ଓଡ଼ିଶାର ବେଲପଣା, ସୁସ୍ବାଦୁ ଆମ୍ବକୁ ଦେଶରେ ଲୋକପ୍ରିୟ କରାଇଲେ ମୋଦିଜୀ : ମନମୋହନ ସାମଲ
ଓଡ଼ିଶାର ଆମ୍ବ ଓ ବେଲ ଚାଷୀକୁ ଅକ ଚାଷ କରି ସେମାନଙ୍କ ଆର୍ଥିକ ସ୍ଥିତିକୁ ମଜଭୁତ କରିବା ପାଇଁ ପ୍ରେରଣା ଯୋଗାଇବ
ଭୁବନେଶ୍ୱର, ତା.୩୧/୦୫ : ପ୍ରତିଥର ପରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ୧୩୪ ତମ “ମନ୍ କି ବାତ୍”
ରେଡିଓ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଜୀ ସମାଜ ଏବଂ ଜାତୀୟ ଜୀବନ ସହ ଜଡ଼ିତ ବିଭିନ୍ନ ଗୁରୁତ୍ବପୂର୍ଣ ବିଷୟରେ ଆଲୋକପାତ କରିଥିଲେ । କ୍ରାଡ଼ା, ଜ୍ଞାନ ଓ ବିଜ୍ଞାନରେ ଭାରତର ସଫଳତା ଉପରେ କହିଥିଲେ । ସବୁଥର ପରି ଚଳିତଥର ମଧ୍ଯ “ମନ କି ବାତ୍”ରେ ମୋଦିଜୀ ଓଡ଼ିଶାକୁ ଅଧୂକ ଗୁରୁତ୍ଵ ଦେଇଛନ୍ତି । ଓଡ଼ିଶାରୁ ୨୦୦ ଓ ୪୦୦ ମିଟର ଦୌଡରେ ପ୍ରତିନିଧୂତ୍ବ କରୁଥିବା ଜାତୀୟ ରେକର୍ଡଧାରୀ ଅନିମେଶ କୁଜୁର ବିଷୟରେ ମୋଦିଜୀ କହି ଯୁବବର୍ଗଙ୍କୁ କ୍ରୀଡ଼ା କ୍ଷେତ୍ରରେ ଅଗ୍ରସର ହେବାକୁ ଉତ୍ସାହିତ କରିଛନ୍ତି । ଓଡ଼ିଶାର ବେଲପଣା ଓ ସୁସ୍ଵାଦୁ ଆମ୍ବର “ ମନ କି ବାତ” କାର୍ଯ୍ୟକ୍ରମରେ ପ୍ରଶଂସା କରି ଏହାକୁ ସାରା ଦେଶରେ ମୋଦିଜୀ ଅଧୂକ ଲୋକପ୍ରିୟ କରାଇଛନ୍ତି । ବିଶେଷ କରି ବେଲ ପଣାକୁ ଭାରତ ପରମ୍ପରା ସହ ଯୋଡି ଓଡ଼ିଶାବାସୀଙ୍କୁ ଗର୍ବିତ କରିଛନ୍ତି । ମୋଦିଜୀଙ୍କ ପ୍ରଶଂସା ଓଡ଼ିଶାର ଆମ୍ବ ଚାଷୀକୁ ଅଧୂକ ଚାଷ କରି ସେମାନଙ୍କୁ ଆର୍ଥିକ କ୍ଷେତ୍ରରେ ମଜଭୁତ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଆଜି ଭୁବନେଶ୍ଵର ମଧ୍ଯ ବିଧାନସଭା ନିର୍ବାଚନ ମଣ୍ଡଳୀର ୧୩୧ ଓ ୧୩୨ ବୁଥ୍ କାର୍ଯ୍ୟକର୍ତାଙ୍କ ଉପସ୍ଥିତିରେ ଶହୀଦ ସ୍ପୋଟିଂ କ୍ଲବରେ ରାଜ୍ୟ ସଭାପତି ତଥା ସାଂସଦ ଶ୍ରୀ ମନମୋହନ ସାମଲ “ ମନ କି ବାତ” କାର୍ଯ୍ୟକ୍ରମ ଶୁଣିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଭା ସାଂସଦ ସୁଜିତ୍ କୁମାର, ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ଶ୍ରୀ ପବିତ୍ର ମୋହନ ଦାସ, ଭୁବନେଶ୍ଵର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର, ବରିଷ୍ଠ ନେତା ଶ୍ରୀ ଜଗନ୍ନାଥ ପ୍ରଧାନ ଓ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଅଭିଳାଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।