ନମୋ ଯୁବ ମାରାଥନ" ପାଇଁ ବ୍ୟାପକ ପ୍ରସ୍ତୁତି
ଆଦରଣୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନନୀୟ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ ୭୫ ତମ ଜନ୍ମ ଦିବସ ଅବସରରେ ଆସନ୍ତା ସେପ୍ଟେମ୍ବର ୨୧ ତାରିଖ ଦିନ ଆୟୋଜିତ ହେବାକୁ ଥିବା "ନମୋ ଯୁବ ମାରାଥନ୍"ର ଜର୍ସି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ |
ଯୁବପିଢ଼ି ଆମ ରାଜ୍ୟ ତଥା ଦେଶର ପ୍ରଗତିର କର୍ଣ୍ଣଧାର । ଯୁବପିଢ଼ିଙ୍କୁ ନିଶାକବଳରୁ ମୁକ୍ତ ରଖିବା ପାଇଁ ବ୍ୟାପକ ସଚେନତାର ଆବଶ୍ୟକତା ରହିଛି।
'ନିଶା ମୁକ୍ତ ଭାରତ'ର ବାର୍ତ୍ତା ନେଇ ଆୟୋଜିତ ହେଉଥିବା ଏହି ଗଣଦୌଡ଼ରେ ବିପୁଳ ସଂଖ୍ୟକ ଯୁବଗୋଷ୍ଠୀ ଓ ଛାତ୍ରଛାତ୍ରୀ ସାମିଲ ହୋଇ ଏକ ମହତ ଉଦ୍ଦେଶ୍ୟର ଭାଗୀଦାର ହେବାକୁ ଅନୁରୋଧ କରାଯାଇଛି