ଉତ୍ସବମୁଖର ହୋଇ ଉଠୁଛି ଗୋଷଣୀ ନୂଆଗାଁ...
୧୫ ଦିନ ପାଇଁ ମାଆ ଘରକୁ ଆସିଲେ ମା’ କାଳୁଆ
ବ୍ରହ୍ମପୁର ଗୋଷାଣୀନୂଆଁଗାଁର ଅଧିଷ୍ଠାତ୍ରୀ ଦେବୀ ମା’ କାଳୁଆଙ୍କ ବାର୍ଷିକ ଯାତ୍ରା ଆରମ୍ଭ ହୋଇଛି।
ରବିବାର ରାତି ୧ଟା ୪୫ ମିନିଟରେ ମା’ ଶାଶୁଘର ଛାଡ଼ି ୧୫ ଦିନ ପାଇଁ ମାଆ ଘରକୁ ଆସିଛନ୍ତି।
ବାଜାବାଜଣା, ଘଣ୍ଟ, ମୃଦଙ୍ଗ ଓ ଶଙ୍ଖଧ୍ୱନିରେ ମା’ଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।
ମାଉସୀ ଘରେ ପୂଜା ପାଇବା ପରେ ମା’ ନଗର ପରିକ୍ରମାରେ ବାହାରିଛନ୍ତି।
ଅସ୍ଥାୟୀ ମଣ୍ଡପରେ ପହଞ୍ଚିବା ପରେ ଭକ୍ତଙ୍କୁ ଦର୍ଶନ ଦେବେ।