ଓଡିଶା ଆସିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ.

ଓଡିଶା ଆସିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ.



 ଓଡିଶା ଆସିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ. ସେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବା ପରେ  କଂଗ୍ରେସ ନେତାମାନେ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ. ତାଙ୍କ ସହ ଏଆଇସିସି ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଆସିଛନ୍ତି । ୨୪ ନିର୍ବାଚନ ପରେ ରାହୁଲଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ ।  ରାଜଧାନୀର ବିଭିନ୍ନ ସ୍ଥାନରେ ଲାଗିଛି ରାହୁଲଙ୍କ ପୋଷ୍ଟର, ହୋଡିଂ ଓ ବ୍ୟାନର । ବିମାନବନ୍ଦର ଛକରୁ ଜୟଦେବବିହାର ଛକ ଯାଏଁ ରାହୁଲ ରୋଡ଼ ଶୋ ପରେ ସେ  ବରମୁଣ୍ଡା ପଡ଼ିଆରେ ଆୟୋଜିତ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେଇଥିଲେ.ହେଲେ ଡ୍ରାଇଭର୍‌ ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କଂଗ୍ରେସ କର୍ମୀଙ୍କୁ ଭୁବନେଶ୍ବରରେ ପହଞ୍ଚିବା ନେଇ ଆଶଙ୍କା ସୃଷ୍ଟି କରିଥିଲ. ବିଭିନ୍ନ ଜିଲ୍ଲାରୁ କର୍ମୀମାନେ ଭୁବନେଶ୍ବର ଆସିବାକୁ ବସ୍‌ ଏବଂ ଅନ୍ୟାନ୍ୟ ଗାଡ଼ି ମାଲିକଙ୍କୁ ବହୁ ପୂର୍ବରୁ ଆଡ଼ଭାନ୍ସ ଦେଇସାରିଥିଲେ ବି ଗାଡ଼ି ଚଳାଇ ବାକୁ ଡ୍ରାଇଭର ମିଳୁନଥିଲେ. ଫଳରେ ଏହି ବିଶାଳ ସମାବେଶ ବିଫଳ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଥିଲା. ଯାହାକୁ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ଡ୍ରାଇଭର ମହାସଂଘକୁ ଦିନକ ପାଇଁ ଆନ୍ଦୋଳନ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ। କଂଗ୍ରେସର ଅନୁରୋଧ ରକ୍ଷା କରି ମହାସଂଘ କହିଥିଲେ ଯେ, ସରକାରଙ୍କ ଠାରୁ ଲିଖିତ ପ୍ରତିଶୃତ ନମିଳିବା  ଆନ୍ଦୋଳନ ପ୍ରତ୍ୟାହାର ହେବନି। କିନ୍ତୁ କଂଗ୍ରେସ ଗାଡିକୁ  ଆମେ ଅଟକାଇବୁନି କି ଡ୍ରାଇଭରଙ୍କୁ ହଇରାଣ କରିବୁନି। ଏହାସହ ସମାବେଶକୁ ଗାଡ଼ି ଆଣୁଥିବା ଡ୍ରାଇଭରମାନଙ୍କୁ ବିନା ଭୟରେ ଗାଡ଼ି ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ.  ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସାମ୍ବାଦିକ ସମ୍ମିଳନୀ କରି ସମ୍ବିଧାନ ବଞ୍ଚାଅ ସମାବେଶ ବିଷୟରେ ସୂଚନା ଦେଇଥିଲେ. ଭକ୍ତ ଦାସ କହିଥିଲେ ଯେ,  ଏଥିରେ ଲକ୍ଷାଧିକ ଲୋକ ସାମିଲ୍ ହେବାକୁ ଚାହୁଁଛନ୍ତି। ତେଣୁ ଡ୍ରାଇଭରମାନେ ଆନ୍ଦୋଳନକୁ ଦିନକ ପାଇଁ ସ୍ଥଗିତ ରଖନ୍ତୁ। ଆସନ୍ତାକାଲି ସଂଧ୍ୟା ପର୍ଯ୍ୟନ୍ତ ଯେଉଁ ଡ୍ରାଇଭରମାନେ ଗାଡ଼ି ଆଣି ଆସିବେ ସେମାନଙ୍କୁ ମାଫ୍‌ କରନ୍ତୁ। ଶନିବାରଠାରୁ ପୁଣି ଆନ୍ଦୋଳନ କରନ୍ତୁ। ଆଶା କରୁଛି ସେ ଲୋକଙ୍କ ଭାବାବେଗକୁ ସମ୍ମାନ ଜଣାଇ ଆମ ସମାବେଶକୁ ସମର୍ଥନ କରିବେ। ଅନ୍ୟପଟେ ବିଜେଡି କହିଛି ଯେ କଂଗ୍ରେସ ସମାବେଶକୁ ଲୋକ ଆସିବେନି ବୋଲି ଜାଣିବା ପରେ ଭକ୍ତ ଦାସ ବିଳିବିଳେଇ ହେଉଛନ୍ତି.  କଂଗ୍ରେସ ତ ପୂର୍ବରୁ ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ସମର୍ଥନ କରିଛି। ତାହାହାହେଲେ ଏବେ ପୁଣି କ’ଣ କହୁଛି ସେମାନେ ଦିନକ ପାଇଁ ଆନ୍ଦୋଳନ ସ୍ଥଗିତ ରଖିଲେ କଂଗ୍ରେସ ତାଙ୍କ ଅାନ୍ଦୋଳନକୁ ସମର୍ଥନ କରିବ।  ତେବେ ସରକାର ଡ୍ରାଇଭର ସଂଘ ଦାବିଗୁଡ଼ିକୁ ବିଚାର କରୁଛନ୍ତି। ଖୁବ୍‌ଶୀଘ୍ର ଏହାର ସମାଧାନର ବାଟ ବାହାରିବ.