ଜଟଣୀର ୨ୟ ପଥ ଉତ୍ସବ...
ଜଟଣୀର ୨ୟ ପଥ ଉତ୍ସବ...
ଜଟଣୀରେ ଆୟୋଜିତ ପଥ ଉତ୍ସବକୁ ଭରପୂର ଜନସାଧାରଣ ମନଭରି ଉପଭୋଗ କରି ପାରିଛନ୍ତି ବୋଲି ମୂଖ୍ୟ ଆୟଯୋକ ଡଃ ରୁଷି ପଟ୍ଟନାୟକ କହିଥିଲେ।
ଏହି ୨ୟ ପଥ ଉତ୍ସବକୁ ସ୍ବତନ୍ତ୍ର ଭାବରେ ରେପବ୍ଲିକ ଡେ ଏସ୍ପିସିଆଲ କରଯାଇଥିଲା ବୋଲି ମୂଖ୍ୟ ଆୟୋଜକ ଡଃ ରୁଷି ପଟ୍ଟନାୟକ କହିଥିଲେ।
ଉତ୍ସବ ଅଧକ୍ଷ ଶ୍ରୀ ବିଶ୍ୱରଞ୍ଜନ୍ ବଡ଼ଜେନାଙ୍କ ନେତୃତ୍ଵ ରେ ଆଜି ବିରାଟ ସଫଳତା ହାସଲ କରିଛି
ଅଧକ୍ଷ 6ବଡ଼ଜେନା କହିଥିଲେ ଯେ ଆଜି ଜଟଣୀ ରାଜରାସ୍ତା ଖାଲି ଦେଶପ୍ରେମ ଉବୁଟୁବୁ ହେଉଛି4, ଚାରିଆଡ଼େ ଲୋକାରଣ୍ୟ।
ଭୁବନେଶ୍ବର ର ମାନନୀୟ। ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଉଦଘାଟନ କରିଥିଲେ,
ସେ କହିଥିଲେ ଯେ ଯେଭଳି ରୁଷି ପଟ୍ଟନାୟକ ଙ୍କ ନେତୃତ୍ଵ ରେ ରହାଗିରି ଆୟୋଜିତ ହେଉଥିଲା ଏବେ ପଥ ଉତ୍ସବ କୁ ଭୁବନେଶ୍ବର ମ୍ୟୁନିସିପାଲଟି କରୁଛି ଆଗମୀ ଦିନରେ ଜଟଣୀ ମ୍ୟୁନିସିପାଲଟି ତାର ନିଜସ୍ୱ ପାଣ୍ଠି ରୁ କରିବା ପାଇଁ ଅନୁରୋଧ କରିଥିଲେ |
ବର୍ତ୍ତମାନ ସୁଦ୍ଧା ଦୁଇଟି ଯାକ ପଥ ଉତ୍ସବ ଲୁଲୁ ବଡ଼ଜେନା ତାଙ୍କର ନିଜସ୍ୱ ପାଣ୍ଠିରୁ ପାଳନ କହୁଛନ୍ତି ।
ଅଧ୍ୟକ୍ଷ ଲୁଲୁ ବଡ଼ଜେନା ତଥା ଜଟଣୀ ବିକାଶ ପରିଷଦ ର ସଭାପତି ସୁଦର୍ଶନ ସୁନ୍ଦରାୟ କହିଥିଲେ କି ଜଟଣୀ ବାସୀଙ୍କ ବାହୁ ଦିନର ଆଶା ଡ଼ଃ ରୁଷି ପଟ୍ଟନାୟକ ପୁରାଣ କରିନାହାନ୍ତି ବରଂ ସମଷ୍ଟଙ୍କ ପାଇଁ ଏକ ମଞ୍ଚ ସୃଷ୍ଟି କରି ଏକ ବିରାଟ ଉଦାହରଣ ସୃଷ୍ଟି କରିଛନ୍ତି।
