କଂଗ୍ରସ ରୁ ବହିସ୍କୃତ ତିନି ସଭ୍ୟଙ୍କର ଆସନ ବଦଳିବ ବିଧାନ ସଭାରେ...
କଂଗ୍ରସ ରୁ ବହିସ୍କୃତ ତିନି ସଭ୍ୟଙ୍କର ଆସନ ବଦଳିବ ବିଧାନ ସଭାରେ...
ସଦ୍ୟତମ ଭାବେ କଂଗ୍ରେସ ଦଳରୁ ନିଲମ୍ବିତ ହୋଇଥିବା ତିନି ବିଧାୟକ ସୋଫିଆ ଫିର୍ଦ୍ଦୋଶ, ରମେଶ ଜେନା ଏବଂ ଦାଶରଥୀ ଗୋମାଙ୍ଗୋଙ୍କ ବିଧାନସଭା ଆସନ ବଦଳିବ ।
ଏଥି ନିମନ୍ତେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ବାଚସ୍ପତି ସୁରମା ପାଢ଼ୀଙ୍କୁ ଚିଠି ଲେଖିଛନ୍ତି ।
କାଡ଼ାମ ଚିଠିରେ କହିଛନ୍ତି ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିବା ଅଭିଯୋଗରେ ତିନି ବିଧାୟକ ସୋଫିଆ ଫିର୍ଦ୍ଦୋଶ, ରମେଶ ଜେନା ଏବଂ ଦାଶରଥୀ ଗୋମାଙ୍ଗୋଙ୍କୁ ଦଳରୁ ନିଲମ୍ବିତ କରାଯାଇଛି ।
ତେଣୁ ସେମାନେ ଆଉ କଂଗ୍ରେସ ଦଳର ବିଧାନସଭା ସଦସ୍ୟ ହୋଇ ନାହାଁନ୍ତି ।
ତେଣୁ ଗୃହରେ ସେମାନଙ୍କ ଆସନ ପରିବର୍ତ୍ତନ କରିବାକୁ କାଡ଼ାମ ଚିଠିରେ କହିଛନ୍ତି ।
ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ କରାଯାଇଥିବା କଂଗ୍ରେସ ମିଡ଼ିଆ ସେଲ୍ ସଭାପତି ଅରବିନ୍ଦ ଦାଶ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି