ସୁଭଦ୍ରା ଯୋଜନାର ସମୀକ୍ଷା ବୈଠକ...

Jan 8, 2026 - 21:44
 4
ସୁଭଦ୍ରା ଯୋଜନାର ସମୀକ୍ଷା ବୈଠକ...

ସୁଭଦ୍ରା ଯୋଜନାର ସମୀକ୍ଷା ବୈଠକ...

ମହିଳା ଓ ଶିଶୁ ବିକାଶ ଆନୁକୂଲ୍ୟରେ ବିଭାଗୀୟ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ସୁଭଦ୍ରା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । 

ଚଳିତ ଜାନୁୟାରୀ ମାସରେ ସାଢେ ୪ ଲକ୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀମାନଙ୍କୁ ସୁଭଦ୍ରା ସହାୟତା ପ୍ରଦାନ କରାଯିବ ବୋଲି ଏହି ବୈଠକରେ ସ୍ଥିର କରାଯାଇଛି । 

ଏଥିରେ ୧ ଲକ୍ଷ ୭୮ ହଜାର ୩୯୮ ନୂତନ ପଞ୍ଜୀକୃତ ସୁଭଦ୍ରା ହିତାଧିକାରୀ, ଆଗରୁ କୌଣସି କାରଣରୁ ବାଦ ପଡିଥିବା ଓ ପରେ ଅଭିଯୋଗ ଶୁଣାଣିର ତଦନ୍ତ ଦ୍ଵାରା ଯୋଡିହୋଇଥିବା ୨୪ ହଜାର ୧୮ ଜଣ ହିତାଧିକାରୀ, ଅନ୍ୟ ୨ ଲକ୍ଷ ୫୫ ହଜାର ୨୨୬ ଜଣ ହିତାଧିକାରୀଙ୍କୁ ମିଶାଇ ସମୁଦାୟ ୪ ଲକ୍ଷ ୫୭ ହଜାର ୬୮୧ ଜଣ ହିତାଧିକାରୀଙ୍କୁ ବକେୟା ସୁଭଦ୍ରା ସହାୟତା କିସ୍ତି ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ ତଥ୍ୟ ଦିଆଯାଇଛି । 

ଏହି ବୈଠକରେ ଆସନ୍ତା ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ମାର୍ଚ୍ଚ ୮ରେ ପ୍ରଦାନ କରିବାକୁ ଥିବା ଚତୁର୍ଥ କିସ୍ତି ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । 

ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କୁ ଚତୃର୍ଥ କିସ୍ତି ସୁନିଶ୍ଚିତ କରିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା।