ଦଳୀୟ ପ୍ରଚାର ପାଇଁ ରାଜ୍ୟ ରାଜକୋଷ ଲୁଟୁଛନ୍ତି ବିଜେଡି ସରକାର: ଡ. ବିଶ୍ୱରଞ୍ଜନ ମହାନ୍ତି

ଭୁବନେଶ୍ୱର, ୦-୨୯/୦୨: ନବୀନ ଶାସନରେ ଓଡ଼ିଶାର ଭବିଷ୍ୟତ କେଉଁ ଆଡ଼କୁ ଯାଉଛି ? ରାଜ୍ୟରେ ଲୋକଙ୍କ ଆୟ ବଢ଼ୁନଥିବାବେଳେ ଖର୍ଚ ତିନିଗୁଣା ହେଲାଣି। ବିଭିନ୍ନ ବିଭାଗରେ ଦେଢ଼ ଲକ୍ଷରୁ ଉର୍ଦୁ ପଦବି ଖାଲି ପଡ଼ିଥ‌ିବାବେଳେ ରାଜ୍ୟ ସରକାର ସେଗୁଡ଼ିକ ପୂରଣ ନ କରି ଶିକ୍ଷତ ସୁବକ ଯୁବତୀଙ୍କୁ ନିର୍ବାଚନ ସମୟରେ ନୂଆ ନୂଆ ଯୋଜନା ନାଁରେ ଭଶାଇଛନ୍ତି । ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ବଦଳରେ ସନ୍ଧଜୀକରଣ ଆବରେ ଦଳୀୟ କାର୍ଯ୍ୟକ୍ରମରେ ସାମିଲ କହୁଛନ୍ତି। ରାଜ୍ୟର ପ୍ରକୃତ ବିକାଶ କଥା ଚିନ୍ତା ନକରି ଲୋକଙ୍କ ଟଙ୍କା ଲୋକଙ୍କୁ ଚା'ଟି ନିର୍ବାଚନୀ ଲଲିପପ୍ ଧରାଇଛନ୍ତି । ଖାଲି ସେତିକି ନୁହେଁ, ବିଜେଡି ସରକାର ଦଳୀୟ ପ୍ରଚାର ପାଇଁ ରାଜ୍ୟ ରାଜକୋଷକୁ ଲୁଟୁଛବି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅ .ବିଶ୍ଵପଞ୍ଜନ ମହାନ୍ତି ବହିଛନ୍ତି । ଗୁରୁଳାର କଂଗ୍ରେସ ଇ‌ତନଠାରେ ଆୟୋଜିତ ଏକ ସାମ୍ବାଦିକ ସÜଜନୀରେ ଡ.ମହାକି କହିଲେ ଯେ ନବୀନ ବାବୁ ସରକାରୀ ଅର୍ଥରେ ବିଜୁ ଜନତା ବକର ପ୍ରଦାର କରୁଛନ୍ତି। ଜନସାଧାରଣଙ୍କ ଦ୍ବାରା ପ୍ରବତ ବିଭିନ୍ନ ଟିକସ ଓ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ନେଇ ନିର୍ବାଚନୀ ପ୍ରଚାରରେ ଖର୍ଚ କରାଯାଇଛି । ସରକାରୀ ଯୋଜନାରେ ଶଙ୍ଖଚିହ୍ନ ଲାଗୁଛି । ଯାହାକୁ ନେଇ ଗତକାଲି ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଷ୍ଟୀନରଣ ମାଗିଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ବିଜେଟି ସରକାର ଏତେ ତଳକୁ ଖସିଯାଇଛନ୍ତି ଯେ ଓଡ଼ିଆଙ୍କ ପରିଚୟ ଆରାଧ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମଧ୍ୟ ଦଳୀୟ ପ୍ରଚାରରୁ ବାଦ୍ ଦେଇନାହାନ୍ତି I ଅର୍ପଣ ରଥରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ତାମିଲ ବାବୁଙ୍କ ଫଟୋ ଲଗାଇ ପ୍ରଚାର କରାଗଲା । ଏସବୁ ସମ୍ପୂର୍ଣ ଅନୈତିକ । ଏଥିପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କ୍ଷମା ମାଗକୁ ଓ ଦଳୀୟ ପ୍ରଚାର ପାଇଁ ସରକାରୀ ତହବିଲରୁ ନେଇଥିବା କୋଟି କୋଟି ଟଙ୍କା