ସୂଚନାର ସମୟୋଚିତ, ସ୍ବଚ୍ଛ ଏବଂ ସୁଲଭ ପ୍ରସାରଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ: ପିଆଇବି ଏଡିଜି ଅଖୂଳ କୁମାର ମିଶ୍ର
କୋରାପୁଟ, ମାର୍ଚ୍ଚ ୨୭, ୨୦୨୬
ଚାରିଦିନିଆ ଗୁରୁତ୍ବପୂର୍ଣ୍ନ କୋରାପୁଟ ଗସ୍ତ ଅବସରରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଓ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି)ର ଅତିରିକ୍ତ ମହାର୍ନିର୍ଦ୍ଦେଶକ ଶ୍ରୀ ଅଖେଳ କୁମାର ମିଶ୍ର ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ବିଶ୍ବବିଦ୍ୟାଳୟ ପରିସର ଆୟୋଜିତ ‘“ଯୋଗାଯୋଗର ସମାଜଶାସ୍ତ୍ର” ଶୀର୍ଷକ ଆଲୋଚନାଚକ୍ର କ୍ରକୁ ସେ ସମ୍ବେ ମ୍ବୋଧୂତ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବରେ ଯୋଗଦେଇ ଶ୍ରୀ ମିଶ୍ର କହିଥିଲେ, ଡିଜିଟାଲ ଯୁଗରେ ନୀତି ପ୍ରଣୟନ ଏବଂ ଜନସଚେତନତା ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ସୂଚନାର ର ସମୟୋଚିତ, ସ୍ବଚ୍ଛ ଏବଂ ସୁଲଭ ପ୍ରସାରଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସେ ସମାବେଶୀ ଜାତୀୟ ବିକାଶ ଗରେ ଯୋଗଦାନ ଦେବା ପାଇଁ ସରକାରୀ ଯୋଜନା ଏବଂ କଲ୍ୟାଣକାରୀ ପଦକ୍ଷେପଗୁଡ଼ିକ ତୃଣମୂଳ ସ୍ତରରେ ପହଞ୍ଚାଇବା ଲାଗି ପ୍ରଭାବଶ ଯୋଗାଯୋଗ ଉପକରଣ ଉପଯୋଗ କରିବା ଉପରେ ଗୁ ଗୁରୁତ୍ଵ ଦେଇଥିଲେ। ବଶାଳୀ
ସେ ନାଗରିକ ଅଂଶଗ୍ରହଣ ବୃଦ୍ଧି କରିବା ଏବଂ ଶାସନ ପ୍ରତି ଜନସାଧାରଣଙ୍କ ବିଶ୍ବାସକୁ ସୁଦୃଢ଼ କରିବା ପାଇଁ ଡିଜିଟାଲ୍ ମିଡିଆ ପ୍ଲାଟଫର୍ମ ତଥା ସମ୍ପ୍ରଦାୟ-ଆଧାରିତ -ଆଧାରିତ ଯୋଗାଯୋଗ ପାଗ ପଦ୍ଧତିର ବ୍ୟବହାର ସମେତ ଅଭିନବ ପ୍ରସାର ରଣନୀତିର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ବାରୋପ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର କୁଳପତି ନରସିଂହ ଚରଣ ପଣ୍ଡା, ସମାଜବିଜ୍ଞାନ ବିଭାଗର ମୁଖ୍ୟ ଡକ୍ଟର କପିଲା ଖେମୁଣ୍ଡା, ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ମୁଖ୍ୟ ଡକ୍ଟର ନିଖୂଲ ଗୌଡ଼ା ଏବଂ ସହାୟକ ପ୍ରଫେସର ଡକ୍ଟର ସୌରଭ ଗୁପ୍ତାଙ୍କ ସମେତ ଅଧ୍ୟାପକ, ଗଣମାଧ୍ୟ ଧ୍ଯମ ପେସାଦାର ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥୂଲେ।
ବିଶ୍ବବିଦ୍ୟାଳୟର କୁଳପତି ଶ୍ରୀ ପଣ୍ଡା କହିଥିଲେ, ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ।ଯୋଗ ପଢୁଥିବା ଛାତ୍ରଛାତ୍ରୀ ସେମାନଙ୍କ ବୃତ୍ତାରେ ନୈତିକତାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ଜାୟ ରଖୁବା ଉଚିତ। ଦାୟିତ୍ଵପୂର୍ଣ୍ଣ ସାମ୍ବାଦିକତା ଜନମତ ଗଠନ କରିବା ଏବଂ ସମାଜରେ ସଠିକ୍ ଓ ପ୍ରମାଣିକ ସୂଚନା ପହଞ୍ଚାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରେ। ତଥ୍ୟ-ଭିତ୍ତୀକ ରିପୋର୍ଟିକୁ ପ୍ରୋତ୍ସା ତ୍ସାହନ ଏବଂ ଭୁଲ ସୂଚନାକୁ ପ୍ରତିହତ କରି ସକାରାତ୍ମକ ପରିବର୍ତ୍ତନର ବାହକ ଭାବରେ କାର୍ଯ୍ୟ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ବାନ କରିଥିଲେ। ‘“ନୈତିକ ସାମ୍ବାଦିକତା କେବଳ ବିଶ୍ବସନୀୟତା ପାଇଁ ନୁହେଁ ବରଂ ଗଣିତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ପାଇଁ ศย ଜରୁରୀ,'' 1,” প্রে ଆହୁରି ମଧ୍ୟ କହିଥିଲେ।
ଏହି ଆଲୋଚନାଚକ୍ରରେ ଅଧ୍ୟାପକ, ଗଣମାଧ୍ୟମ ପେସାଦାର ଓ ଛାତ୍ରଛାତ୍ରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ ଏବଂ ବିଭିନ୍ନ ଯୋଗାଯୋଗ ଅଭ୍ୟାସ, ସରକାରୀ ପ୍ରଚାରରେ ରହିଥିବା ସମସ୍ୟା ଏବଂ ବିକାଶର କାହାଣୀରେ ଗଣମାଧ୍ଯମର ଭୂମିକା ଉପରେ ଆଲୋଚନା କରିଥିଲେ।
ଶେଷରେ ଏକ ମତବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥୁରେ ଅଂଶଗ୍ରହଣକାରୀମାନେ ସାର୍ବଜନୀନ ସେବା ପ୍ରଦାନ ଏବଂ ସଚେତନତା ଅଭିଯାନକୁ ବୃଦ୍ଧି କରିବା ପାଇଁ ପ୍ରଭାବଶାଳୀ ଯୋଗାଯୋଗ ଉପକରଣ ବିକାଶର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ।