ୟୁଏଇ ରାଷ୍ଟ୍ରପତି ମହାମହିମ ଶେଖ୍ ମହମ୍ମଦ ବିନ୍ ଜାୟେଦ ଅଲ୍ ନାହ୍ୟାନଙ୍କ ଭାରତ ଗସ୍ତ
ମିଳିତ ବିବୃତ୍ତୀ: ୟୁଏଇ ରାଷ୍ଟ୍ରପତି ମହାମହିମ ଶେଖ୍ ମହମ୍ମଦ ବିନ୍ ଜାୟେଦ ଅଲ୍ ନାହ୍ୟାନଙ୍କ ଭାରତ ଗସ୍ତ
ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ, ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି, ମହାମହିମ ଶେଖ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନ 19 ଜାନୁଆରୀ 2026 ରେ ଭାରତକୁ ସରକାରୀ ଗସ୍ତ କରିଛନ୍ତି । ଗତ ଦଶ ବର୍ଷ ମଧ୍ୟରେ ଏହା ମହାମହିମ ଶେଖ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନଙ୍କ ପଞ୍ଚମ ଭାରତ ଗସ୍ତ ଏବଂ ୟୁଏଇର ରାଷ୍ଟ୍ରପତି ଭାବରେ ଭାରତକୁ ତାଙ୍କର ତୃତୀୟ ସରକାରୀ ଗସ୍ତ ଥିଲା।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ମହାମହିମ ଶେଖ ମହମ୍ମଦ ବିନ୍ ଜାୟେଦ ଅଲ୍ ନାହ୍ୟାନ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସହଯୋଗର ସମ୍ପୂର୍ଣ୍ଣ ପରିସରକୁ ସମୀକ୍ଷା କରିଥିଲେ। ଗତ ଏକ ଦଶନ୍ଧି ଧରି ଭାରତ-ୟୁଏଇ ବ୍ୟାପକ ରଣନୀତିକ ସହଭାଗୀତା ଦୃଢ଼ ହେବାରେ ଲାଗିଛି ବୋଲି ସେମାନେ ସେମାନେ ସହମତ ହୋଇଥିଲେ ।
ଦୁଇ ନେତା ଗତ ଦୁଇ ବର୍ଷ ମଧ୍ୟରେ ଆବୁଧାବିର ଯୁବରାଜ ମହାମହିମ ଶେଖ ଖାଲେଦ ବିନ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନ ଏବଂ ଦୁବାଇର ଯୁବରାଜ, ଉପପ୍ରଧାନମନ୍ତ୍ରୀ ଏବଂ ୟୁଏଇର ପ୍ରତିରକ୍ଷା ମନ୍ତ୍ରୀ ମହାମହିମ ଶେଖ ହମଦାନ ବିନ୍ ମହମ୍ମଦ ବିନ୍ ରସିଦ ଅଲ୍ ମିକତୁମଙ୍କ ଭାରତ ଗସ୍ତକୁ ସ୍ବାଗତ କରିଥିଲେ। ସେମାନେ ଉଲ୍ଲେଖ କରିଥିଲେ ଯେ ଏହି ଗସ୍ତ ଦ୍ବିପାକ୍ଷିକ ସମ୍ପର୍କରେ ପିଢ଼ିଗତ ନିରନୁରତାକୁ ଦର୍ଶାଉଛି ।
ଦୁଇ ନେତା ସେପ୍ଟେମ୍ବର 2025ରେ ଅନୁଷ୍ଠିତ ତ୍ରୟୋଦଶ ଉଚ୍ଚସ୍ତରୀୟ ନିବେଶ ଟାସ୍କଫୋର୍ସ ଏବଂ ଡିସେମ୍ବର 2025ରେ ଅନୁଷ୍ଠିତ ଷୋଡ଼ଶ ଭାରତ-ୟୁଏଇ ମିଳିତ ଆୟୋଗ ବୈଠକ ଓ ପଞ୍ଚମ ରଣନୀତିକ ଆଲୋଚନାର ଫଳାଫଳକୁ ସମର୍ଥନ କରିଥିଲେ।
