ଗଜପତି ଜିଲ୍ଲାରେ ଆଭାସି ରେ ମୁଖ୍ୟମନ୍ତ୍ରୀଙ୍କ ଉପନିବନ୍ଧକ କାର୍ଯ୍ୟାଳୟ...
ଜିଲ୍ଲାର କାଶୀନଗର ଓ ମୋହନା ତହସିଲ କାର୍ଯ୍ୟାଳୟରେ ଉପ ନିବନ୍ଧକ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି ।
ଆଭାସୀ ମାଧ୍ୟମରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉଦଘାଟନ ସମୟରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଉପସ୍ଥିତ ଥିଲେ । ରାଜ୍ୟର ୪୪ ଟି ଉପ ନିବନ୍ଧକ କାର୍ଯ୍ୟାଳୟ ଉଦଘାଟିତ ହୋଇଥିବା ବେଳେ ଗଜପତିରେ କାଶୀନଗର ଓ ମୋହନାରେ ଉପ ନିବନ୍ଧକ କାର୍ଯାଳୟ ଜନ ସାଧାରଣଙ୍କ ସେବା ପାଇଁ ଗତକାଲି ଠାରୁ ଆରମ୍ଭ ହୋଇଯାଇଛି. କାଶୀନଗର ଓ ମୋହନା ବ୍ଲକ କାର୍ଯ୍ୟାଳୟରେ ଥିବା ଭିଡିଓ କନଫେରେନ୍ସ କକ୍ଷରେ ସ୍ବତନ୍ତ୍ର ବ୍ୟବସ୍ଥା ଦ୍ବାରା ଏହି ଉଦଘାଟନ କରାଯାଇଥିଲା.
ଏହି ଉଦଘାଟନ କାର୍ଯ୍ୟକ୍ରମରେ ମୋହନା ବିଧାୟକ ଦାଶରଥ୍ ଗମାଙ୍ଗ, ବିଡ଼ିଓ ରାଜୀବ ଦାସ, ବ୍ଳକ ଅଧ୍ଯକ୍ଷ ରଞ୍ଜୀବ ଶବର, ତହସିଲଦାର ଚକ୍ରଧର ପାଢ଼ୀ ଓ ରାଜସ୍ବ କର୍ମଚାରୀ ଉପସ୍ଥିତ
କାର୍ଯ୍ୟାଳୟ କୋଠରୀକୁ ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ଉଦଘାଟନ କରିଥିଲେ. ନୂତନ ଭାବେ ଆରମ୍ଭହୋଇଥିବା ଏହି 2 ଗୋଟି ଉପ ନିବନ୍ଧକ କାର୍ଯାଳୟ ବର୍ତ୍ତମାନ ସମ୍ପୂକୁ ଅଞ୍ଚଳରେ ରହୁଥିବା ତହସିଲଦାରଙ୍କ ଦ୍ବାରା ପରିଚାଳିତ ହେବ ବୋଲି ସୂଚନା ମିଳିଛି.