କାହିଁକି ଗାନ୍ଧିଜୀଙ୍କୁ ଗୁଳି କରିଥିଲେ ନାଥୁରାମ ?
କାହିଁକି ଗାନ୍ଧିଜୀଙ୍କୁ ଗୁଳି କରିଥିଲେ ନାଥୁରାମ ?
ଏବେ ବି ଅଛିଣ୍ଡା ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ରହସ୍ୟ...
୩୦ ଜାନୁଆରୀ ୧୯୪୮ରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଗୁଳି କରି ହତ୍ୟା କରିଥିଲେ ନାଥୁରାମ ଗଡସେ. ଯେଉଁଥିପାଇଁ ପରବର୍ତ୍ତୀ ସମୟରେ ତାଙ୍କୁ ଫାଶୀ ଦାଣ୍ଡରେ ଦଣ୍ଡିତ କରାଯାଇଥିଲା. କିନ୍ତୁ ନାଥୁରାମଙ୍କ ମୃତ୍ୟୁ ସହିତ ଗାନ୍ଧୀଙ୍କ ହତ୍ୟାର ରହସ୍ୟ ଶେଷ ହୋଇନଥିଲା। ଆଜି ପର୍ଯ୍ୟନ୍ତ ମଧ୍ୟ ଏ ବିଷୟରେ ବିତର୍କ ହୁଏ ଯେ ନାଥୁରାମ ଏବଂ ତାଙ୍କ ସାଥୀମାନେ ଗାନ୍ଧୀଜିଙ୍କୁ ହତ୍ୟା କରିବାକୁ ପୂର୍ବରୁ ଯୋଜନା କରିଥିଲେ ନା କୌଣସି ବଡ଼ ସଂଗଠନ ଏଥିରେ ସାମିଲ ଥିଲା ? କିଛି ଲୋକଙ୍କ କହିବା କଥା ଯେ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଗାନ୍ଧୀଙ୍କ ହତ୍ୟାରେ ସାମିଲ ଥିଲା . ହେଲେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିବା ପୂର୍ବରୁ ନାଥୁରାମ ଗଡସେ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଅଲଗା ହୋଇଯାଇଥିଲେ କି? ଆରଏସଏସ ସର୍ବଦା କହିଆସିଛି ଯେ ବାପୁଙ୍କ ହତ୍ୟାର ବହୁ ପୂର୍ବରୁ ଗଡସେ ସଂଘ ସହିତ ତାଙ୍କର ସମ୍ପର୍କ ଛିନ୍ନ କରିଥିଲେ। ତଥାପି, ଅନେକ ସମୟରେ ଏହା ଦାବି କରାଯାଇଛି ଯେ, ନାଥୁରାମ ଗଡ଼ସେ ଆରଏସଏସ ସହ ଜଡିତ ଥିଲେ. ଆଉ ଦେଶରେ ପ୍ରଧାନମନ୍ତ୍ରୀ ଭାବେ ଅଟଳ ବିହାରୀ ବାଜପେୟୀ ଶାସନକୁ ଆସିବା ପରେ ବିରୋଧୀ ଦଳ ବାଜପେୟୀ ଜି ଙ୍କୁ ସମାଲୋଚନା କରିଥିଲେ. ଏହା କହି ଯେ, ଯିଏ ଦେଶକୁ ସ୍ୱାଧୀନ କରିବାକୁ ନିଜର ଜୀବନକୁ ନିସ୍ଵାର୍ଥ କରିଦେଲେ , ଶେଷରେ ତାଙ୍କର ହତ୍ୟାକାରୀ ଯେଉଁ ସଂଘ ସହ ସାମିଲ ଥିଲା, ତାରି ହାତରେ ଦେଶକୁ ଟେକିଦେଲେ. ଏହାକୁ ନେଇ ବାଜପେୟୀ ଜି ମଧ୍ୟ ଅନେକ ଥର ସଂସଦରେ ସ୍ୱର ଉଠାଇଥିଲେ. ସେ ସ୍ପଷ୍ଟ ଭାବରେ କହୁଥିଲେ ଯେ , ଗୋଡ଼ସେ ଆରଏସଏସର ବିରୋଧୀ ଥିଲେ. ଆଉ ଗାନ୍ଧିଜୀଙ୍କ ହତ୍ୟାର ମଧ୍ୟ ୨ ୨ ଥର ଯାଞ୍ଚ ହୋଇଛି , ଯେଉଁଥିରେ ସ୍ପଷ୍ଟ ଦର୍ଶା ଯାଇଥିଲା ଯେ, ଗାନ୍ଧୀଙ୍କଜୀଙ୍କ ହତ୍ୟାରେ ଆରଏସଏସର କୌଣସି ଭୂମିକା ନାହିଁ. ସେହିଭଳି ଜଣେ ଆମେରିକୀୟ ଗବେଷକ ଜେଏ କ୍ୟୁରାନ ଜୁନିଅର ଦାବି କରିଥିଲେ ଯେ ଗଡସେ ୧୯୩୦ ମସିହାରେ ଆରଏସଏସରେ ଯୋଗ ଦେଇଥିଲେ ଏବଂ ଚାରି ବର୍ଷ ପରେ ଏହାକୁ ଛାଡି ଦେଇଥିଲେ। କିନ୍ତୁ କଂଗ୍ରେସ ବାରମ୍ବାର ଗୋଟିଏ ଅଭିଯୋଗ କରିଆସୁଛି ଯେ ମହାତ୍ମା ଗାନ୍ଧୀଙ୍କ ହତ୍ୟା ପଛରେ ଆରଏସଏସର ହିଁ ହାତ ରହିଛି. ୨୦୧୪ ନିର୍ବାଚନ ପ୍ରଚାର ସମୟରେ ରାହୁଲ ଗାନ୍ଧୀ ଏନେଇ ଏକ ମନ୍ତବ୍ୟ ଦେଇଥିଲେ, ଯାହାକୁ ନେଇ ତାଙ୍କ ବିରୁଦ୍ଧରେ ମାନହାନି ମକଦ୍ଦମା କରାଯାଇଥିଲା. ଆଉ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ ମଧ୍ୟ ବିରୋଧୀ ମାନେ ଟାର୍ଗେଟ କରି ନାନା କଥା କହିଥିଲେ. ହେଲେ ମୋଦିଜୀଙ୍କର କାର୍ଯ୍ୟଦକ୍ଷତା ଆଗରେ ଏଭଳି କଥାର କୌଣସି ପ୍ରଭାବ ପଡିନି. ଓଲଟି ମୋଦି ଜି ମଧ୍ୟ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି. ବିଜେପି ସବୁବେଳେ କହିଆସୁଛି ଯେ କିଛି ପ୍ରସଙ୍ଗରେ ଗାନ୍ଧୀଜୀଙ୍କ ସହ RSSର ମତଭେଦ ଥିଲା କିନ୍ତୁ ସଂଘ ସବୁବେଳେ ଗାନ୍ଧୀଜୀଙ୍କୁ ବହୁତ ଉଚ୍ଚ ସ୍ଥାନରେ ରଖିଛି। ତେବେ ଏ ଭିତରେ ଅନେକ ବର୍ଷ ତ ବିତିଗଲାଣି. କିନ୍ତୁ ଆଜି ବି ଏକଥାକୁ ନେଇ ବିରୋଧୀ ଦଳ ବିଜେପି ଉପରେ ଆଙ୍ଗୁଳି ଉଠାଇବାକୁ ପଛାଏ ନାହିଁ.