ଏହି ଉତ୍ସବ ରେ ପୌରରିଷଦର ଅଧ୍ୟକ୍ଷ ଶ୍ରୀ ଅନନ୍ତ ବେହେରା, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ଛୋଟରାୟ, ଶ୍ରୀ ସୁଦୀପ୍ତ ରାୟ,, ଜଟଣୀ ବିଡ଼ିଓ ଶ୍ରୀ ବସନ୍ତ କୁମାର ହାତୀ, ତହସିଲଦାର ଶ୍ରୀ ଶିବ କୁମାର ପରିଡ଼ା, ଥାନା ଆଇ.ଆଇ.ସି ଶ୍ରୀ ଷ୍ଟାଲିନ ବିଶ୍ବାଳ, ଦୁଇ ମେଡିକାଲ୍ ଅଧିକାରୀ ଡାକ୍ତର ଜିତେନ୍ଦ୍ର ପଣ୍ଡା, ଡାକ୍ତର କ୍ରିଷ୍ଣା ରାଜ, ଅଗ୍ନିରିବାହି ଅଧିକାରୀ ଶ୍ରୀ ଲକ୍ଷ୍ମଣ ବେହେରା, ସାଂସଦ ଙ୍କଦୁଇ ପ୍ରତିନିଧି ମନୋଜ ନନ୍ଦ ଓ ସତୀଶ ଶର୍ମା, ବିକାଶ ପରିଷଦ ସଭାପତି ବିଜୁ ଛୋଟରାୟ, ସମ୍ପାଦକ ସୁଦର୍ଶନ ସୁନ୍ଦରାୟ, କୈଳାଶ ମହାପାତ୍ର,ଜଟଣୀ ବଜାର କମିଟି କର୍ମକର୍ତ୍ତା, ଖୋରଧା ଜିଲ୍ଲା ବିଜେପି ର ସମସ୍ତ କର୍ମକର୍ତା, ମ୍ୟୁନିସିପାଲଟି ସମସ୍ତ କାଉନସିଲର ମଞ୍ଚରେ ଯୋଗ ଦେଇ ବିଶ୍ୱରଂଜନ ବଡ଼ଜେନା ଙ୍କ ନେତୃତ୍ଵ ପ୍ରତି ସମର୍ଥନ ଜଣାଇଥିଲେ।
ସ୍ଵାଗତ ଅଭିଭାଷଣ ଲୁଲୁ ବଢ଼ଜେନା ପ୍ରଦାନ କରିଥିବା ବେଳେ ଡଃ ଉମାକାନ୍ତ ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।
ସ୍ଵତନ୍ତ୍ର ଅତିଥି ଭାବରେ ସ୍ଵର୍ଣ୍ଣ ଧନତିର ର ଆୟୋଜକ ଡଃ ଅନିଲ ଜୟନ୍ ଓ ସୋମୀୟ ରଞ୍ଜନ ପ୍ରଧାନ ଯୋଗଦେଇଥିଲେ ଏବଂ ଧନଯାତ୍ରା ମଧ୍ଯ ହେଇଥିଲା।
ଏହି ଉତ୍ସବ ରେ ପ୍ରାୟ ୧୪୫ରୁ ଉର୍ଦ୍ଧ ପ୍ରକାର ଅନୁଷ୍ଠାନ ତାଙ୍କର ନିଜସ୍ଵ କଳା, ନୃତ୍ୟ, ଗୀତ, ସ୍ବାସ୍ଥ୍ୟ ସେବା, ସଚେତନତା, ପ୍ରଦର୍ଶନୀ, ଖାଦ୍ୟ ପ୍ରସ୍ତୁତି, କ୍ରୀଡା, ଚିତ୍ରାଙ୍କନ, ପାରମ୍ପରିକ କଳା ନୃତ୍ୟ ଗୀତ, ଚାଳଚିତ୍ର ପ୍ରଦର୍ଶିନି, ସ୍କ।ଉ ଗାଇଡ, ଏନସିସି, ଜିମ୍, ଜୁମ୍ବା, ଯୋଗ ଆଦି ଅନେକ କାର୍ଯ୍ୟକ୍ରମ ଉପସ୍ଥାପନ କରାଯାଇଛି।
ଶେଷରେ ମୁଖ୍ୟ ଅତିଥି ଜଟଣୀର ୪ଟି ସମାଜ ତେଲୁଗୁ ସମାଜ, ଗୁଜରାଟୀ ସମାଜ, ଅଙ୍ଗଲୋଇଣ୍ଡିଆ ସମାଜ, ବଙ୍ଗାଳୀ ସମାଜ, ତଥା ୬ଜଣ ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନୀତ କରାଯାଇଛି।