କାଲିଠାରୁ ବାଲିଯାତ୍ରା ପାଇଁ ଆରମ୍ଭ ହେବ ପ୍ଳଟ ବୁକିଂ...
ପ୍ରଶାସନ ପକ୍ଷରୁ ଆୟୋଜିତ ବାଲିଯାତ୍ରା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ ଏଡିଏମ କହିଛନ୍ତି ଯେ, ଚଳିତବର୍ଷ କେବଳ ତଳ ପଡ଼ିଆରେ ବାଲିଯାତ୍ରା ହେବ। ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ହେବନାହିଁ। ପ୍ଲଟ ପାଇଁ ଆବେଦନକାରୀମାନେ ବାରବାଟୀ ପ୍ୟାଲେସରୁ ଆବେଦନପତ୍ର ସଂଗ୍ରହ କରିବା ସହିତ ସେହିଠାରେ ଦାଖଲ ବି କରିପାରିବେ ।
କାଲିଠାରୁ ଅକ୍ଟୋବର ୯ ତାରିଖ ମଧ୍ୟରେ ୧୦୦ ଟଙ୍କାରେ ଆବେଦନପତ୍ର ମିଳିବ। ଜଣେ ବ୍ୟକ୍ତି ବା ଅନୁଷ୍ଠାନ ସର୍ବାଧୂକ ୩ଟି ପ୍ଲଟ ପାଇଁ ଆବେଦନ କରିପାରିବେ। ଗୋଟିଏ ପ୍ଳଟ ପାଇଁ ଏକାଧୂକ ଆବେଦନ ଥିଲେ ନିଲାମ ଜରିଆରେ ତାହାକୁ ଆବଣ୍ଟନ କରାଯିବ। ପ୍ଲଟ ପିଛା ପ୍ରାରମ୍ଭିକ ପଞ୍ଜୀକରଣ ରାଶି ୫ ହଜାର ଟଙ୍କା ରହିବ।