ମହାପ୍ରଭୁଙ୍କ ଚିତାଲାଗି ପ୍ରଥାରେ ଶ୍ରୀମନ୍ଦିରରେ ବ୍ୟବସ୍ଥା...

Aug 12, 2026 - 08:52
 9
ମହାପ୍ରଭୁଙ୍କ ଚିତାଲାଗି ପ୍ରଥାରେ ଶ୍ରୀମନ୍ଦିରରେ ବ୍ୟବସ୍ଥା...

ଶ୍ରୀମନ୍ଦିର ରେ ପାଳିତ ଅନେକ ଯାତ୍ରା , ଉପଯାତ୍ରା ତଥା ଉତ୍ସବାଦି ଓ ତ୍ରୟୋଦଶ ଯାତ୍ରା ବ୍ୟତୀତ ୫୦ରୁ ଉର୍ଦ୍ଧ ଉପଯାତ୍ରା , ଉତ୍ସବାଦି ମଧ୍ୟରେ *ଚିତାଲାଗି ଅମାବାସ୍ୟା* ଅନ୍ୟତମ ଅଟେ ।

"ଶ୍ରାବଣସ୍ୟ ଚ ଦର୍ଶେ ଅପିହ୍ୟରୁଣୋଦୟକାଳକେ।

ନୈବେଦ୍ୟାମଧିକଂ ଦଦ୍ୟାତ୍ ପ୍ରାତଃ ପୂଜନକାଳକେ।।

ସୁବର୍ଣ୍ଣରଚିତଂ ଦିବ୍ୟଂ ନାନାରତ୍ନସମୁଜ୍ଜ୍ଵଳମ୍।

ତିଳକଂ ତୁ କପାଳେଷୁ ଦେବାନାଂ ଭିଲ୍ଲଜାତୟଃ।।"

ଶ୍ରାବଣ ଅମାବାସ୍ୟା ଦିନ ଶ୍ରୀମନ୍ଦିର ରେ *ଚିତା ଲାଗି ଅମାବାସ୍ୟା ନୀତି* ପାଳିତ ହୋଇଥାଏ। 

ଏହି ଦିନ ମହାପ୍ରଭୁଙ୍କୁ *ସ୍ଵର୍ଣଚିତା* ଲାଗି ହୋଇଥାଏ।

ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ରତ୍ନସିଂହାସନ ରୁ ଶ୍ରୀଦେବୀ ଓ ଭୂଦେବୀ ଖଟଶେଯ ଘରକୁ ବିଜେ କରିଥାନ୍ତି । 

ଏହାପରେ ଶ୍ରୀଜୀଉମାନଙ୍କ ଝୋବା ମଇଲମ ହୋଇ ଜୟ ବିଜୟ ଦ୍ୱାର ବନ୍ଦ ହୋଇଥାଏ । 

ସାଗର ବିଜେ କରିଥିବା 

ଅମାବାସ୍ୟା ଠାକୁର

ଶ୍ରୀମନ୍ଦିର କୁ ବାହୁଡା ବିଜେ କରିବା ପରେ ପତି ମହାପାତ୍ର , ବାଡ଼ଗ୍ରାହୀ ଦଇତା ମାନେ ରତ୍ନସିଂହାସନାଧିଷ୍ଠିତ ଶ୍ରୀଜୀଉ ଙ୍କର ଚିତାଲାଗି କାର୍ଯ୍ୟ କରିଥାନ୍ତି । 

ତିନୋଟି *ସ୍ବର୍ଣ୍ଣ ଚିତା*

ଶ୍ରୀଜୀଉମାନଙ୍କ କପାଳର ଶୀର୍ଷ ଭାଗରେ ପାଟ ଡୋର ସାହାଯ୍ୟରେ ଏହାକୁ ଦୃଢ଼ ଭାବରେ ବନ୍ଧା ଯାଇଥାଏ ।

ଜୟ ଜଗନ୍ନାଥ