ଫେରସ୍ତ କରନ୍ତୁ ବୋଲି ଡ. ମହାନ୍ତି କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଗତ ୨ ସପ୍ତାହ ମଧ୍ୟରେ କଳନେରୁ ଅଧୁକ ଯୋଜନା ଘୋଷଣା ହେଲାଣି। ଏହା ପୂର୍ବରୁ ଆମେ ନବୀନ ବାବୁଙ୍କ ୬୪ବର୍ଷର ଶାସନ ଓ ୫ଟି ନିର୍ବାଚନ ଦେଖିଛୁ, କିନ୍ତୁ ଏଭଳି ପ୍ରଚାର କାଙ୍ଗାଳ ସରକାର ଦେଖିନୁ । ବର୍ତମାନ ନବୀନ ବାବୁ ସମ୍ପୂର୍ଣ ଜୟଭୀତ ହୋଇପ‌ଡିଛନ୍ତି । ତେଣୁ କେବଳ ଛୋଟ୍ ହାତେଇବା ପାଇଁ ଏବଂ ନିଜର ପ୍ରଚାର କରିବା ପାଇଁ ପ୍ରତିଦିନ ଗୋଟିଏ ପରେ ଗୋଟିଏ ଯୋଜନା ଘୋଷଣା କରିଚାଲିଛନ୍ତି । ସମାନ ଭାବେ ୨୦୧୯ ନିର୍ବାଚନ ପୂର୍ବରୁ ପିଠା, ନିଜୁ ଯୁବ ବାହିନୀ, ଆମ ଗାଁ ଆମ ବିକାଶ ଭଳି ଅନେକ ଯୋଜନା ଆସିଥିଲା । କିନ୍ତୁ ସେ ଯୋଜନା ଏବେ ଭଲା ନୂଆବେ । ୪ ଦିନ ତଳେ ଭାରତ ସରକାରଙ୍କ ଏନ୍‌ଏସର ଏନ ତିପୋର୍ଟ ଆସିଛି। ଏହି ତିପୋର୍ଟ ଅନୁଯାୟୀ, ପ୍ରତ୍ୟନ ଭାରତୀୟଙ୍କ ଜର୍ଜ ଗତ ୧୦ ବର୍ଷରେ ୩ଗୁଣା ବଢ଼ିଛି । ଗ୍ରାମାଂଚଳ ଲୋକଙ୍କ ଖର୍ଚ ପାଖାପାଖି ୩,୮୦୦ ଥିବାବେଳେ ସହରାଂଚଳ ଲୋଡ଼ଙ୍କ ଖର୍ଚ ୬ ହଜାର ୫ଶହ ଟଙ୍କା ହେଲାଣି। ଏହାର ମୁଖ୍ୟ କାରଣ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି । ବର୍ତମାନ ୫ଜଣିଆ ସଦସ୍ୟ ବିଶିଷ୍ଟ ଏକ ଗ୍ରାମକ ପରିବାର ମାସକୁ ୨୦ହଜାର ଟଙ୍କା ଓ ସହ‌ରାଂଚଳ ଭୋକ ୩୦,୫୦୦ ଟଙ୍କା ଖର୍ଚ ଦରକାର କରୁଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୃଷକଙ୍କ ଆୟ ଦୁଇଗୁଣା କରିବାକୁ ଘୋଷଣା କରିଥିବାବେଳେ ବର୍ତମାନ ସୁଦ୍ଧା ତାହା କରିପାରିନାହାନ୍ତି, ଅଥଚ ଖର୍ଚ ଦିନିଗୁଣା ବଢ଼ିଗଲାଣି । ନବୀନ ସରକାରଙ୍କ ଏତେ ସବୁ ଯୋଜନା ସଙ୍ଗେ ତାଜ୍ୟରେ ଚାଷୀ, ଖଟ, ଭାଗନାସୀ, ଦିନମଜୁଘିଆ ଓ ମହିଳାମାନଙ୍କ ଆୟ ତିନିଗୁଣ ବଢ଼ିଛି କି ବୋଲି ଡ. ମହାକି ପ୍ରଶ୍ନ କରିଛନ୍ତି । ସେ କହିଛବି ଯେ ରାଜ୍ୟରେ ବର୍ତମାନ ଏମ୍‌ଜିଏନଆଇଇକି ଏସ୍‌ରେ ଶ୍ରମିକଙ୍କୁ ମାତ୍ର ୨୨୦ ଟଙ୍କା ମିଳୁଥିବାବେଳେ ଦୈନିକ ମହୂରୀ ମାତ୍ର ୩୪୫ ଡଙ୍କା ମିଳୁଛି। ପଡ଼ୋଶୀ ରାଜ୍ୟ ତେଲଙ୍ଗାନାରେ ଲୋକଙ୍କୁ ମାସିକ ଉଡା ୨ହଜାର, ଆନ୍ଧ୍ର ପ୍ରଦେଶରେ ୩ହାର ଓ ଅନ୍ୟ କେତେକ ରାଜ୍ୟରେ ୪ ୱଜାର ଟଙ୍କା ପର୍ଯ୍ୟନ୍ତ ଭତା ମିଳୁଥିବାବେଳେ ବିଜେଡି ସରକାର ଏତେ ବର୍ଷର ଶାସନ ପରେ ଏବେ ଇନା ଟଙ୍କା ୫ଶଜରୁ ୧ହଜାର