ଆଇସିସି ପୁରୁଷ ଟେଷ୍ଟ ବୋଲର ମାନ୍ୟତା : ବୁମରା ନଂ୧ ବୋଲର

ମୁମ୍ବାଇ : ଭାରତର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା ପ୍ରଥମ ଥର ପାଇଁ ଆଇସିସି ପୁରୁଷ ଟେଷ୍ଟ ବୋଲର ମାନ୍ୟତାରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ସଦ୍ୟତମ ଟେଷ୍ଟ ମାନ୍ୟତାରେ ବୁମରା ୩ଟି ସ୍ଥାନ ଉପରକୁ ଉଠି ସାଥୀ ବୋଲର ରବିଚନ୍ଦ୍ରନ ଅଶ୍ୱିନଙ୍କଠାରୁ ପ୍ରଥମ ସ୍ଥାନ ଛଡ଼ାଇ ନେଇଛନ୍ତି।୨ୟ ସ୍ଥାନରେ କାସିଗୋ ରବାଡ଼ା ଓ ୩ୟ ସ୍ଥାନରେ ଭାରତର ରବିଚନ୍ଦ୍ରନ ଅଶ୍ବୀନ ଅଛନ୍ତି । ୪ର୍ଥ ସ୍ଥାନରେ ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ ଅଛନ୍ତି ।ସୂଚନାଯୋଗ୍ୟ, ବୁମରା ପ୍ରଥମ ଥର ପାଇଁ ଶୀର୍ଷ ମାନ୍ୟତା ହାସଲ କରିଛନ୍ତି। ଭାରତ ପକ୍ଷରୁ ୩୪ ଟି ଟେଷ୍ଟରେ ମୋଟ ୧୦ ଟି ୫ ୱିକେଟ ନେବା ସତ୍ତ୍ୱେ ୩୦ ବର୍ଷୀୟ ଅଭିଜ୍ଞ ବୋଲର କେବେ ବି ତୃତୀୟ ସ୍ଥାନ ଉପରକୁ ଆସି ପାରିନଥିଲେ । ଇଂଲଣ୍ଡ ବିପକ୍ଷ ୨ୟ ଟେଷ୍ଟରେ ସେ ୯ଟି ଓ୍ବିକେଟ ନେଇ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ ।

Feb 7, 2024 - 19:27
 15
ଆଇସିସି ପୁରୁଷ ଟେଷ୍ଟ ବୋଲର ମାନ୍ୟତା : ବୁମରା ନଂ୧ ବୋଲର