ଡିସ୍ନି + ହଟଷ୍ଟାର୍ ରେ ଆଉ ୟୁଜର୍ସ ସେୟାର କରିବେନି ଓଟିପି...

ନୂଆଦିଲ୍ଲୀ : ଡିସ୍ନି + ହଟଷ୍ଟାର୍ ରେ ଓଟିପି ସେୟାରିଂ ମନା । ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ଓଟିଟି ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି । ଖେଳ ଠାରୁ ଆରମ୍ଭ କରି ଫିଲ୍ମ, ଓ୍ବେବ୍ ସିରିଜ୍, ସିରିଏଲ ପର୍ଯ୍ୟନ୍ତ ସମସ୍ତ ମନୋରଞ୍ଜନ କାର୍ଯ୍ୟକ୍ରମ ଏଥିରେ ଦେଖି ପାରୁଛନ୍ତି । କିନ୍ତୁ କମ୍ପାନୀମାନଙ୍କର ମୁଣ୍ଡ ବ୍ୟଥା ବଢ଼ାଇଛି ୟୁଜର୍ସଙ୍କ ମଧ୍ୟରେ ଓଟିପି ସେୟାରିଂ । ଏହାର ସମାଧାନ ବାହାର କରିବା ପାଇଁ ଲଗାତାର ଭାବେ ପଦକ୍ଷେପ ନିଆଯାଉଛି । କିଛି ଦିନ ପୂର୍ବରୁ ନେଟ୍-ଫ୍ଲିକ୍ସ ପାସ୍ଓ୍ବାର୍ଡ୍ ସେୟାରିଂ ଉପରେ ରୋକ୍ ଲଗାଯାଇଥିବା ବେଳେ ଏବେ ଡିସ୍ନି + ହଟଷ୍ଟାର୍ ମଧ୍ୟ ଏପରି କରିବାକୁ ଚେଷ୍ଟା କରିଛି। ପାସ୍ଓ୍ବାର୍ଡ ସେୟାରିଂ କରୁଥିବା ୟୁଜର୍ସଙ୍କ ବିରୋଧରେ ବଡ଼ ପଦକ୍ଷେପ ନେବାକୁ ଯାଉଛି ଡିସ୍ନି + ହଟଷ୍ଟାର୍ । କେବେଳ ପରିବାର ଛଡା ଆଉ କୌଣସି ବ୍ୟକ୍ତିଙ୍କ ସହ ଓଟିପି ସେୟାରିଂ କରିପାରିବେନି ୟୁଜର୍ସ । ଯଦି କେହି ବାହାର ଲୋକଙ୍କୁ ଓଟିପି ସେୟାର କରନ୍ତି ତେବେ ଏଥିପାଇଁ ସେମାନଙ୍କୁ କିଛି ଦେୟ ଦେବାକୁ ପଡିବ । ବିନା ଦେୟରେ କୌଣସି ବ୍ୟକ୍ତି ଓଟିଟି ପ୍ଲାଟଫର୍ମର ଲାଭ ଉଠାଇ ପାରିବେନାହିଁ । ଯଦି ବିନା ଦେୟରେ କୌଣସି ବ୍ୟକ୍ତି ଏପରି କରନ୍ତି ତେବେ କମ୍ପାନୀ ଫକ୍ଷରୁ ୟୁଜର୍ସଙ୍କ ଆକାଉଣ୍ଟ ସସ୍‌ପେଣ୍ଡ କରିଦିଆଯିବ ।

Feb 10, 2024 - 18:31
 13
ଡିସ୍ନି + ହଟଷ୍ଟାର୍ ରେ ଆଉ ୟୁଜର୍ସ ସେୟାର କରିବେନି ଓଟିପି...