ସ୍କୁଲ ବସ୍ ଓଲଟି ମହିଳା ମୃତ, ୮ ଆହତ

ଘରୋଇ ସ୍କୁଲ ବସ୍ ଓଲଟି ଜଣେ ମହିଳା ମୃତ, ୮ ଆହତ । ବୈପାରୀଗୁଡା ଥାନା ମନ୍ତ୍ରୀଆମ୍ବା ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ । ବସ୍‌ରେ କୌଣସି ଛାତ୍ରଛାତ୍ରୀ ନଥିଲେ, କେବଳ ସ୍କୁଲ ଷ୍ଟାଫ୍ ଥିଲେ । ସ୍କୁଲର ଜଣେ କର୍ମଚାରୀଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ଘରକୁ ଯାଉଥିଲେ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ମହିଳା ସ୍କୁଲ ପ୍ରିନ୍ସପାଲଙ୍କ ପତ୍ନୀ ସୂଚନା ।ଜୟପୁରରେ ଥିବା ଏକ ଘରୋଇ ସ୍କୁଲରେ କାର୍ଯ୍ୟରତ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ଶେଷ ଦର୍ଶନ କରିବା ପାଇଁ ସ୍କୁଲ ବସ୍‌ରେ ପ୍ରିନ୍ସପାଲ ଓ ତାଙ୍କ ପତ୍ନୀଙ୍କ ସମେତ ୨୩ ଜଣ କର୍ମଚାରୀ ମାଲକାନଗିରି ଖଇରିପୁଟ୍‌ ବ୍ଲକ୍‌ ବନ୍ଧଗୁଡ଼ା ଗାଁକୁ ଯାଉଥିଲେ। ତେବେ ବସ୍‌ଟି ବୈପାରୀଗୁଡା ବ୍ଲକ୍‌ ମନ୍ତ୍ରୀଆମ୍ବ ଘାଟିରେ ବ୍ରେକ୍‌ ଫେଲ୍‌ ହୋଇ ଓଲଟି ପଡ଼ିଥିଲା। ଘଟଣା ସ୍ଥଳରେ ପ୍ରିନ୍ସପାଲଙ୍କ ପତ୍ନୀ ନୀଳିମା ପଣ୍ଡାଙ୍କ ମୃତ୍ୟୁ ଘଟିଥିଲା।ସ୍ଥାନୀୟ ଲୋକେ ଓ ଉଦ୍ଧାରକାରୀ ଦଳ ବସ୍‌ ଭିତରୁ ଆହତ ହୋଇଥିବା ସ୍କୁଲ କର୍ମଚାରୀଙ୍କୁ ବାହାର କରି ବୈପାରୀଗୁଡ଼ା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ୮ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ବୈପାରୀଗୁଡ଼ା ପୁଲିସ୍‌ ରାସ୍ତାରୁ ବସ୍‌ ହଟାଇବା ସହିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ସ୍କୁଲ ବସ୍ ଓଲଟି ମହିଳା ମୃତ, ୮ ଆହତ