ଟଙ୍କାକୁ ବଢ଼ାଇ ଦକ୍ଷ ହା ନେଉଛନ୍ତି । ରାଜ୍ୟରେ କୃଷି ନକେଟ ରହିଥ‌ିବାବେଳେ ଚାଷୀଙ୍କ ଜମିକୁ ଜଳସେଚନ, ଏମଏପି, ସମିତି ଆଦି ମିଳିପାରିଲାନି । ସେମାନଙ୍କ ଆୟ ବଢ଼ିପାରିଲାନି । ଅନ୍ୟପକ୍ଷରେ ଏବେ ଯୁବ ଦଡେଟ କଥା କହି ସରକାର ଯୁବବର୍ଗଙ୍କୁ ଭତ୍ତାଇବାକୁ ବସିଛନ୍ତି । ସ୍ଟମ ଯୋଜନାରେ ସରକାର ୧ଲକ୍ଷ ଟଙ୍କା ଲେଖାଏ ଦେବାକୁ ପୋଷଣା କରିଛନ୍ତି । ଏହି ଯୋଜନା ମାତ୍ର ୬ ବର୍ଷ ଚାଲିବ । ତେବେ ଏହି ୧ଲକ୍ଷ ଟଙ୍କା ନେଇ ୨ ବର୍ଷ ମଧ୍ୟରେ ଯୁବବର୍ଗ ସ୍ୱାବଲମ୍ବୀ ହୋଇପାରିବେ କି ବୋଲି ଡ.ମହାକି ପ୍ରଶ୍ନ କରିଛନ୍ତି। ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଭଳି ଆମ ମହାପୁରୁଷମାନଙ୍କ ଓଡ଼ିଶାକୁ ଆଜି ନବୀନ ଓଡ଼ିଶା ନାମରେ କରିନେବାକୁ ‘ନୂଆ ଓ-ନବୀନ ଓଡ଼ିଶା କରାଯାଉଛି । ଏହି ଯୋଜନାରେ କୋଟି କୋଟି ଟଙ୍କା ହରିଲୁଟ୍ କରି ରାଜ୍ୟ ସରକାର ଓଡ଼ିଆଙ୍କୁ ଶଙ୍ଖ ମାର୍ଜା ଦୁଇଟି ତାମିଲ ଅଖା ବ୍ୟାଗ ଧରାଇ ଦେଇଛନ୍ତି । ଯାହାର ପରିଣାମ ଆଜି ସ୍କୁଲ କଲେଜରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀମାନେ କନ୍ଧରେ ଅଖା ବ୍ୟାସ ପକାଇ ନାଳୁଛନ୍ତି । ବର୍ତମାନ ରାଜ୍ୟରେ ଯୁବବର୍ଗଙ୍କ ସଂଖ୍ୟା ୩୪ ପ୍ରତିଶତ। ସେମାନଙ୍କ ଭବିଷ୍ୟତକୁ ରାଜ୍ୟ ସରକାର ନଷ୍ଟ କରିବାକୁ ବସିଛନ୍ତି । ସେହିପରି ଭାରତୀୟ ଜନତା ପାର୍ଟିକୁ ସମାଲୋଚନା କରି ଡ. ମହାନ୍ତି କହିଛନ୍ତି, କଂଗ୍ରେସ ଶାସନ ସମୟରେ ଓଡ଼ିଶା ରାଜ୍ୟ ବଜେଟର ୪୭ ପ୍ରତିଶତ ଅର୍ଥ କେନ୍ଦ୍ରରୁ ମିଳିଥିଲା । କିନ୍ତୁ ମୋଦି ସରକାର ୨୦୧୪ରୁ ୨୦୨୪ ମଧ୍ୟରେ ଓଡ଼ିଶାକୁ ରାଜ୍ୟ ବଜେଟର ମାତ୍ର ୪୧ ପ୍ରତିଶତ ଦେଇଛନ୍ତି। ପ୍ରତିଶତ କମ୍ ଅର୍ଥ ଦେଇଥୁଲେ ମଧ୍ୟ ମୋଦି ସରକାର ସବୁଠି ଅଧୁକ ଅନୁଦାନ ଦେଇଥିବା କହି ମିଥ୍ୟା ପ୍ରଚାର ଚଳାଇଛନ୍ତି। ତେଣୁ ରାଜ୍ୟବାସୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଥ୍ୟା ପ୍ରଚାରରେ ଭୂମିତ ନ ହେବାକୁ ଚ. ମହାକି ଅନୁରୋଧ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ପ୍ରଶାନ୍ତ ଶତପଥୀ, ଅଭିଷେକ ମହାନନ୍ଦ ଓ ଜୟଶ୍ରୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଦଳୀୟ ପ୍ରଚାର ପାଇଁ ରାଜ୍ୟ ରାଜକୋଷ ଲୁଟୁଛନ୍ତି ବିଜେଡି ସରକାର: ଡ. ବିଶ୍ୱରଞ୍ଜନ ମହାନ୍ତି