୩ ଦିନ ପଡ଼ି ରହିଲା ବୃଦ୍ଧାଙ୍କ ଶବ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ ଅଧୀନ ତେଲବିଲ୍ଲା ଗାଁରେ ଘଟିଛି ଅଭାବନୀୟ ଘଟଣା। ଗାଁର ସୋମବାରୀ ସିଂ ନାମକ ଜଣେ ୭୦ ବର୍ଷର ବୃଦ୍ଧାଙ୍କର ଗତ ଶନିବାର ମୃତ୍ୟୁ ଘଟିଥିଲା। କିନ୍ତୁ ଗାଁର କୌଣସି ଲୋକ ତାଙ୍କୁ କାନ୍ଧ ଦେବାକୁ ଆସିଲେ ନାହିଁ। କାରଣ ତାଙ୍କ ପୁଅ ପଣ ଦେବାକୁ ଅକ୍ଷମତା ପ୍ରକାଶ କରିଥିଲେ। ଆଦିବାସୀଙ୍କ ପରମ୍ପରା ମୁତାବକ ମୃତକଙ୍କ ପରିବାର ଲୋକଙ୍କୁ ପଣ ଦେବାକୁ ହୁଏ। ପୁଅର ଦୁଇ ଦୁଇ ଥର ବିବାହ ଏବଂ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମରେ ସୋମବାରୀ ଗାଁରେ ପଣ ଦେଇ ନ ଥିଲେ। ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଥିଲା। ତେଣୁ ସେମାନେ ଶବ ଉଠାଇବାକୁ ଆସି ନଥିଲେ। ଗତକାଲି ସୋମବାରୀଙ୍କ ପୁଅ ପଣ ବାବଦକୁ ଦଶ କେଜି ମେଣ୍ଢା ମାଂସ ଦେବେ ବୋଲି କହିବା ପରେ ଗାଁ ଲୋକେ ଶବ ସତ୍କାର ପାଇଁ ସହାୟତାର ହାତ ବଢ଼ାଇଥିଲେ।

୩ ଦିନ ପଡ଼ି ରହିଲା ବୃଦ୍ଧାଙ୍କ ଶବ