ଏକ ନମ୍ବର ହାଟରେ ନିଆଁ ପ୍ରାକୃତିକ ନା ମନୁଷ୍ୟକୃତ !
ଏକ ନମ୍ବର ହାଟରେ ନିଆଁ ପ୍ରାକୃତିକ ନା ମନୁଷ୍ୟକୃତ !
ଭୁବନେଶ୍ବରର ଏକ ନମ୍ବର ହାଟରେ ନିଆଁ ଲାଗିଥିବା ଖବର ମିଳିଛି
ଏବେ ଲାଗିଥିବା ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇଥିବା କହିଛନ୍ତି ଚିଫ୍ ଫାୟାର ଅଫିସର ରମେଶ ଚନ୍ଦ୍ର ମାଝୀ।
ମାଝୀ କହିବା ଅନୁଯାୟୀ ରାତି ୧ଟା ୩୫ରେ ନିଆଁ ଲାଗିଥିବା ଅଗ୍ନିଶମ ବାହିନୀକୁ ଖବର ଆସିଥିଲା
ଖବରପାଇ ଅଗ୍ନିଶମ ବାହିନୀ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ
ପ୍ରାୟ ୭୦ ଜଣ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ
ହାଟରେ ପ୍ଲାଷ୍ଟିକ୍ ସାମଗ୍ରୀ ନିଆଁକୁ ଅଧିକ ବଳ ଯୋଗାଇଥିଲା
ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇସାରିଛି,
ଏବେ ସମ୍ପୂର୍ଣ ସୁରକ୍ଷିତ ରହିଛି ବୋଲି କହିଲେ ଚିଫ୍ ଫାୟାର ଅଫିସର।