2022 ମସିହାରେ ବ୍ୟାପକ ଆର୍ଥକ ସହଭାଗୀତା ଚୁକ୍ତିନାମା (ସିଇପିଏ) ସ୍ବାକ୍ଷର ହେବା ପରଠାରୁ ବାଣିଜ୍ୟ ଏବଂ ଆର୍ଥିକ ସହଯୋଗରେ ଦୃଢ଼ ଅଭିବୃଦ୍ଧିକୁ ଦୁଇ ନେତା ସ୍ବାଗତ କରିଥିଲେ । ଏହାସହିତ 2024-25 ଆର୍ଥକ ବର୍ଷରେ 100 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଥିବା ଦ୍ବିପାକ୍ଷିକ ବାଣିଜ୍ୟର ଦ୍ରୁତ ଅଭିବୃଦ୍ଧି ବିଷୟରେ ଉଲ୍ଲେଖ କରିଥିଲେ। ଉଭୟ ପକ୍ଷର ବ୍ୟବସାୟ ଗୋଷ୍ଠୀର ଉତ୍ସାହରେ ଅନୁପ୍ରାଣିତ ହୋଇ ସେମାନେ 2032 ସୁଦ୍ଧା 200 ବିଲିୟନ ଆମେରିକୀୟ ଡଲାର ଲକ୍ଷ୍ୟ ହାସଲ ପାଇଁ ଦ୍ବିପାକ୍ଷିକ ବାଣିଜ୍ୟକୁ ଦ୍ବିଗୁଣିତ କରିବାକୁ ନିଷ୍ପତ୍ତ ନେଇଥିଲେ।
ସେମାନେ ଉଭୟ ପକ୍ଷର ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ କ୍ଷେତ୍ର ଉଦ୍ୟୋଗ (ଏମଏସଏମଇ)ଗୁଡ଼ିକୁ ଯୋଡ଼ିବା ଲାଗି କାର୍ଯ୍ୟ କରିବାକୁ ସେମାନଙ୍କର ଦଳଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ, ସେମାନେ ମଧ୍ୟପ୍ରାଚ୍ୟ, ପଶ୍ଚିମ ଏସିଆ, ଆଫ୍ରିକା ଏବଂ ୟୁରେସିଆ ଅଞ୍ଚଳରେ ଏମଏସଏମଇ ଉତ୍ପାଦଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ‘ଭାରତ ମାର୍ଟ', ‘ଭଚୁଆଲ୍ ଟ୍ରେଡ୍
କରିଡର’ ଏବଂ ‘ଭାରତ-ଆଫ୍ରିକା ସେତୁ' ଭଳି ପ୍ରମୁଖ ପଦକ୍ଷେପଗୁଡ଼ିକର ତ୍ବରିତ କାର୍ଯ୍ୟକାରିତା ଲାଗି ଆହ୍ବାନ କରିଥିଲେ।
2024 ମସିହାରେ ସ୍ବାକ୍ଷରିତ ଦ୍ବିପାକ୍ଷିକ ନିବେଶ ଚୁକ୍ତିନାମା ଉଭୟ ଦେଶର ବିଭିନ୍ନ କ୍ଷେତ୍ରରେ ନିବେଶ ପ୍ରବାହକୁ ଆହୁରି ସୁଦୃଢ଼ କରିବାକୁ ନେଇ ନେତାମାନେ ସନ୍ତୋଷ ପ୍ରକାଶ କରିଥିଲେ । ସେମାନେ ଗୁଜରାଟର ଧୋଲେରାରେ ସ୍ବତନ୍ତ୍ର ନିବେଶ କ୍ଷେତ୍ରର ବିକାଶ ପାଇଁ ଏକ ସମ୍ଭାବ୍ୟ ୟୁଏଇ ସହଭାଗିତା ଉପରେ ଆଲୋଚନାକୁ ସ୍ବାଗତ କରିଥିଲେ। ଏହି ପରିକଳ୍ପିତ ସହଭାଗିତାରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର, ଏକ ପାଇଲଟ୍ ତାଲିମ ବିଦ୍ୟାଳୟ, ଏକ ରକ୍ଷଣାବେକ୍ଷଣ, ମରାମର୍ତି ଏବଂ ଓଭରହଲ୍ (ଏମଆରଓ) ସୁବିଧା, ଏକ ସବୁଜ କ୍ଷେତ୍ର ବନ୍ଦର, ଏକ ସ୍ମାର୍ଟ ସହରାଞ୍ଚଳ ଟାଉନସିପ୍, ରେଳ ସଂଯୋଗୀକରଣ ଏବଂ ଶକ୍ତି ଭିତ୍ତିଭୂମି ସମେତ ପ୍ରମୁଖ ରଣନୀତିକ ଭିତ୍ତିଭୂମିର ବିକାଶ ସାମିଲ ହେବ। ପ୍ରଥମ ଏନଆଇଆଇଏଫ ଭିତ୍ତଭୂମି ପାଣ୍ଠିର ସଫଳତା ଉପରେ ଆଲୋକପାତ କରି, ଭାରତର ପ୍ରଧାନମନ୍ତ୍ରୀ ୟୁଏଇ ସାର୍ବଭୌମ ସମ୍ପତ୍ତା ପାଣ୍ଠିକୁ 2026ରେ ଆରମ୍ଭ ହେବାକୁ ଥିବା ଦ୍ଵିତୀୟ ଭିତ୍ତଭୂର୍ମି ପାଣ୍ଠିରେ ଅଂଶଗ୍ରହଣ କରିବା ବିଷୟରେ ବିଚାର କରିବାକୁ ଆମନ୍ତ୍ରଣ କରିଥିଲେ। ଗିଫ୍ଟ ସିଟିରେ ଡିପି ୱାର୍ଚ୍ଚ ଏବଂ ପ୍ରଥମ ଆବୁଧାବି ବ୍ୟାଙ୍କ ଶାଖା ପ୍ରତିଷ୍ଠାକୁ ଦୁଇ ନେତା ସ୍ବାଗତ କରିଥିଲେ, ଯାହା ଏକ ଅଗ୍ରଣୀ ଅର୍ନ୍ତର୍ଜାତୀୟ ଆର୍ଥକ କେନ୍ଦ୍ର ଭାବରେ ଏହାର ଉଦୟକୁ ସୁଦୃଢ଼ କରିବ। ଏଫଏବିର ଗିଫ୍ଟ ସିଟି ଶାଖା ଏକ ପ୍ରମୁଖ ସେତୁ ଭାବରେ କାର୍ଯ୍ୟ କରିବ, ଯାହା ଭାରତୀୟ କର୍ପୋରେଟ୍ ଏବଂ ନିବେଶକମାନଙ୍କୁ ଜିସିସି ଓ ଏମଇଏନଏ ବଜାରରେ ଏହାର ବିଶେଷଜ୍ଞତା ଓ ବିଶ୍ବ ନେଟୱାର୍କ ସହିତ ଯୋଡ଼ିବ।
ଉଭୟ ପକ୍ଷ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ୟୁଏଇ-ଭାରତ ସହଯୋଗକୁ ବୃଦ୍ଧି କରିବା ପାଇଁ ସେମାନଙ୍କର ଦୃଢ଼ ପ୍ରତିବଦ୍ଧତାକୁ ପୁନଃଦୋହରାଇଛନ୍ତି ଏବଂ ଦୀର୍ଘସ୍ଥାୟୀ ଯୋଗାଣ ଶୃଙ୍ଖଳ ତଥା ଦୀର୍ଘକାଳୀନ ସ୍ଥିରତା ସୁନିଶ୍ଚିତ କରିବାରେ ଏହାର ରଣନୀତିକ ଗୁରୁତ୍ବକୁ ସ୍ବୀକାର କରିଛନ୍ତି। ସେମାନେ ଉଭୟ ଦେଶର ଜାତୀୟ ପ୍ରାଥମିକତା ସହିତ ଦୀର୍ଘସ୍ଥାୟୀ କୃଷିକୁ ଆଗକୁ ବଢାଇବା ଏବଂ ଜାତୀୟ ଖାଦ୍ୟ ସ୍ଥିରତା ବୃଦ୍ଧି କରିବାରେ ସରକାରୀ-ଘରୋଇ ସହଭାଗିତା, ନବସୃଜନ ଏବଂ ଜ୍ଞାନ ବିନିମୟର ଭୂମିକା ଉପରେ ଗୁରୁତ୍ବାରୋପ କରିଛନ୍ତି।
ଦୁଇ ନେତା ମହାକାଶ କ୍ଷେତ୍ରରେ ସହଯୋଗକୁ ଆହୁରି ଘନିଷ୍ଠ କରିବା ପାଇଁ ସହମତ ହୋଇଥିଲେ। ଏହି ପରିପ୍ରେକ୍ଷୀରେ, ସେମାନେ ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଉନ୍ନତି ମାଧ୍ୟମରେ ଏହି କ୍ଷେତ୍ରର ବ୍ୟବସାୟିକରଣକୁ ଆଗେଇ ନେବା ପାଇଁ ଏକ ମିଳିତ ପଦକ୍ଷେପରେ ସହଯୋଗ କରିବା ପାଇଁ ହୋଇଥିବା ବୁଝାମଣାକୁ ସ୍ବାଗତ କରିଥିଲେ। