ଅଦିନିଆ ରଥଯାତ୍ରାକୁ ନେଇ ଗଜପତି ମହାରାଜାଙ୍କ କ୍ଷୋଭ ପ୍ରକାଶ...
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ କ୍ଷୋଭ ପ୍ରକାଶ କଲେ ଗଜପତି
ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା
ଦେଶ ଭିତରେ ଅଦିନରେ ସ୍ନାନଯାତ୍ରା ଓ ରଥଯାତ୍ରା ହେଉଥିବା ଆଉ ନଜରକୁ ଆସୁନି'
'କିନ୍ତୁ ଭାରତ ବାହାରେ ନିୟମ ମାନୁନାହାନ୍ତି, ଅଦିନରେ ନୀତିକାନ୍ତି କରୁଛନ୍ତି'
'ଏହାକୁ ନେଇ ଆମେ ପ୍ରଥମେ ରାଜ୍ୟ ସରକାରଙ୍କୁ, ପରେ କେନ୍ଦ୍ରକୁ ଜଣାଇବୁ'
'ନିଳାଦ୍ରୀ ବିଜେ ପରେ ପରିଚାଳନା କମିଟିର ଏକ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ'
'ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ କିମ୍ବା ଅନ୍ୟ ନୀତି ନିର୍ଦ୍ଧାରକଙ୍କୁ ଭେଟିବେ'
'ଏନେଇ ସେମାନଙ୍କୁ ଅବଗତ କରିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର ହେବ'
'ଆଗକୁ ସ୍ନାନଯାତ୍ରା ଓ ଘୋଷଯାତ୍ରା ଥିବାରୁ ଗଣତି ପ୍ରକ୍ରିୟା ସ୍ଥଗିତ ରଖାଯିବ'
ଅଦିନିଆ ରଥଯାତ୍ରାକୁ ନେଇ ସାମ୍ନାକୁ ଆସିଲା ଗଜପତି ମହାରାଜାଙ୍କ ଚିଠି
ସାମ୍ନାକୁ ଆସିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଲେଖିଥିବା ଗଜପତିଙ୍କ ଚିଠି
ଚିଠି ଲେଖି ହସ୍ତକ୍ଷେପ ଲୋଡ଼ିଥିଲେ ଗଜପତି ମହାରାଜା
ସେ ଦିଗରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରାଯିବ
ଏପ୍ରିଲ ୨୦ରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖି କଡ଼ା ଆଭିମୁଖ୍ୟ ଜଣାଇଥିଲେ ଗଜପତି
ଏଥର ୭୦ଟି ସ୍ଥାନରେ ଅଦିନିଆ ରଥଯାତ୍ରା କରିବାକୁ ଯୋଜନା କରିଛି ଇସ୍କନ
ଯାହାକି ଜଗନ୍ନାଥପ୍ରେମୀଙ୍କ ଭାବନାକୁ କୁଠାରଘାତ କରୁଛି'
ତୁରନ୍ତ ହସ୍ତକ୍ଷେପ କରି ଜଗନ୍ନାଥଙ୍କ ଐତିହ୍ୟର ସୁରକ୍ଷା ପାଇଁ ଦାବି