୨୩ରୁ ୨୪ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ବିଶାଖାପାଟଣାରେ ପେସା ମହୋତ୍ସବର ଭବ୍ୟ ଆୟୋଜନ
୨୩ରୁ ୨୪ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ବିଶାଖାପାଟଣାରେ ପେସା ମହୋତ୍ସବର ଭବ୍ୟ ଆୟୋଜନ
ପେସା ପୋର୍ଟାଲ ଏବଂ ପେସା ସୂଚକ ଆରମ୍ଭ ସହ ସମସ୍ତ ପେସା ରାଜ୍ୟରେ ସ୍ବତନ୍ତ୍ର ଗ୍ରାମସଭା ଆୟୋଜନ କରାଯିବ
ପଞ୍ଚାୟତ (ଅନୁସୂଚିତ ଅଞ୍ଚଳକୁ ସମ୍ପ୍ରସାରଣ) ଆଇନ-୧୯୯୬ ପ୍ରଣୟନର ବାର୍ଷିକୀ ଉପଲକ୍ଷେ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଡିସେମ୍ବର ୨୩ ଓ ୨୪, ୨୦୨୫ରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ଦୁଇଦିନିଆ ‘ପେସା ମହେ ମହୋତ୍ସବ : ଉତ୍ସବ ଲୋକ ସଂସ୍କୃତି କା' ଆୟୋଜନ କରାଯାଉଛି । ପେସା ଆଇନର ବାର୍ଷିକୀ ପାଳନ ପାଇଁ ଡିସେମ୍ବର ୨୪ରେ "ପେସା ଦିବସ" ମଧ୍ଯ ପାଳନ କରାଯିବ। ଆନ୍ଧ୍ରପ୍ରଦେଶ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ଏବଂ ପଞ୍ଚାୟତିରାଜ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ କୋନିଡାଲା ପବନ କଲ୍ୟାଣ ଏହି ମହୋତ୍ସବକୁ ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପଞ୍ଚାଯ ଞ୍ଚାୟତିରାଜ ମନ୍ତ୍ରଣାଳୟର ସଚିବ ବିବେକ ଭରଦ୍ବାଜ କେନ୍ଦ୍ର ଏବଂ ର ରାଜ୍ୟ ସରକାରଙ୍କ ଅନ୍ୟ ବରିଷ୍ଠ ଅଧୂକାରୀଙ୍କ ରୀଙ୍କ ସହିତ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ପଞ୍ଚାୟତ ପ୍ରତିନିଧୁ, ଖେଳାଳୀ ଏବଂ ସାଂସ୍କୃତିକ କଳାକାରଙ୍କ ସମେତ ସମସ୍ତ ୧୦ଟି ପେସା ରାଜ୍ୟ ନ୍ୟରୁ ପ୍ରାୟ ୨୦୦୦ ପ୍ରତିନିଧୂ ଏହି କାର୍ଯ୍ୟକ୍ରମରେ ଯୋଗଦେବାର ଆଶା କରାଯାଉଛି।
୨୪ ଡି ଡିସେମ୍ବର ୨୦୨୫ରେ ପେସା ସମ୍ପର୍କରେ କେତେକ ଗୁରୁତ୍ଵପୂର୍ଣ ଜାତୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ ବ । ଏସବୁ ମଧ୍ଯରେ ରହିଛି ପେସ ପସା ସମ୍ପର୍କରେ ସୂଚନା ପ୍ରଦାନ ଓ ତଦାରଖ ପାଇଁ ପେସା ପୋର୍ଟାଲ, ବିଭିନ୍ନ ଭିନ୍ନ ରାଜ୍ୟରେ ପେସାର କାର୍ଯ୍ୟାନ୍ବୟନର ସ୍ଥିତି ତଦାରଖ ପାଇଁ ପେସା ଇଣ୍ଡିକେଟର, ତୃଣମୂଳ ସ୍ତରରେ ସ ସଚେତନତା ବୃଦ୍ଧି ଓ କ୍ଷମତା । ନିର୍ମାଣ ପାଇଁ ଜନଜାତୀୟ ଭାଷାରେ ପୈସା ତାଲିମ ପାଠ୍ୟକ୍ରମ । ଏହା ସହିତ ହିମାଚଳ ପ୍ରଦେଶର କିନୌର ଜିଲ୍ଲା ଉପରେ ଏକ ଇ-ପୁସ୍ତିକା )-ପୁସ୍ତିକା ଉନ୍ମୋଚନ ହେବ, ଯେଉଁଥ୍ରେ ଏହି ଜିଲ୍ଲାର ପାରମ୍ପରିକ ଜ୍ଞାନ, ସଂସ୍କୃତି ଓ ପରମ୍ପରା ସଂପର୍କରେ ଉଲ୍ଲେଖ ରହିବ । ଏହି ଉତ୍ସବ ଉତ୍ସବର ଅଂଶ ସ୍ବରୂପ, ଆନ୍ଧ୍ର ପ୍ରଦେଶର ପେସା ଗ୍ରାମ ପଞ୍ଚାୟତଗୁଡ଼ିକରେ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହେବ, ଯେଉଁଠାରେ ଅଂଶଗ୍ର ଶଗ୍ରହଣକାରୀ ରାଜ୍ୟଗୁଡ଼ିକର ନିର୍ବାଚିତ ପ୍ରତିନିଧୂମାନେ ଦଶଟି ଚିହ୍ନଟ ପେସା ବିଷୟବସ୍ତୁ ଉପ ଉପରେ ଆଲୋଚନା କରିବେ। ଏହା ସହିତ, ଡିସେମ୍ବର ୨୪ ତାରିଖରେ ସମସ୍ତ ଦଶଟି ପେସା_ରାଜ୍ୟରେ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହେବ, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉ ହଉଛି ଲୋକମାନଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା, ପ୍ରାକୃତିକ ସମ୍ବଳ ସଂରକ୍ଷଣ କରିବା, ପାରମ୍ପରିକ ପ୍ରଥା, ଜୀବିକା ଓ ସାମାଜିକ ନ୍ୟାୟକୁ ସୁରକ୍ଷା ଦେବା ।
ଏହି ମହୋତ୍ସ ମହୋତ୍ସବ ଅବସରରେ ରେ ଅନେକ ପ୍ରକାରର କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଯାହାକି ଭାରତୀୟ ଜନଜାତି ପରମ୍ପରାର ବିବି ବିବିଧତା ଓ ଗତିଶୀଳତାକୁ ଦର୍ଶାଇବ । ମୁଖ୍ୟ ସମାରୋହ ବିଶାଖାପାଟଣା ବନ୍ଦର ପ୍ରାଧୂକରଣ କ୍ୟାମ୍ପସ ମଧ୍ୟରେ ଅନୁଷ୍ଠିତ ହେବ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମଗୁଡ଼ିକ ବିଶାଖାପାଟଣାର ରାମକୃଷ୍ଣ ବେଳାଭୂମି, ଇଣ୍ଡୋର ଷ୍ଟାଡିୟମ, କ୍ରିକେଟ ଷ୍ଟାଡିୟମ ଓ କଳାବାଣୀ ଅଡି ଅଡିଟୋରିୟମରେ ଅନୁଷ୍ଠିତ ହେବ ।