ଜୁନ୍ ୧୬ ରୁ ୧୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ୱେଭସ୍ ବଜାରର ଦ୍ବିତୀୟ ସଂସ୍କରଣ

May 7, 2026 - 09:34
 7
ଜୁନ୍ ୧୬ ରୁ ୧୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ୱେଭସ୍ ବଜାରର ଦ୍ବିତୀୟ ସଂସ୍କରଣ

‘ଭିଉଇଙ୍ଗ୍ ରୁମ୍' ଏବଂ ‘ୱର୍କ ଇନ ପ୍ରୋଗ୍ରେସ୍ ଲ୍ୟାବ୍‌' ପାଇଁ ପ୍ରବେଶିକା ଖୋଲିଲା

ଆଗାମୀ ପିଢ଼ିର କାହାଣୀ ଲାଗି ଏକ ଇମର୍ସିଭ୍ ମାର୍କେଟ୍‌ର ଶୁଭାରମ୍ଭ କରିବ ୱେଭସ୍ ଡକ୍ ବଜାର ୨୦୨୬

ୱେଭସ୍ ଡକ୍ ବଜାରର ଦ୍ବିତୀୟ ସଂସ୍କରଣ ଆସନ୍ତା ଜୁନ ୧୬ରୁ ୧୮ ପର୍ଯ୍ୟନ୍ତ ୧୯ତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ (ଏଆଇଏଫ୍‌ଏଫ୍) ସହ ମୁମ୍ବାଇର ଏନଏଫଡିସି କଂପ୍ଲେକ୍ସରେ ଅନୁଷ୍ଠିତ ହେବ।

ୱେଲ୍ସ ଡକ୍ ବଜାର ହେଉଛି ଏକ ପ୍ରମୁଖ ଓ ଏକୀକୃତ ପ୍ଲାଟଫର୍ମ ଯାହା ଡକ୍ୟୁମେଣ୍ଟାରୀ, ଆନିମେସନ୍ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତାଙ୍କ ଅଭିବୃଦ୍ଧି ଏବଂ ପ୍ରଗତିକୁ ତ୍ବରାନ୍ବିତ କରିବା ପାଇଁ ଡିଜାଇନ୍ କରାଯାଇଛି। ଏହି ପ୍ଲାଟଫର୍ମ ସହଯୋଗ, ପରାମର୍ଶ, ବଜାର ପ୍ରବେଶ ଏବଂ ବିଶ୍ବସ୍ତରୀୟ ସ୍ବୀକୃତି ପାଇଁ ସୁଯୋଗ ପ୍ରଦାନ କରେ। ଦ୍ବିତୀୟ ସଂସ୍କରଣରେ ଏହି ପ୍ଲାଟଫର୍ମ ଅଡିଓ-ଭିଜୁଆଲ୍ ଶିଳ୍ପ ମଧ୍ୟରେ ପ୍ରତିଷ୍ଠିତ ପେସାଦାର ଏବଂ ଉଦୀୟମାନ ପ୍ରତିଭାଙ୍କୁ ଏକତ୍ରିତ କରିବାକୁ ଲକ୍ଷ୍ୟ ରଖୁଛି। ଏହା ବ୍ୟତୀତ, ଏହି ବଜାର କ୍ରିଏଟର, ପ୍ରଯୋଜକ, ବିତରକ, ପ୍ରସାରକ, ପାଣ୍ଠି ଯୋଗାଣକାରୀ ଏବଂ ପ୍ରଯୁକ୍ତିବିଦ୍ୟା ଅଂଶୀଦାରମାନଙ୍କ ପାଇଁ ଏକ ଉପଯୋଗୀ କେନ୍ଦ୍ର ଭାବରେ କାର୍ଯ୍ୟ କରିବ। ଏହା ନିର୍ମାଣ ଏବଂ ବିତରଣର ବିଭିନ୍ନ ପର୍ଯ୍ୟାୟରେ ସହଯୋଗକୁ ସୁଗମ କରି ଅସାଧାରଣ କାହାଣୀ କହିବାକୁ ସଶକୁ କରିବ ଏବଂ ସାରା ବିଶ୍ବ ଦର୍ଶକଙ୍କ ପାଖରେ ପହଞ୍ଚିବାକୁ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ସହାୟତା କରିବ। ଏଠାରେ ଅଂଶଗ୍ରହଣକାରୀମାନେ ବିଶେଷଜ୍ଞ ଏବଂ ଅଭିଜ୍ଞ ପେସାଦାରଙ୍କ ସହିତ ସିଧାସଳଖ ଆଲୋଚନା ମାଧ୍ୟମରେ ବର୍ତ୍ତମାନର ଶିଳ୍ପ ଧାରା, ବଜାର ଚାହିଦା, ବିତରଣ ରଣନୀତି ଏବଂ ଦର୍ଶକଙ୍କ ପସନ୍ଦ ସମ୍ପର୍କରେ ବହୁମୂଲ୍ୟ ଜ୍ଞାନ ହାସଲ କରିପାରିବେ।

