ପଞ୍ଚଭୂତରେ ବିଲୀନ ହେଲା ସୌମ୍ୟାଶ୍ରୀଙ୍କ ପ୍ରାର୍ଥିବ ଶରୀର .

Jul 15, 2025 - 19:50
 23
 ପଞ୍ଚଭୂତରେ ବିଲୀନ ହେଲା ସୌମ୍ୟାଶ୍ରୀଙ୍କ ପ୍ରାର୍ଥିବ ଶରୀର .

 ପଞ୍ଚଭୂତରେ ବିଲୀନ ହେଲା ସୌମ୍ୟାଶ୍ରୀଙ୍କ ପ୍ରାର୍ଥିବ ଶରୀର .


ମରଣ ସହ ଲଢ଼ି ଲଢ଼ି ହାରିଗଲେ ସୌମ୍ୟାଶ୍ରୀ. ଜୀବନ ଯୁଦ୍ଧରେ ହାରି ଶେଷରେ ସବୁ ଦିନ ଆଇଁ ଆଖି ବୁଜିଦେଲେ. କାନ୍ଦ ବୋବାଳି ଫାଟି ପଡୁଛି ପୀଡ଼ିତାଙ୍କ ପୈତୃକ ଗାଁ ପଳାସିଆ. ଛାତି ଫଟାଇ କାନ୍ଦୁଛି ପୁରା ପରିବାର. ବଢ଼ିଲା ଝିଅକୁ ହରାଇ ଭାଙ୍ଗି ପଡିଛନ୍ତି ବାପା ମା .  ଏତେ ଭଲ ଝିଅଟିଏ ସହ ଦିନେ ଏପରି ହେବ ବୋଲି କେହି ସ୍ବପ୍ନରେ ସୁଦ୍ଧା ଭାବି ନଥିଲେ. ଅଧ୍ୟାପକଙ୍କ ନିର୍ଯାତନା ସହି ନ ପାରି ଜୀବନ ହରିବାକୁ ଉଦ୍ୟମ କରିଥିବା ବାଲେଶ୍ଵର ଏଫଏମ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ସୋମବାର ବିଳମ୍ବିତ ରାତିରେ ଏମ୍‌ସ କର୍ତ୍ତୃପକ୍ଷ ତାଙ୍କୁ ମୃତ ଘୋଷଣ କରିଥିଲେ.  ଏହାପରେ ରାତି ୩ ଟାରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିଲା. ସକାଳୁ ସକାଳୁ ପୈତୃକ ଗାଁ ପଳାସିଆ ଅଭିମୁଖେ ବାହାରିଥିଲା ତାଙ୍କର ମର ଶରୀର. ଆଉ ସେଠାରେ ଗାଁ ମଶାଣିରେ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି. ସୌମ୍ୟାଶ୍ରୀଙ୍କ ଭାଇ ତାଙ୍କୁ ମୁଖାଗ୍ନି ଦେଇଛନ୍ତି. ଗତ ୧୨ ତାରିଖରେ କଲେଜ ପରିସରରେ ଆତ୍ମାହୁତି ଉଦ୍ୟମ କରିଥିଲେ ପୀଡିତ. ତାଙ୍କ ଶରୀରର ୯୫ ପ୍ରତିଶତ ପୋଡି ଯାଇଥିଲା. ଡାକ୍ତରମାନେ ତାଙ୍କୁ ବଞ୍ଚାଇବାକୁ ବହୁତ ପ୍ରଚେଷ୍ଟା କରିଥିଲେ. କିନ୍ତୁ ତାଙ୍କର ଶ୍ବାସନଳୀ, ହୃତ୍‌ପିଣ୍ଡ, ବୃକକ୍‌ ସମେତ ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ସବୁ ଅକାମି ହୋଇ ପଡ଼ିଥିଲା ।  ଡାକ୍ତରମାନଙ୍କ ସମସ୍ତ ପ୍ରୟାସ ସତ୍ତ୍ବେ ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନଥିଲା. ଆଉ ଶେଷରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ. ଏହାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ.  ଦିଂବଗତ ଆତ୍ମାର ସଦଗତି ପାଇଁ ପାର୍ଥନା କରିବା ସହ ମୃତ ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି . ସମସ୍ତ ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ବିଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରତିକ୍ରିୟା ରଖି କହିଛନ୍ତି ଯେ,  ଆଶା କରିଥିଲୁ ଝିଅ ବଞ୍ଚିଯିବ ବୋଲି, କିନ୍ତୁ ସମ୍ଭବ ହେଲାନି. ଯେଉଁମାନେ ବି ଏହି ଘଟଣାରେ ସଂପୃକ୍ତ ଅଛନ୍ତି, ସମସ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ. ପୀଡିତାଙ୍କ ମୃତ୍ୟୁ ପରେ ଏବେ ତେଜିବାରେ ଲାଗିଛି ରାଜନୀତି. ଏହି ଘଟଣାକୁ ବିରୋଧ କରି ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ ଓ ବାମପନ୍ଥୀ ଦଳ. ଅନ୍ୟପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଦୁଃଖ ପ୍ରକାଶ କରିବା ସହ ସରକାରଙ୍କୁ ଟାଗେଟ କରିଛନ୍ତି. କେବଳ କଲେଜ କର୍ତ୍ତୃପକ୍ଷ ନୁହେଁ ବରଂ କ୍ଷମତାରେ ଥିବା ବ୍ୟକ୍ତିମାନେ ଉତ୍ତରଦାୟୀ ହୁଅନ୍ତୁ ବୋଲି ନବୀନ କହିଛନ୍ତି.