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭିତ୍ତିଭୂମି ଏବଂ ଏକ ଦୃଢ଼ ଶିଳ୍ପ ଆଧାର ସହିତ ଏକ ସମନ୍ବିତ ମହାକାଶ ଇକୋସିଷ୍ଟମ ପ୍ରସ୍ତୁତ କରିବା। ଏହାର ଲକ୍ଷ୍ୟ ହେଉଛି ଭାରତ-ୟୁଏଇ ମିଳିତ ମିଶନକୁ ସକ୍ଷମ କରିବା, ବିଶ୍ବ ବାଣିଜ୍ୟିକ ସେବାକୁ ବିସ୍ତାର କରିବା, ଉଚ୍ଚ-କୁଶଳୀ ନିଯୁକ୍ତି ଓ ଷ୍ଟାର୍ଟ-ଅପ୍ ସୃଷ୍ଟି କରିବା ଏବଂ ଦୀର୍ଘସ୍ଥାୟୀ ବ୍ୟବସାୟ ମଡେଲ ମାଧ୍ୟମରେ ଦ୍ବିପାକ୍ଷିକ ନିବେଶକୁ ସୁଦୃଢ଼ କରିବା।
ସେମାନେ ଉଭୟ ଦେଶର ବିଶ୍ବବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ମଧ୍ୟରେ ସମ୍ପର୍କକୁ ପ୍ରୋତ୍ସାହିତ କରିବା ଏବଂ ଛାତ୍ର ବିନିମୟକୁ ବିସ୍ତାର କରିବା ପାଇଁ ଅଧୂକ ପ୍ରୟାସକୁ ଉତ୍ସାହିତ କରିଥିଲେ, ଯାହା ଦୁଇ ଦେଶ ମଧ୍ୟରେ ଜ୍ଞାନ ସେତୁ ଭାବରେ କାର୍ଯ୍ୟ କରିବ। ଏଥିରେ ସ୍କୁଲ ଏବଂ କଲେଜରେ ନବୀନ ଉଦ୍ଭାବନ ଏବଂ ଟିଙ୍କରିଂ ଲ୍ୟାବଗୁଡ଼ିକୁ ବିସ୍ତାର କରିବାରେ ସହଯୋଗ ଅନୁର୍ଭୁକ୍ତ ହେବ। ଭାରତୀୟ ଶିକ୍ଷାଗତ ଡିଗ୍ରୀ | ଦସ୍ତାବିଜଗୁଡ଼ିକର ସୁଗମ ପ୍ରମାଣୀକରଣ ପାଇଁ ୟୁଏଇ ପ୍ଲାଟଫର୍ମ ସହିତ ଭାରତର ଡିଜିଲକରକୁ ସମନ୍ବିତ କରିବା ଦିଗରେ କାର୍ଯ୍ୟ କରିବା ଲାଗି ହୋଇଥିବା ବୁଝାମଣାକୁ ନେତାମାନେ ସ୍ବାଗତ କରିଥିଲେ, ଯାହା ଅଧୂକ ଆର୍ଥକ ଏବଂ ଶିକ୍ଷାଗତ ସୁଯୋଗ ସହଜ ଜୀବନଯାପନକୁ ପ୍ରୋତ୍ସାହିତ କରିବ।
ନେତାମାନେ ପରସ୍ପରର ସାର୍ବଭୌମତ ଏବଂ କ୍ଷେତ୍ରୀୟ ଅଖଣ୍ଡତା ପ୍ରତି ଗଭୀର ସମ୍ମାନ ତଥା ରଣନୀତିକ ସ୍ବାୟଉଁତାର ଗୁରୁତ୍ଵ ଉପରେ ଆଲୋକପାତ କରିଥିଲେ। ସେମାନେ ବ୍ୟାପକ ରଣନୀତିକ ସହଭାଗୀତାର ଏକ ମୂଳ ସୃମ୍ଭ ଭାବରେ ସ୍ଥିର ଏବଂ ଦୃଢ଼ ଦ୍ବିପାକ୍ଷିକ ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗକୁ ସ୍ଵୀକାର କରିଥିଲେ। ଉଭୟ ଦେଶର ସ୍ଥଳସେନା, ନୌସେନା ଏବଂ ବାୟୁସେନାର ସମ୍ପୃକ୍ତ ସେନା ମୁଖ୍ୟ ଏବଂ କମାଣ୍ଡରଙ୍କ ଦ୍ବାରା ସମ୍ପ୍ରତି ହୋଇଥିବା ଗସ୍ତ ବିନିମୟ ଏବଂ ଦ୍ବିପାକ୍ଷିକ ସାମରିକ ଅଭ୍ୟାସର ସଫଳ ପରିଚାଳନା ଦ୍ବାରା ସୃଷ୍ଟି ହୋଇଥିବା ଗତିକୁ 60 ସେମାନେ ସ୍ବାଗତ କରିଥିଲେ। ଏକ ରଣନୀତିକ ପ୍ରତିରକ୍ଷା ସହଭାଗୀତା ସମାପ୍ତ କରିବା ପାଇଁ ଲେଟର ଅଫ୍ ଇଣ୍ଟେଣ୍ଟ ସ୍ବାକ୍ଷରକୁ ସେମାନେ ସ୍ବାଗତ କରିଥିଲେ।
