ୟୁନେସ୍କୋ ଅମୂର୍ଖ ଐତିହ୍ୟ ତାଲିକାରେ ଦୀପାବଳି ସାମିଲ ହେବାକୁ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ

Dec 13, 2025 - 18:25
 2
ୟୁନେସ୍କୋ ଅମୂର୍ଖ ଐତିହ୍ୟ ତାଲିକାରେ ଦୀପାବଳି ସାମିଲ ହେବାକୁ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ

ଦୀପାବଳି ଆମ ସଂସ୍କୃତି ଓ ଲୋକ ପରମ୍ପରା ସହ ନିବିଡ଼ ଭାବେ ଜଡ଼ିତ, ଏହା ଆମ ସଭ୍ୟତାର ଆତ୍ମା ଏବଂ ପ୍ରକାଶ ଓ ଧାର୍ମିକତାର ପ୍ରତୀକ: ପ୍ରଧାନମନ୍ତ୍ରୀ

ୟୁନେସ୍କୋ ଅମୂର୍ଷ ଐତିହ୍ୟ ତାଲିକାରେ ଦୀପାବଳିକୁ ସାମିଲ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସିବ୍ୟକ୍ତି କରିବା ସହିତ ଗୌରବାନ୍ବିତ ମନେ କରୁଥିବା କହିଛନ୍ତି ।

ଏକ୍ସରେ ୟୁନେସ୍କୋ ହ୍ୟାଣ୍ଡେଲରେ କରାଯାଇଥିବା ଏକ ପୋଷ୍ଟର ଉତ୍ତରରେ ଶ୍ରୀ ମୋଦୀ କହିଛନ୍ତି: ‘“ଭାରତ ଏବଂ ବିଶ୍ବରେ ଥ‌ିବା ଆମ ଲୋକମାନେ ଆଜି ଖୁସିରେ ଅଧୀର ।

ଆମ ପାଇଁ ଦୀପାବଳି ଆମ ସଂସ୍କୃତି ଏବଂ ଲୋକ ପରମ୍ପରା ସହିତ ଅତି ନିବିଡ଼ ଭାବେ ଜଡ଼ିତ।

ଏହା ଆମ ସଭ୍ୟତାର ଆତ୍ମା। ଏହା ପ୍ରକାଶ ଏବଂ ଧାର୍ମିକତାର ପ୍ରତୀକ। ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ଦୀପାବଳିକୁ ସାମିଲ କରାଯିବା ଦ୍ବାରା ବିଶ୍ବସ୍ତରରେ ଏହି ଉତ୍ସବର ଲୋକପ୍ରିୟତା ଅଧୂକ ବୃଦ୍ଧି ପାଇବ।

ପ୍ରଭୁ ଶ୍ରୀ ରାମଙ୍କ ଆଦର୍ଶ ଅନନୁକାଳ ପାଇଁ ଆମର ମାର୍ଗଦର୍ଶନ କରୁଥାଉ।

@ UNESCO "