ସୁସ୍ଥ ଭାରତ ପାଇଁ ତମାଖୁମୁକ୍ତ ଜୀବନଶୈଳୀ

Jun 1, 2026 - 12:06
 8
ସୁସ୍ଥ ଭାରତ ପାଇଁ ତମାଖୁମୁକ୍ତ ଜୀବନଶୈଳୀ

ଭୁବନେଶ୍ବର, ମେ ୩୧: ବିଶ୍ବ ତମାଖୁ ବର୍ଜନ ଦିବସ ୨୦୨୬ ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସୁ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ବର ପକ୍ଷରୁ ଜେନେସିସ ହିଲିଂ ସେଣ୍ଟର, ଭୁବନେଶ୍ବରଠାରେ ତମାଖୁ ସେବନର କୁପ୍ରଭାବ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ତମାଖୁ ସେବନର ବ୍ୟକ୍ତିଗତ ସ୍ଵାସ୍ଥ୍ୟ, ପରିବାର, ସମାଜ ଏବଂ ସମଗ୍ର ଦେଶ ଉପରେ ପଡୁଥିବା କୁପ୍ରଭାବ ସମ୍ପର୍କରେ ଆଲୋକପାତ କରାଯାଇଥିଲା । ବିଶିଷ୍ଟ ଅର୍ଥନୀତିଜ୍ଞ ଡଃ ରମଣ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକ ସୁସ୍ଥ ଓ ବିକଶିତ ଭାରତ ଗଠନ ପାଇଁ ତମାଖୁମୁକ୍ତ ଜୀବନଶୈଳୀ ଅବଲମ୍ୱନର

ଆବଶ୍ୟକ‌ତା ଉପରେ ଆଲୋକପାତ କରିଥିଲେ | ବିଶେଷକରି ଯୁବପିଢ଼ିଙ୍କୁ ତମାଖୁ ଠାରୁ ଦୂରେଇ ରହିବା ଏବଂ ନିଜ ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବାକୁ ସେ ଆହ୍ବାନ ଦେଇଥିଲେ |

ଜେନେସିସ ହିଲିଂ ସେଣ୍ଟରର ପରିଚାଳନା ଟ୍ରଷ୍ଟି ଶ୍ରୀ ବିଶ୍ବଜିତ ପଣ୍ଡା ଏବଂ ଟ୍ରଷ୍ଟି ଶ୍ରୀମତୀ ସୁସ୍ମିତା ପଣ୍ଡା ତମାଖୁ ଏବଂ ନିଶାଗ୍ରସ୍ତ ବ୍ୟକ୍ତିମାନଙ୍କୁ ପରାମର୍ଶ ଏବଂ ପୁନର୍ବାସ ପ୍ରଦାନ କ୍ଷେତ୍ରରେ ସେମାନଙ୍କ ଅନୁଭୂତି ବାଣ୍ଟିଥିଲେ | ନିଶାମୁକ୍ତ ଜୀବନ ଗଠନରେ ସଚେତନତା, ପାରିବାରିକ ସହଯୋଗ ଏବଂ ଠିକ୍ ସମୟରେ ହସ୍ତକ୍ଷେପର ଗୁରୁତ୍ୱ

ଉପରେ ସେମାନେ ଆଲୋକପାତ କରିଥିଲେ |

କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ସିବିସି ଭୁବନେଶ୍ବରର ବରିଷ୍ଠ କଳାକାରମାନଙ୍କ ଦ୍ବାରା ପରିବେଷିତ ଏକ ସଚେତନତାମୂଳକ ନାଟକ । ଶ୍ରୀ ହିମାଂଶୁ ଶେଖର ନାୟକ, ଶ୍ରୀ ଅଭିଜିତ ଭୌମିକ, ଡ. ତାପସ ପଲ ଏବଂ ଶ୍ରୀ କୁଳମଣି ସାହୁଙ୍କୁ ନେଇ ଗଠିତ ଏହି ସାଂସ୍କତ୍ମିକ ଦଳ ତମାଖୁ ସେବନର କୁପ୍ରଭାବ ଏବଂ ଏହା ଦ୍ବାରା ବ୍ୟକ୍ତି ଓ ପରିବାର ଉପରେ ପଡୁଥିବା ଭୟାବହ ପ୍ରଭାବକୁ ଅତ୍ୟନ୍ତ ଜୀବନ୍ତ ଭାବରେ ଉପସ୍ଥାପନ କରିଥିଲେ |

ଏହି ଅବସରରେ ତମାଖୁ ନିଷେଧ ଶପଥ ପାଠ କରାଯାଇଥିଲା ଏବଂ ଉପସ୍ଥିତ ସମସ୍ତଙ୍କୁ ତମାଖୁ ଜାତ ଦ୍ରବ୍ୟଠାରୁ ଦୂରେଇ ରହି ସୁସ୍ଥ ଜୀବନଶୈଳୀ ଅବଲମ୍ବନ କରିବାକୁ ଆହ୍ବାନ ଦିଆଯାଇଥିଲା |

ଜେନେସିସ ହିଲିଂ ସେଣ୍ଟରର ପରାମର୍ଶଦାତା ଶ୍ରୀ ବିଶ୍ବରଞ୍ଜନ ମିଶ୍ରଙ୍କ ସମେତ କେନ୍ଦ୍ରର କର୍ମଚାରୀ ଏବଂ ଅନ୍ତେବାସୀମାନେ ଉପସ୍ଥିତ ଥିଲେ | ସିବିଡି ସିବିସି ଭୁବନେଶ୍ବରର କ୍ଷେତ୍ର ପ୍ରଚାର ଅଧିକାରୀ ସସ୍ମିତା ପାଇକରାୟ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନ ଳନା କରିଥିଲେ |