ଭିଉଇଙ୍ଗ ରୁମ୍ (ଭିଆର୍):

ୱେଭୃ ଡକ୍ ବଜାରର ଏକ ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ଏହାର ଭିଉଇଙ୍ଗ ରୁମ୍ (ଭିଆର୍), ଯେଉଁଠାରେ ସଂପୂର୍ଣ୍ଣ ହୋଇଥ‌ିବା କିମ୍ବା ନିର୍ମାଣାଧୀନ ପ୍ରାମାଣିକ ଚଳଚ୍ଚିତ୍ର (ଡକ୍ୟୁମେଣ୍ଟାରି), କ୍ଷୁଦ୍ର ଓ ଆନିମେସନ ଚଳଚ୍ଚିତ୍ରଗୁଡ଼ିକୁ ପଂଜୀକୃତ ପ୍ରତିନିଧୂମାନଙ୍କ ମଧ୍ୟରୁ ବଛା ବଛା ଦର୍ଶକମାନଙ୍କୁ ପ୍ରଦର୍ଶିତ କରାଯିବ। ବଛା ବଛା କ୍ରେତା, ପ୍ରୋଗ୍ରାମର, ବିତରକ ଓ ନିବେଶକଙ୍କ ପାଇଁ ସ୍ବତନ୍ତ୍ରଭାବେ ପ୍ରସ୍ତୁତ ଏହି ପ୍ଲାଟଫର୍ମ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ବିତରଣ ଡିଲ୍ ଚୂଡ଼ାନ୍ତି କରିବା, ନିର୍ମାତା ଓ ଅନୁର୍ଜାତୀୟ ସେଲ୍ସ ଏଜେଣ୍ଟ ମାନଙ୍କ ସହ ସମ୍ପର୍କ ସ୍ଥାପନ, ଚଳଚ୍ଚିତ୍ର ଉତ୍ସବ ସମ୍ଭାବନା ଅନୁସନ୍ଧାନ ଓ ଜରୁରୀକାଳୀନ ପାଣ୍ଠି ହାସଲ କରିବାର ସୁଯୋଗ ପ୍ରଦାନ କରେ। ଏକ ସ୍ବତନ୍ତ୍ର ଭାବରେ ସଂଗୃହିତ ସିଷ୍ଟମ ମାଧ୍ଯମରେ, କ୍ରେତାମାନେ ଭାଷା, ଅବଧୂ, ନିର୍ମାଣ ପର୍ଯ୍ୟାୟ ଏବଂ ଅନ୍ୟାନ୍ୟ ବିବରଣୀ ଉପରେ ଆଧାରିତ ଚଳଚ୍ଚିତ୍ର ବ୍ରାଉଜ୍ କରିପାରିବେ; ଏହା ସହିତ, ଚୟନ ହୋଇଥ‌ିବା ଚଳଚ୍ଚିତ୍ରଗୁଡ଼ିକୁ ଏକ ଭିଉଇଙ୍ଗ ରୁମ୍ ତାଲିକାରେ ଅନୁର୍ଭୁକ୍ତ କରାଯିବ, ଯାହା ସମସ୍ତ ପଞ୍ଜିକୃତ ପ୍ରତିନିଧୂଙ୍କ ସହ ସେୟାର କରାଯିବ ଏବଂ କାର୍ଯ୍ୟକ୍ରମ ପୂର୍ବରୁ ଅନଲାଇନରେ ଉପଲବ୍ଧ କରାଯିବ।