ଦୁଇ ନେତା ସୀମାପାଁର ଆତଙ୍କବାଦ ସମେତ ସମସ୍ତ ସ୍ବରୂପ ଏବଂ ଅଭିବ୍ୟକ୍ତିରେ ଆତଙ୍କବାଦକୁ ଦୃଢ଼ ନିନ୍ଦା କରିଛନ୍ତି ଏବଂ ଜୋର ଦେଇ କହିଛନ୍ତି ଯେ, କୌଣସି ଦେଶ ଆତଙ୍କବାଦୀ କାର୍ଯ୍ୟକୁ ଆର୍ଥିକ ସହାୟତା, ଯୋଜନା, ସମର୍ଥନ କିମ୍ବା ସଂପାଦନ କରୁଥିବା ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳ ଯୋଗାଇବା ଉଚିତ୍ ନୁହେଁ। ଆତଙ୍କବାଦ ପାଣ୍ଠି ଯୋଗାଣକୁ ମୁକାବିଲା କରିବା ଏବଂ ମନି ଲଣ୍ଡରିଂ ବିରୋଧୀ ପ୍ରୟାସକୁ ସୁଦୃଢ଼ କରିବା ପାଇଁ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ)ର ଢାଞ୍ଚା ମଧ୍ଯରେ ସହଯୋଗ ଜାରି ରଖୁବାକୁ ସେମାନେ ସହମତ ହୋଇଛନ୍ତି।
ଦୁଇ ନେତା ସେପ୍ଟେମ୍ବର 2023ରେ ଦିଲ୍ଲୀରେ ଅନୁଷ୍ଠିତ ଜି-20 ଶିଖର ସମ୍ମିଳନୀ ଅବସରରେ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ଥକ କରିଡର (ଆଇଏମଇସି)ର ଶୁଭାରମ୍ଭକୁ ସ୍ମରଣ କରିଥିଲେ। ଦୁଇ ନେତା ପାରସ୍ପରିକ ହିତ ସହ ଜଡ଼ିତ ଆଞ୍ଚଳିକ ଏବଂ ବିଶ୍ବସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ। ସେମାନେ ଆଞ୍ଚଳିକ ଶାନ୍ତି, ସୁରକ୍ଷା ଏବଂ ସ୍ଥିରତାରେ ଥିବା ସେମାନଙ୍କର ସହଭାଗୀ ହିତ ଉପରେ ଗୁରୁତ୍ବାରୋପ କରିଥିଲେ। ସେମାନେ ବହୁପାକ୍ଷିକ ଏବଂ ବହୁକ୍ଷେତ୍ରୀୟ ମଞ୍ଚରେ ଉନ୍ନତ ସହଯୋଗ ଏବଂ ପାରସ୍ପରିକ ସମର୍ଥନକୁ ଦୋହରାଇଥିଲେ। ୟୁଏଇ ପକ୍ଷ 2026ରେ ଭାରତର ବ୍ରିକ୍ସ ଅଧ୍ୟକ୍ଷତା ସଫଳତା ପାଇଁ ପୂର୍ଣ୍ଣ ସମର୍ଥନ ଜଣାଇଥିଲା। 2026 ଶେଷରେ ୟୁଏଇ ଦ୍ବାରା ସହ-ଆୟୋଜିତ ହେବାକୁ ଥିବା 2026 ଜାତିସଂଘ ଜଳ ସମ୍ମିଳନୀ ପାଇଁ ଭାରତୀୟ ପକ୍ଷ ସମର୍ଥନ ଜଣାଇଥିଲା, ଯାହା ଏସଡିଜି 6 ର କାର୍ଯ୍ୟକାରିତାକୁ ତ୍ବରାନ୍ବିତ କରିବା, ସମସ୍ତଙ୍କ ପାଇଁ ଜଳ ଓ ପରିମଳର ଉପଲବ୍ଧତା ଏବଂ ଦୀର୍ଘସ୍ଥାୟୀ ପରିଚାଳନା ସୁନିଶ୍ଚିତ କରିବା ଉପରେ ଧ୍ୟାନ ଦେବ।