ବାଲିଯାତ୍ରାରେ ବଡ଼ ଅଘଟଣ
ଦୋଳିରୁ ଖସି ବ୍ୟକ୍ତିଙ୍କ...
କଟକ ବାଲିଯାତ୍ରାରେ ଏକ ରାମ ଦୋଳିରୁ ଗଳିପଡ଼ି ଜଣେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗୁରୁବାର ରାତିରେ ଘଟିଥିବା ଏହି ଅଘଟଣ ପରେ ଆହତଙ୍କୁ ଟେକି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନିଆଯାଇ SCB ବଡ଼ ମେଡିକାଲକୁ ପଠାଯାଇଥିଲା, କିନ୍ତୁ ତାଙ୍କର ମୃତ୍ୟୁ ହୋଇଥିଲା। ଦୋଳିର ଫିଟନେସ ସାର୍ଟିଫିକେଟ ସଂଗ୍ରହ କରି ପୋଲିସ ତଦନ୍ତ ଜାରି ରଖିଛି।