରାହ୍ମଣ ସମ୍ମିଳନୀ...
ଭୁବନେଶ୍ୱରର 'ଓଡ଼େଶା ଭବନ'ରେ ଆୟୋଜିତ ସର୍ବଭାରତୀୟ ଅଖିଳ ବ୍ରାହ୍ମଣ ସମ୍ମିଳନୀରେ ଡ଼ଃ ସୁନୀତି ମୁଣ୍ଡ ଯୋଗଦେଇ କହିଲେ— “ବ୍ରାହ୍ମଣ ସଦା ସମାଜର କଲ୍ୟାଣ ଓ ମଙ୍ଗଳକୁ ପ୍ରାଥମିକତା ଦେଇଥାନ୍ତି, ଯାହା ଶେଷ ପର୍ଯ୍ୟନ୍ତ ରାଷ୍ଟ୍ରର ସମଗ୍ର ବିକାଶକୁ ନିଶ୍ଚିତ କରେ।”
ସେ କର୍ମକାଣ୍ଡ କରୁଥିବା ବ୍ରାହ୍ମଣମାନଙ୍କ ସମସ୍ୟା ଉପରେ ଚିନ୍ତା ବ୍ୟକ୍ତ କରି ସେମାନଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳିବା ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।
ସେ ଆହୁରି କହିଥିଲେ ଯେ, ଏପରି ସମ୍ମିଳନୀମାନେ ଆମ ସଂସ୍କୃତି, ପରମ୍ପରା ଓ ସାମାଜିକ ଏକତାକୁ ଆହୁରି ଶକ୍ତିଶାଳୀ କରେ।
ଏହି ଅବସରରେ ଦେଶର ବିଭିନ୍ନ ରାଜ୍ୟରୁ ବ୍ରାହ୍ମଣମାନଙ୍କ ବିଶାଳ ସମାଗମ ଦେଖିବାକୁ ମିଳିଥିଲା।