ଛତୁ ପ୍ରକୃତରେ ଆମିଷ ନା ନିରାମିଷ
ଛତୁ ଏକ କବକ । ଯାହା ବାଲି, କାଠ, ପାଳ ଇତ୍ୟାଦିରେ ବଢ଼ିଥାନ୍ତି ।ଶ୍ରାବଣ ମାସରେ ପନିପରିବା ଦର ହୁ ହୁ ହୋଇ ବଢ଼ିଯାଇଥିବାବେଳେ ଛତୁ ଦାମ୍ ମଧ୍ୟ ୩୦୦ ପାର୍ ହୋଇଯାଇଥାଏ |
ଛତୁ ଏମିତି ଏକ ପରିବା ଯାହାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରକାର ଦ୍ୱନ୍ଦ୍ୱ ଲାଗି ରହିଥାଏ । ଯେହେତୁ ଏଥିରେ ରକ୍ତ କିମ୍ବା ହାର୍ଟ ନାହିଁ ସେଥିପାଇଁ ଏହାକୁ ନିରାମିଷ କହିପାରିବା । ଏଥିରେ ମଧ୍ୟ କୌଣସି ଜୀବନ ନାହିଁ । ଏହା ଅନ୍ୟ ଫୁଲ, ଫଳ ଭଳି ବଢ଼ିଥାଏ ।
ସେଥିପାଇଁ ଛତୁ ଆମିଷ ନୁହେଁ । ଏହା ନିରାମିଷ ।
କିନ୍ତୁ ଓଷାରେ ଛତୁ ଖାଇବା ଦ୍ୱାରା ଶରୀରରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଏ । ମନରେ ନକାରାତ୍ମକ ଚିନ୍ତାଧାରା ଆସିଥାଏ, ଯାହାକୁ ରୋକିବା ପାଇଁ ପୂଜାବେଳେ ଛତୁ ଖାଇବାକୁ ମନା କରନ୍ତି ।
କିନ୍ତୁ ଛତୁ ଆମିଷ ନୁହେଁ । ଏହା ଅନ୍ୟ ଫୁଲ, ଫଳ ଭଳି ଓଷା ବ୍ରତରେ ଖାଇହେବ । କେବଳ ଛତୁ କାହିଁକି ଓଷାରେ ପାଣିକଖାରୁ, ଲାଉ, ପୋଇ ଶାଗ, ମଦ, ମାଂସ ଖାଇବାକୁ ବାରଣ କରାଯାଏ । କାରଣ ବ୍ରତରେ ଈଶ୍ୱରଙ୍କ ଧ୍ୟାନରେ ରହିବା ପାଇଁ ଏହି ସବୁ ଜିନିଷ ବାଧା ସୃଷ୍ଟି କରୁଥିବାର ବିଶ୍ୱାସ ରହିଛି ।
କିଛି ଲୋକ ପୂଜା-ପାର୍ବଣରେ ଛତୁ ଖାଇବାକୁ ବାରଣ କରୁଥିବାବେଳେ ଆଉ କିଛି ଲୋକ ଓଷା ବ୍ରତରେ ଛତୁ ଖାଇବାକୁ କହିଥାନ୍ତି । ଅପରିଷ୍କାର, ଅନାବନା ଜାଗାରେ ଛତୁ ହେଉଥିବାରୁ ପୂଜା-ପାର୍ବଣରେ ଛତୁ ଖାଇବାକୁ ବାରଣ କରାଯାଏ । ପ୍ରକୃତରେ ଛତୁ ଅସନା ସ୍ଥାନରେ ହୋଇଥିବାରୁ ଏହାକୁ ଓଷା ବା ବ୍ରତରେ କେହି ଖାଇବାକୁ ପସନ୍ଦ କରନ୍ତି ନାହିଁ।