ଆଜିଠୁ ତାତିରୁ ମିଳିବ ଆଶ୍ୱସ୍ତି

ଆଜିଠୁ ତାତିରୁ ମିଳିବ ଆଶ୍ୱସ୍ତି। ତେବେ ଆଜିଠୁ ୨୬ ତାରିଖ ଯାଏ ବର୍ଷାର ପରିମାଣ ଲାଗି ରହିବ ବୋଲି ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଗତକାଲି ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୩୬.୪ ଡିଗ୍ରୀ ରେକର୍ଡ ହୋଇଥିଲା। ତେବେ ସବୁଆଡେ ତାପମାତ୍ରା ବଢୁଥିବା ବେଳେ ଲୋକମାନେ ଏହି ତାତି କାରଣରୁ କଲବଳ ହେଉଛନ୍ତି। ଆଜିଠୁ ଉତ୍ତର ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ କିଛିତା ସ୍ଥାନରେ ବର୍ଷା ହେବା ଦ୍ୱାରା ତାତିରୁ କିଛିଟା ଆରାମ ମିଳିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଆଜିଠୁ ତାତିରୁ ମିଳିବ ଆଶ୍ୱସ୍ତି