ସାକ୍ଷୀଗୋପାଳ ମନ୍ଦିରରେ ଲଷ୍ମୀନାରାୟଣଙ୍କ ବେଶ ଖୁବ ମନୋରମ...

Nov 3, 2025 - 10:45
 17
ସାକ୍ଷୀଗୋପାଳ ମନ୍ଦିରରେ ଲଷ୍ମୀନାରାୟଣଙ୍କ ବେଶ ଖୁବ ମନୋରମ...

ସାକ୍ଷୀଗୋପାଳ ମନ୍ଦିର ରେ ଠାକୁର ଶ୍ରୀ ଶ୍ରୀ ଗୋପାଳ ଜୀଉ ଓ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କର ମନୋରମ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହୋଇଥିଲା l ଠାକୁରଙ୍କର ଏହି ଲକ୍ଷ୍ମୀ ନାରାୟଣ ବେଶ ଦର୍ଶନ ନିମନ୍ତେ ଆଜି ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା l ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଧାଡିରେ ଯାଇ ମନ୍ଦିରରେ ପ୍ରବେଶ କରିଥିଲେ l 

ସାକ୍ଷୀଗୋପାଳ ଠାକୁର ଉତ୍ତର ଭାରତରୁ ଆସିଥିବାରୁ ବର୍ଷ ସାରା ସାକ୍ଷୀଗୋପାଳ ମନ୍ଦିରରେ ଗହମରୁ ପ୍ରସ୍ତୁତ ସାମଗ୍ରୀ ରେ ଭୋଗ ନୈବେଦ୍ୟ ଅର୍ପଣ କରାଯାଇ ଥାଏ l ବର୍ଷକରେ ଆଜି ଗୋଟିଏ ଦିନ ନିମନ୍ତେ ସ୍ଥାନୀୟ ଅଞ୍ଚଳର ମୁଖ୍ୟ ଫସଲ ଧାନରୁ ପ୍ରସ୍ତୁତ ଚୁଡାରେ ପ୍ରସ୍ତୁତ ଚୁଡାଘସା ପ୍ରସ୍ତୁତ କରାଯାଇ ଠାକୁରଙ୍କୁ ଭୋଗ ନୈବେଦ୍ୟ ଅର୍ପଣ କରାଯାଇଥିଲା l 

ସ୍ଥାନୀୟ ଭକ୍ତ ମାନେ ମନ୍ଦିର ବେଢାରେ ଗୁଣ୍ଡ ଚୁଡାରେ ଚିନି କିମ୍ବା ଗୁଡ଼ ସହିତ ଅଳେଇଚ, ଦେଶୀ କମଳା, ଗୋଲ ମରିଚ, ନଡ଼ିଆ ଲବଙ୍ଗ, ଛେନା ଓ କର୍ପୁର ଆଦି ମିଶ୍ରଣ କରି ସ୍ୱାଦିଷ୍ଟ, ସୁମିଷ୍ଟ ଓ ସୁବାସିତ ଚୁଡାଘସା ପ୍ରସ୍ତୁତ କରି ଠାକୁରଙ୍କୁ ଭୋଗ ନୈବେଦ୍ୟ ଅର୍ପଣ କରିଥିଲେ l ଚୁଡାଘସା ମହକରେ ମନ୍ଦିର ପରିସର ମହକି ଉଠିଥିଲା l  

ଶହଶହ ସଂକୀର୍ତ୍ତନ ମଣ୍ଡଳୀ ମନ୍ଦିର ବେଢା ଓ ବେଢା ବାହାରେ ହରିନାମ ଗାୟନ କରିବା ସହିତ ସଂକୀର୍ତ୍ତନ ପରିବେଷଣ କରିଥିଲେ l ହରିନାମ ସଂକୀର୍ତ୍ତନରେ ମନ୍ଦିର ପରିସରରେ ଆଧ୍ୟାତ୍ମିକ ମୟ ପରିଵଶ ସୃଷ୍ଟି ହୋଇଥିଲା ।

ଗତକାଲି ରାତ୍ର ୨ ଟାରୁ ମନ୍ଦିର ଦ୍ଵାର ଉନ୍ମୋଚନ, ମଙ୍ଗଳ ଆଳତି, ଵେଶ ମଇଲମ, ମର୍ଦ୍ଦନ, ଅବକାଶ, ଲକ୍ଷ୍ମୀ ନାରାୟଣ ଵେଶ, ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା, ଵଲ୍ଲଭ, ସକାଳ ଧୂପ, ଵାଳଧୁପ ଓ ଆଳତି ଦେଵନୀତି ପରେ ସକାଳ ୬ ଟାରୁ ସାହଣମେଲା ଦର୍ଶନ ଆରମ୍ଭ ହୋଇଥିଲା l