ସ୍ବତନ୍ତ୍ର ଗୀତ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ୭୫ତମ ଜନ୍ମଦିନର ଅଭିନନ୍ଦନ

Sep 19, 2025 - 10:48
 31
ସ୍ବତନ୍ତ୍ର ଗୀତ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ୭୫ତମ ଜନ୍ମଦିନର ଅଭିନନ୍ଦନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିନରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥ‌ିବା ବେଳେ କଳା ଜଗତର ବିଶିଷ୍ଟ ବ୍ୟକ୍ତିତ୍ବମାନେ ଶ୍ରୀ ମୋଦୀଙ୍କୁ ଅଭିନବ ଢଙ୍ଗରେ ଅଭିନନ୍ଦନ ଜଣାଇଛନ୍ତି। ଭାରତର ବିଭିନ୍ନ ଭାଷାରେ ସ୍ବତନ୍ତ୍ର ସଙ୍ଗୀତ ପ୍ରସ୍ତୁତ କରାଯାଇ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଟି -ସିରିଜ୍ ଏବଂ ସାରେଗାମା ପକ୍ଷରୁ ଏହିସବୁ ଗୀତ ପ୍ରସ୍ତୁତ କରାଯାଇଛି।

ଏଥିମଧ୍ୟରୁ ‌‌ ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ସ୍ବର ସଂଯୋଜନାରେ ପ୍ରସ୍ତୁତ ଗୀତ ‘ଏଇ ଜଗନ୍ନାଥ ମାଟିରୁ ଜଣାଉଛୁ ଅଭିନନ୍ଦନ' ବେଶ ଜନଆଦୃତି ଲାଭ କରିଛି । ଏ ଗୀତକୁ ୟୁଟ୍ୟୁବ୍ ଏବଂ ଅନ୍ୟ ସାମାଜିକ ଗଣମାଧ୍ୟମରେ ବହୁଳ ଭାବେ ଦେଖାଯାଉଛି ଏବଂ ଶେୟାର କରାଯାଉଛି । ଟି-ସିରିଜ ଦ୍ବାରା ପ୍ରସ୍ତୁତ ଏହି ଗୀତକୁ ଲୋକପ୍ରିୟ କଣ୍ଠଶିଳ୍ପୀ ସୌରଭ ଭରଦ୍ବାଜ ଏବଂ ଦୀପ୍ତିରେଖା ପାଢ଼ୀ ଗାଇଛନ୍ତି । ବହୁ ଲୋକପ୍ରିୟ ଅଭିନେତା ନେତା ଏହି ଭିଡିଓ ଗୀତରେ ଅଭିନୟ କହିଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ଓ ଦେଶର ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ସମେତ ଓଡ଼ିଶାର କଳା । ସଂସ୍କୃତିର ଝଲକ ଦେଖ‌ିବାକୁ ମିଳିଛି।

ମୁଖ୍ୟମନ୍ତ୍ରୀ ।ନ୍ଧୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କଟକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ତୀ ପରିଡ଼ା, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ବିଭୂତିଭୂଷଣ ଜେନା, ମୁକେଶ ମହାଲିଙ୍ଗ, ଙ୍ଗ, ବିଜେପି ରାଜ୍ୟ ସଭାପତି ମନମୋହନ ନ ସାମଲ ପ୍ରମୁଖ ଏହି ଗୀତକୁ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି । ସେହିପରି ଲୋକପ୍ରିୟ ଚଳଚ୍ଚିତ୍ର ତାରକା ଅନୁ ଚୌଧୁରୀ, ଶ୍ରୀତମ ଦାସ, ହରିହର ମହାପାତ୍ର, ଅନୁଭବ ମହାନ୍ତି, ପିଙ୍କୀ ପ୍ରଧାନ, ସବ୍ୟସାଚୀ ମିଶ୍ର ମିଶ୍ର ପ୍ରମୁଖ ମଧ୍ୟ ଗୀତଟିକୁ ବହୁଳମାତ୍ରାରେ ଶେୟାର କରିଛନ୍ତି ।

ଅନୁରୂପ ଭାବେ ପ୍ରସୂନ ଯୋଶୀ ଯୋଶୀଙ୍କ ରଚନା ଏବଂ ଏବଂ ବିଶିଷ୍ଟ ଗାୟକ ଶଙ୍କର ମହାଦେବନଙ୍କ ସ୍ବର ସଂଯୋଜନାରେ ପ୍ରସ୍ତୁତ ହିନ୍ଦୀ ଭା ଭାଷାରେ ରେ ଆଉ ଏକ ଗୀତ - ‘ବନ୍ଦନୀୟ ହୈ ଦେଶ ମେରା' ମଧ୍ୟ ଟି-ସିରିଜ୍ ପକ୍ଷରୁ ରିଲିଜ୍ କରା‌ଯାଇଛି। ସେ ସେହିପରି ମରାଠୀ, ତେଲୁଗୁ, ଅହମୀୟା ଭାଷାରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମ ଦିନର ଅଭିନନ୍ଦନ ଜଣାଇ ସ୍ବତନ୍ତ୍ର ଗୀତ ପ୍ରସ୍ତୁତ କରାଯା କରାଯାଇଛି । ସାରେଗାମା ପକ୍ଷରୁ ମଧ୍ୟ ତାମିଲ ଏବଂ ମାଲୟାଲମ ଭାଷାରେ ଗୀତ ପ୍ରସ୍ତୁତ କରାଯାଇ ଶ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଏସବୁ ଗୀତକୁ ସାମାଜିକ ଗଣମାଧ୍ୟମରେ ଲକ୍ଷ ଲକ୍ଷ ଲୋକ ଦେଖୁ ଦଖୁଛନ୍ତି ଏବଂ ଶେୟାର କରୁଛନ୍ତି ।