କୃଷି କ୍ଷେତ୍ରର ଉନ୍ନତି ଓ ନୂତନ ପଦକ୍ଷେପ ସମୀକ୍ଷା କଲେ କେନ୍ଦ୍ର କୃଷିମନ୍ତ୍ରୀ

Oct 14, 2025 - 09:14
 5
କୃଷି କ୍ଷେତ୍ରର ଉନ୍ନତି ଓ ନୂତନ ପଦକ୍ଷେପ ସମୀକ୍ଷା କଲେ କେନ୍ଦ୍ର କୃଷିମନ୍ତ୍ରୀ

କୃଷି କ୍ଷେତ୍ରର ଉନ୍ନତି ଓ ନୂତନ ପଦକ୍ଷେପ ସମୀକ୍ଷା କଲେ କେନ୍ଦ୍ର କୃଷିମନ୍ତ୍ରୀ ଖରିଫ ବୁଣା କ୍ଷେତ୍ରରେ ୬.୫୧ ଲକ୍ଷ ହେକ୍ଟର ବୃଦ୍ଧି; ମୋଟ କଭରେଜ ୧୧୨୧.୪୬ ଲକ୍ଷ ହେକ୍ଟର ଧାନ ଏବଂ ଗହମ ଷ୍ଟକ୍ ସ୍ତର ବଫର ମାନଦଣ୍ଡଠାରୁ ଅଧୂକ ରହିଛି ସମଗ୍ର ଦେଶରେ ଜଳଭଣ୍ଡାର ସଂରକ୍ଷଣ ସ୍ବର ସନ୍ତୋଷଜନକ, ଉତ୍ତମ ଅମଳର ଆଶା ରହିଛି

୧୩.୧୦.୨୦୨୫ : କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ କୃଷି କ୍ଷେତ୍ରର ପ୍ରଗତି ସମୀକ୍ଷା କରିବା ପାଇଁ ଆଜି ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ଯକ୍ଷତା କରିଥିଲେ। ବୈଠକରେ ଖରିଫ ଫସଲ ସ୍ଥିତି, ରବି ବୁଣା ପ୍ରସ୍ତୁତି, ବନ୍ୟା ପ୍ରଭାବିତ

ଅଞ୍ଚଳରେ ଫସଲ ପରିସ୍ଥିତି, ମୂଲ୍ୟ ଧାରା, ସାର ଉପଲବ୍ଧତା ଏବଂ ଜଳଭଣ୍ଡାର ସଂରକ୍ଷଣ ସ୍ବରର ବ୍ୟାପକ ମୂଲ୍ୟାଙ୍କନ କରାଯାଇଥିଲା।

କେନ୍ଦ୍ରମନ୍ତ୍ରୀ ବୈଠକରେ ସମ୍ପୃକ୍ତ ଅଧୂକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ମଧ୍ଯ ଜାରି କରିଥିଲେ।

ଅଧୂକାରୀମାନେ ସୂଚନା ଦେଇଥିଲେ ଯେ, ଖରିଫ ଫସଲ ଅଧୀନରେ ମୋଟ ଜମି ପୂର୍ବ ବର୍ଷ ତୁଳନାରେ ୬.୫୧ ଲକ୍ଷ ହେକ୍ଟର ବୃଦ୍ଧି ପାଇଛି। ମୋଟ ଚାଷ ଜମି ୧୧୨୧.୪୬ ଲକ୍ଷ ହେକ୍ଟର ରହିଛି, ଯାହା ୨୦୨୪-୨୫ରେ ୧୧୧୪.୯୫ ଲକ୍ଷ ହେକ୍ଟର ଥୂଲା। ବୈଠକରେ ରେ ଉଲ୍ଲେଖ କରାଯାଇଛି ଯେ, ଗହମ, ଧାନ, ମକା, ଆଖୁଁ ଏବଂ ଡାଲି ଭଳି ପ୍ରମୁଖ ଫସଲର ଚାଷ ପୂର୍ବ ବର୍ଷ ତୁଳନାରେ ବୃଦ୍ଧି ପାଇଛି। ଆହୁରି ସୂଚନା ଦିଆଯାଇଥୁଲା ଯେ, ବିରି ଚାଷ ଜମିରେ ୧.୫୦ ଲକ୍ଷ ହେକ୍ଟର ବୃଦ୍ଧି ପାଇଛି - ୨୦୨୪-୨୫ ରେ ୨୨,୮୭ ଲକ୍ଷ ହେକ୍ଟରରୁ ୨୦୨୫-୨୬ ରେ ୨୪.୩୭ ଲକ୍ଷ ହେକ୍ଟର ହୋଇଛି।

କେନ୍ଦ୍ରମନ୍ତ୍ରୀ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର ପରିସ୍ଥିତି ମଧ୍ୟ ସମୀକ୍ଷା କରିଥିଲେ। ଶ୍ରୀ ଚୌହାନ, ନିକଟରେ କିଛି ରାଜ୍ୟରେ_ବନ୍ୟା_ଏବଂ ଭୂସ୍ଖଳନ ଦ୍ବାରା ପ୍ରଭାବିତ ଜିଲ୍ଲା ଗସ୍ତ କରିଥିଲେ। ତାଙ୍କୁ ସୂଚନା ଦିଆଯାଇଥୁଲା, ଅତ୍ୟଧିକ ବର୍ଷା କିଛି ଅଞ୍ଚଳରେ ଫସଲକୁ ଲକୁ ପ୍ରଭାବିତ କରିଥ‌ିବା ବେଳେ, ଅନ୍ୟ ଅଞ୍ଚଳଗୁଡ଼ିକ ଭଲ ମୌସୁମୀରୁ ଉପକୃତ ହୋଇଛନ୍ତି। ଯାହା ଫଳରେ ଫସଲ ବୃଦ୍ଧି ପାଇଛି ଯାହା ରବି ବିହନ ଏବଂ ସାମଗ୍ରିକ ଉତ୍ପାଦନକୁ ବୃଦ୍ଧି କରିବ ବୋଲି ଆଶା କରାଯାଉଛି।

