ପଶ୍ଚିମ ବଙ୍ଗ ରାଜନୀତି ରେ ମମତା ବାନାର୍ଜୀ...
ପଶ୍ଚିମ ବଙ୍ଗ ରାଜନୀତି ରେ ମମତା ବାନାର୍ଜୀ...
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ୨୯୧ ଆସନରେ ପ୍ରାର୍ଥୀ ଘୋଷଣା କଲା ଟିଏମସି, ଏଥର ଭବାନୀପୁରରୁ ଲଢିବେ ମମତା
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଏପ୍ରିଲ ୨୩ ଏବଂ ଏପ୍ରିଲ୍ ୨୯ରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ
ବିଜେପି ୧୪୪ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି
ଟିଏମସି ୨୯୧ ବିଧାନସଭା ଆସନରେ ନିଜର ପ୍ରାର୍ଥୀ ଘୋଷଣା କରିଛି । ବାକି ୩ଟି ଆସନରେ ଦ୍ବିତୀୟ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା ହେବ ।
ମୋଟ ୨୯୪ ଆସନ୍ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଏପ୍ରିଲ ୨୩ରୁ ଆରମ୍ଭ ହେବାକୁ ଯାଉଛି ।
ଶାସକ ଟିଏମସି ପୁଣ ଥରେ ସରକାର ଗଢ଼ିବାକୁ ଆଶା ରଖିଥିବା ବେଳେ ବିଜେପି ଶାସନ ପରିବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥର ନିର୍ବାଚନରେ ନନ୍ଦୀଗ୍ରାମରୁ ଲଢ଼ିବେ ନାହିଁ କିନ୍ତୁ ଭବାନୀପୁରରୁ ମଇଦାନକୁ ଓହ୍ଲାଇବେ ।
ବିଧାନସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଭବାନୀପୁର ଏବଂ ନନ୍ଦୀଗ୍ରାମ ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରିଛି ବିଜେପି ।
ଗତ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀ ନନ୍ଦୀଗ୍ରାମ ଆସନରେ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ପରାସ୍ତ ହୋଇଥିଲେ।
ପରବର୍ତ୍ତୀ ଉପନିର୍ବାଚନରେ ମମତା ବାନାର୍ଜୀ ଭବାନୀପୁର ଆସନରୁ ବିଜୟୀ ହୋଇଥିଲେ ।