ହାତୀ ଆକ୍ରମଣରେ ମହିଳା ଗୁରୁତର
ଅନୁଗୁଳ: ଅନୁଗୁଳ ଜିଲ୍ଲା ଧୋକୁଟା ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ହେବା ପରେ ଗାଁରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି । ଗାଁ ଲୋକ ରାସ୍ତା ଅବରୋଧ କରିବା ସହ ବନବିଭାଗର କର୍ମଚାରୀ ମାନଙ୍କୁ ଅଟକ ରଖିଛନ୍ତି । ସୂଚନା ଅନୁସାରେ, ଗାଁର ସବିତା ନାମକ ଜଣେ ମହିଳା ସକାଳୁ ଗାଁ ପୋଖରୀକୁ ଗାଧେଇବାକୁ ଯାଉଥିଲେ । ତେବେ ସେଠାରେ ପୂର୍ଵରୁ ଏକ ହାତୀ ରହିଥିବା ଗାଁ ଲୋକ ଜାଣିନଥିଲେ । ମହିଳା ଜଣଙ୍କ ପୋଖରୀ ନିକଟରେ ପହଞ୍ଚିବା ବେଳେ ହଠାତ୍ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ପାଖରେ ଥିବା କିଛି ଲୋକ ପାଟି କରିବାରୁ ହାତୀଟି ପଳାଇ ଯାଇଥିଲା । ତେବେ ହାତୀ ଆକ୍ରମଣରେ ମହିଳା ଜଣଙ୍କ ଗୁରୁତର ହୋଇ ପଡ଼ିଥିବା ବେଳେ ଗାଁ ଲୋକ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।