ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲା ରହିବ :

Jan 10, 2026 - 14:23
 14
ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲା ରହିବ :

ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲା ରହିବ :

ମୋବାଇଲ ଆପ୍ ପଞ୍ଜିକରଣ ମାଧ୍ଯମରେ ସର୍ବସାଧାରଣଙ୍କ ପ୍ରବେଶ ଅନୁମତି :

ଭୁବନେଶ୍ୱର, ତା ୦୯.୦୧.୨୦୨୬ ଭୁବନେଶ୍ୱର ଲୋକଭବନ ଉଦ୍ୟାନ ଚଳିତ ଜାନୁଆରୀ ମାସ ୧୦ ରୁ ୨୦ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲା ରହିବ ବୋଲି ନିଷ୍ପତି ନିଆଯାଇଛି। କେବଳ ମୋବାଇଲ୍ ଆପ୍ ପଞ୍ଜିକରଣ ମାଧ୍ଯମରେ ସର୍ବସାଧାରଣଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯିବ ଏବଂ ଲୋକଭବନ ଉଦ୍ୟାନ ପରିଦର୍ଶନ ପାଇଁ କୌଣସି ପ୍ରବେଶ ଶୁଳ୍କ ଦେବାକୁ ପଡ଼ିବ ନାହିଁ । ଏଥ୍ ନିମନ୍ତେ ପ୍ଲେ ଷ୍ଟୋର କିମ୍ବା ଆପ ଷ୍ଟୋରରୁ ଉଦ୍ୟାନ ପରିଦର୍ଶନ, ଲୋକଭବନ, ଓଡ଼ିଶାର ମୋବାଇଲ୍ ଆପ୍ ଡାଉନ୍‌ଲୋଡ଼ କରିବାକୁ ପଡ଼ିବ। ଓଡ଼ିଶାର ଲୋକଭବନ ୱେବ୍‌ସାଇଟରେ ଉପଲବ୍ଧ ଥ‌ିବା କ୍ୟୁ-ଆର୍ କୋଡ଼ ମାଧ୍ୟମରେ ମୋବାଇଲ୍ ଆପ୍ ମଧ୍ଯ ଡାଉନ୍‌ଲୋଡ କରାଯାଇପାରିବ।

ଉପରୋକ୍ତ ଧାର୍ଯ୍ୟ ତାରିଖ ଅବଧୂ ମଧ୍ଯରେ ଅପରାହ୍ନ ଘ୨.୩୦ମି. ରୁ ସଂନ୍ଧ୍ୟା ଘ୬.୧୫ମି. ଘଟିକା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଲୋକଭବନ ଉଦ୍ୟାନ ପରିଦର୍ଶନ ସମୟ ଧାର୍ଯ୍ୟ କରାଯାଇଛି। ସେହିପରି ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଉଦ୍ୟାମ ॥ନ ପରିଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ଏ ସଂପର୍କରେ ଏ.ଡ଼ି.ସି | ଆର.ଆଇ. ଲୋକଭବନଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଉଦ୍ୟାନ ପରିଦର୍ଶନ ନିମନ୍ତେ ଅନୁରୋଧ ପ‌ତ୍ର ପଠାଇବା ଆବଶ୍ୟକ ବୋଲି ସୂଚନା ଦିଆଯାଇଛି। ସ୍କୁଲ ପିଲା ପିଲାମାନଙ୍କ ପାଇଁ ଉଦ୍ୟାନ ପରିଦର୍ଶନ ସମୟ ସକାଳ ଘ ୮.୩୦ ମି. ରୁ ୧୦ ଘଟିକା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ଏ ସ ସଂପର୍କରେ ଅଧିକ ବିବରଣୀ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ୱେବ୍‌ସାଇଟ୍‌ https://lokbhavan.odisha.gov.in ପରିଦ ରିଦର୍ଶନ କରିପାରିବେ। ସ୍କୁଲ ଛାତ୍ରଛାତ୍ରୀମାନେ ସ୍କୁଲ ୟୁନିଫର୍ମ ଓ ପରିଚୟ କାର୍ଡ଼ ପରିଧାନ ପୂର୍ବକ ଶିକ୍ଷକ | ଶିକ୍ଷୟିତ୍ରୀ/ସ୍କୁଲ କର୍ମଚାରୀଙ୍କ ତତ୍ତ୍ୱାବଧାନରେ ଆସିବେ। ସୂଚନାଯୋଗ୍ୟ ଯେ ସମସ୍ତ ଉଦ୍ୟାନ ଦର୍ଶନାର୍ଥୀମାନଙ୍କ ପାଇଁ ନ୍ୟୁ ଅଭିଷେକ ହଲ୍ ନିକ ନିକଟସୁ ୩ ନମ୍ବର ଗେଟ୍‌ରେ ପ୍ରବେଶ ଏବଂ ସିକ୍ୟୁରିଟି ବାରାକ ନିକଟସ୍ତୁ ଗେଟ୍‌ରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଲୋକଭବନ ଉଦ୍ୟାନର ବାର୍ଷିକ ପରିଦର୍ଶନ ଜନସାଧାରଣଙ୍କ ପାଇଁ ଏକ ପ୍ରତୀକ୍ଷିତ ଅବସର। ପ୍ରତିବର୍ଷ ବହୁସଂଖ୍ୟାରେ ଜନସାଧାରଣ ତ‌ଥା ଛାତ୍ରଛାତ୍ରୀ ଲୋକଭବନ ଉଦ୍ୟାନର ପ୍ରାକୃତିକ ଶୋଭା ସୌନ୍ଦର୍ଯ୍ୟ ଓ ସବୁଜିମା ଏବଂ ଶାନ୍ତିପୂର୍ଣ୍ଣ ପରିବେଶ ଉପଭୋଗ କରିଥାନ୍ତି। ଚଳିତ ଜାନୁଆରୀ ମାସ ୭ ତାରିଖରେ ଉଦ୍‌ଘାଟିତ “ଅଟଳ ବନ” ଲୋକଭବନର ସୌନ୍ଦର୍ଯ୍ୟ ବୃଦ୍ଧି କରିଛି। ଅଟଳ ବନରେ ପ୍ରଦର୍ଶିତ ଯୁଦ୍ଧ ଟ୍ୟାଙ୍କ ‘ଟି-୫୫’, ଯୁଦ୍ଧ ବିମାନ ‘ରାଫେଲ’ର ପ୍ରତିକୃତି, ଜଳାଶୟ, ଝରଣା ଆଦି ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି।