ଓଡ଼ିଶାର ଶାସନ ପ୍ରକ୍ରିୟା ପରିଣତ ହେବ ସୁ ପ୍ରଶାସନରେ...

Jan 1, 2026 - 21:57
 4
ଓଡ଼ିଶାର ଶାସନ ପ୍ରକ୍ରିୟା ପରିଣତ ହେବ ସୁ ପ୍ରଶାସନରେ...

ଓଡ଼ିଶାରେ ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାରି କରିଛନ୍ତି ୧୫ ଦଫା ନିର୍ଦ୍ଦେଶନାମା। 

????ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ପ୍ରଦାନ କଲେ ୧୫ ଦଫା ନିର୍ଦ୍ଦେଶାବଳୀ। 

????ଲକ୍ଷ୍ୟ ହାସଲ ପାଇଁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। 

????୨୦୩୬ ସୁଦ୍ଧା ୫ ଶହ ବିଲିଅନ ଡଲାର ଅର୍ଥନୀତି ସହ ସମୃଦ୍ଧ ଓଡିଶା ଗଠନ ଲକ୍ଷ୍ୟ ରଖାଯାଇଛି। 

????ଶ୍ରେଷ୍ଠ ୫ ବିକଶିତ ରାଜ୍ୟରେ ଓଡ଼ିଶାକୁ ରଖିବା ପାଇଁ ଲକ୍ଷ୍ୟ ରହିଛି। 

????ରାଜ୍ୟ ଶିଳ୍ପାୟନର ଦୃତ ବିକାଶ ପାଇଁ ନିର୍ଦ୍ଦେଶାବଳୀରେ ଗୁରୁତ୍ଵ ଦିଆଯାଇଛି। 

????ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରକୁ ଉତ୍କର୍ଷ କେନ୍ଦ୍ର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

????ସବୁପ୍ରକାର ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ଗୁରୁତ୍ବ ଆରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ

????ସଚିବାଳୟଠାରୁ ବ୍ଲକ ସ୍ତର ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କୁ ପାଳନ ପରାମର୍ଶ ଦେଇଛନ୍ତି। 

????ନିର୍ଦ୍ଦେଶ ପାଳନ ନ ହେଲେ ଖିଲାପକାରୀଙ୍କୁ କୈଫିୟତ ତଲବ ପାଇଁ ବି କୁହା ଯାଇଛି ।

????ସବୁସ୍ତରରେ ଲୋକଙ୍କ ଅଭିଯୋଗ ଶୁଣି ତାକୁ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ  

????ଅଭିଯୋଗ ଶୁଣାଣି ପାଇଁ ସାମାଜିକ ଗଣମାଧ୍ୟମର ବହୁଳ ବ୍ୟବହାର ପାଇଁ ଦେଇଛନ୍ତି ପରାମର୍ଶ।

????ସମସ୍ୟାର ସମାଧାନ ପାଇଁ ସବୁ ସ୍ତରର ଅଧିକାରୀଙ୍କୁ କ୍ଷେତ୍ର ପରିଦର୍ଶନ ପାଇଁ ମଧ୍ଯ ଦେଇଛନ୍ତି ପରାମର୍ଶ।