ୱର୍କ-ଇନ-ପ୍ରୋଗ୍ରେସ୍ ଲ୍ୟାବ୍‌(ଡବ୍ଲ୍ୟୁଆଇପି) :

ଅସଂପୂର୍ଣ୍ଣ ଥ‌ିବା ଡକ୍ୟୁମେଣ୍ଡାରୀ ଏବଂ ଆନିମେସନ ଫିଲ୍ମଗୁଡ଼ିକ ଲାଗି ଏହି ଲାବ୍‌କୁ ଡିଜାଇନ୍ କରାଯାଇଛି। ଏହି ଲାବ ମାଧ୍ୟମରେ ମନୋନୀତ ଅଂଶଗ୍ରହଣକାରୀମାନେ ଅଭିଜ୍ଞ ଚଳଚ୍ଚିତ୍ର ନିର୍ମାତା, ସମ୍ପାଦକ ଏବଂ ଆନ୍ତର୍ଜାତୀୟ ପରାମର୍ଶଦାତାଙ୍କଠାରୁ ଅମୂଲ୍ୟ ମତାମତ, ମାର୍ଗଦର୍ଶନ ଏବଂ ପରାମର୍ଶ ପାଇପାରିବେ ଯଦ୍ବାରା ସେମାନେ ନିଜର ପ୍ରକଳ୍ପକୁ ଆକର୍ଷଣୀୟ କରି ବିଶାଳ ଦର୍ଶକଶ୍ରେଣୀଙ୍କ ନିକଟରେ ପହଞ୍ଚିପାରିବେ।

ୱେଲ୍ସ ଡକ୍ ବଜାରରେ ଇମର୍ସିଭ୍ ମାର୍କେଟର ଶୁଭାରମ୍ଭ ହେବ

ପ୍ରଥମ ଥର ପାଇଁ, ୱେଭୃ ଡକ୍ ବଜାରରେ ଏକ ଏମର୍ଜି ମାର୍କେଟ୍ ସେଗମେଣ୍ଟ୍ ମଧ୍ଯ ରହିବ, ଯାହା ଇମର୍ସିଭ୍ କଣ୍ଟେଣ୍ଟ କ୍ରିଏଟର୍, ପ୍ରଯୋଜକ ଏବଂ ପ୍ରଯୁକ୍ତିବିଦ୍ୟା ଅଂଶୀଦାରଙ୍କ ପାଇଁ ଏକ ଉତ୍ସର୍ଗୀକୃତ ପ୍ଲାଟଫର୍ମ ହେବ। VR, AR, XR ଏବଂ ଇଣ୍ଟରାକ୍ଟିଭ୍ ଅଭିଜ୍ଞତା ଉପରେ କେନ୍ଦ୍ରିତ, ଏହି ବଜାର ଅଭିନବ ପ୍ରକଳ୍ପଗୁଡ଼ିକୁ ପ୍ରଦର୍ଶନ କରିବା, କାହାଣୀ କହିବାର ନୂତନ ଫର୍ମାଟ୍‌ଗୁଡ଼ିକୁ ଅନୁସନ୍ଧାନ କରିବା ଏବଂ ଅର୍ଥପୂର୍ଣ୍ଣ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବ।

ଏସବୁ ପ୍ରାସଙ୍ଗିକ କାର୍ଯ୍ୟକ୍ରମ ଏବଂ ଶିଳ୍ପ-କେନ୍ଦ୍ରିତ ପଦକ୍ଷେପ ସହିତ, ୱେଭୃ ଡକ୍ ମାର୍କେଟ୍ ସୃଜନଶୀଳ ଉତ୍କର୍ଷତା ଏବଂ ଆର୍ନ୍ତର୍ଜାତୀୟ ପହଞ୍ଚ ପାଇଁ ନୂତନ ପଥ ପ୍ରଶସ୍ତ କରିବା ସହିତ ଡକ୍ୟୁମେଣ୍ଟାରୀ, ଆନିମେସନ୍ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ପାଇଁ ଇକୋସିଷ୍ଟମକୁ ସୁଦୃଢ଼ କରିବାରେ ଲାଗିଛି।