ସେମିକନ ଇଣ୍ଡିଆ 2025 ର ଅଗ୍ରଣୀ CEO ଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେମିକନ୍ ଇଣ୍ଡିଆ ୨୦୨୫ ଅବସରରେ ବିଶ୍ବ ସେମିକଣ୍ଡକ୍ଟର ଶିଳ୍ପର ଅଗ୍ରଣୀ ସିଇଓଙ୍କ ସହିତ ମତ ବିନିମୟ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ''ଏହି କ୍ଷେତ୍ରରେ ଭାରତର ନିରନ୍ତର ସଂସ୍କାର ଯାତ୍ରା ବିଷୟରେ ମୁଁ କଥା ହୋଇଛି। ଦୃଢ଼ ଭିତ୍ତିଭୂମି ନିର୍ମାଣ ଏବଂ ନବୋନ୍ମେଷ ସହିତ ଦକ୍ଷତା ବିକାଶ ଉପରେ ଗୁରୁତ୍ବ ବିଷୟ ଆଲୋଚନାରେ ସାମିଲ ଥୂଲା।”
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
''ଆଜି ଦିନର ପ୍ରାରମ୍ଭରେ, ସେମିକନ୍ ଇଣ୍ଡିଆ ୨୦୨୫ ଅବସରରେ ବିଶ୍ବ ସେମିକଣ୍ଡକ୍ଟର ଶିଳ୍ପର ଅଗ୍ରଣୀ ସିଇଓଙ୍କ ସହିତ ମତ ବିନିମୟ କଲି। ଭାରତର ସମ୍ଭାବନା ଉପରେ ସେମାନଙ୍କର ଆତ୍ମବିଶ୍ବାସ ସୃଷ୍ଟ ରୂପେ ପ୍ରତିଫଳିତ ହେଉଛି ଏବଂ ଭାରତକୁ ବିଶ୍ବ ସେମିକଣ୍ଡକ୍ଟର ନବୋନ୍ମେଷ ଏବଂ ଉତ୍ପାଦନର ଏକ ଅଗ୍ରଣୀ କେନ୍ଦ୍ର ଭାବେ ସେମାନେ ଭାରତରେ ବଡ଼ ନିବେଶ କରିବା ଲାଗି ପ୍ରସ୍ତୁତ। ଏହି କ୍ଷେତ୍ରରେ ଭାରତର ନିରନ୍ଧର ସଂସ୍କାର ଯାତ୍ରା ବିଷୟରେ ମୁଁ କଥା ହୋଇଛି। ଦୃଢ଼ ଭିତ୍ତୀଭୂମି ନିର୍ମାଣ ଏବଂ ନବୋନ୍ମେଷ ସହିତ ଦକ୍ଷତା ବିକାଶ ଉପରେ ଗୁରୁତ୍ବ ବିଷୟ ଆଲୋଚନାରେ ସାମିଲ ଥିଲା।’’