१०१४-ଅଧୂକାରୀମାନେ ଆହୁରି ସୂଚନା ଦେଇଥିଲେ ଯେ, ଟମାଟୋ ଏବଂ ପିଆଜର ରୋପଣ ସୁଗମ ଭାବରେ ଚାଲିଛି। ପିଆଜ ଚାଷ ଜମି ୨ ୨୫ରେ ୩.୬୨ ଲକ୍ଷ ହେକ୍ଟରରୁ ବୃଦ୍ଧି ପାଇ ଏବେ ୩.୯୧ ଲକ୍ଷ ହେକ୍ଟର ହୋଇଛି। ଯେତେବେଳେ କି ଆଳୁ ଚାଷ ୦.୩୫ ୩୫ ଲକ୍ଷ ହେକ୍ଟରରୁ କ୍ଟରରୁ ୦.୪୩ ଲକ୍ଷ ହେକ୍ଟରକୁ ବୃଦ୍ଧି ପାଇଛି। ସେହିପରି, ଟମାଟୋ ରୋପଣ ଗତ ବର୍ଷ ସମାନ ସମୟ ମଧ୍ୟରେ ୧.୮୬ ଲକ୍ଷ ହେକ୍ଟରରୁ ବୃଦ୍ଧି ପାଇ ଚଳିତ ବର୍ଷ ୨.୩୭ ଲକ୍ଷ ହେକ୍ଟରକୁ ବୃଦ୍ଧି ପାଇଛି। ବୈଠକରେ ଉଲ୍ଲେଖ କରାଯାଇଛି, ଆଳୁ, ପିଆଜ ଏବଂ ଟମାଟୋର ରୌପଣ କାର୍ଯ୍ୟ ନିର୍ଦ୍ଧାରିତ ଲକ୍ଷ୍ୟ ଅନୁସାରେ ଭଲ ଭାବରେ ଅଗ୍ରଗତି କରିଛି।

ବଫର ଅଧୂକାରୀମାନେ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ମଧ୍ଯ ଅବଗତ କରାଇଥିଲେ ଯେ, ବର୍ତ୍ତମାନର ଚାଉଳ ଏବଂ ଗହମ ଷ୍ଟକ୍ ସ୍ମର ନିର୍ଦ୍ଧାରିତ ବ୍ୟ ମାନଦଣ୍ଡଠାରୁ ଅଧୂକ ଅଛି, ଯାହାଁ ଏକ ସ୍ଥିର ଯୋଗାଣ ସ୍ଥିତିକୁ ସୂଚିତ କରେ।

ଜଳ ଉପଲବ୍ଧତା ସମ୍ପର୍କରେ, ଶ୍ରୀ ଚୌହାନଙ୍କୁ ଅବଗତ କରାଯାଇଥୁଲା ଯେ, ସାରା ଦେଶରେ ଜଳଭଣ୍ଡାର ସଂରକ୍ଷଣ ସୁର ଗତ ବର୍ଷର ସମାନ

ସମୟ ଏବଂ ଗତ ଦଶନ୍ଧିର ହାରାହାରି ତୁଳନାରେ ଯଥେଷ୍ଟ ଭଲ। ବର୍ତ୍ତମାନ ସୁଦ୍ଧା, ୧୬୧ଟି ପ୍ରମୁଖ ଜଳଭଣ୍ଡାର ଗତ ବର୍ଷର ୧୦୩.୫୧

ପ୍ରତିଶତ ଏବଂ ଦଶ ବର୍ଷର ହାରାହାରି ସଂରକ୍ଷଣର ୧୧୫ ପ୍ରତିଶତ ରଖୁଛି, ଯାହା କୃଷି ଉତ୍ପାଦନ ପାଇଁ ଏକ ସକାରାତ୍ମକ ଦୃଷ୍ଟିକୋଣକୁ

ପ୍ରତିଫଳିତ କରେ।

ଶ୍ରୀ ଚୌହାନ ସାରର ଉପଲବ୍ଧତା ସମୀକ୍ଷା କରିଥିଲେ ଏବଂ ଆଗାମୀ ମାସଗୁଡ଼ିକରେ ସୁଗମ ଏବଂ ସମୟୋଚିତ ଯୋଗାଣ ସୁନିଶ୍ଚିତ କରିବାକୁ ଅଧୂକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯେକୌଣସି ବାଧାକୁ ରୋକିବା ପାଇଁ ସେ ରସାୟନ ଏବଂ ସାର ମନ୍ତ୍ରଣାଳୟ ସହିତ ଘର୍ନିଷ୍ଠ ସମନ୍ବୟ ବଜାୟ ରଖୁବାକୁ ନିର୍ଦ୍ଦେଶ ଦେଇଥିଲେ। ଅଧୂକାରୀମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଯେ, ଆଗାମୀ କୃଷି ଋତୁ ପାଇଁ ସାଇଁ ଆବଶ୍ୟକତାର ଆକଳନ ଏବଂ ପୂରଣ କରିବା ପାଇଁ ରାଜ୍ୟଗୁଡ଼ିକ ସହିତ ନିରନ୍ଧର ସମନ୍ବୟ ରଖାଯାଇଛି।