ନାଲକୋ ପ୍ରତିଷ୍ଠା ଦିବସ ଅଭିଭାଷଣ ଶୃଙ୍ଖଳାର ୨୩ତମ ସଂସ୍କରଣ ଆଜି ଭୁବନେଶ୍ବରରେ ଅନୁଷ୍ଠିତ ହୋଇଯାଇଛି।

Jan 8, 2026 - 14:01
 6
ନାଲକୋ ପ୍ରତିଷ୍ଠା ଦିବସ ଅଭିଭାଷଣ ଶୃଙ୍ଖଳାର ୨୩ତମ ସଂସ୍କରଣ ଆଜି ଭୁବନେଶ୍ବରରେ ଅନୁଷ୍ଠିତ ହୋଇଯାଇଛି।

ଭୁବନେଶ୍ବର, ତା ୦୬।୦୧।୨୦୨୬ ରିଖ: ନାଲକୋ  ପ୍ରତିଷ୍ଠା ଦିବସ ଅଭିଭାଷଣ ଶୃଙ୍ଖଳାର ୨୩ତମ ସଂସ୍କରଣ ଆଜି ଭୁବନେଶ୍ବରରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠା ଦିବସ ଅଭିଭାଷଣ ହେଉଛି ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଲୋକ ଲାକ ଉଦ୍ୟୋଗ, ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ)ର ଏକ ପ୍ରମୁଖ ବାର୍ଷିକ କାର୍ଯ୍ୟକ୍ରମ ଯାହା କମ୍ପାନୀର ଚିନ୍ତାଧାରା ନେତୃତ୍ବ ଏବଂ ଜ୍ଞାନ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବାର ମାଧ୍ୟମ ଅଟେ I କ୍ରମରେ ଟାଟା ଷ୍ଟିଲ୍ ଲିମିଟେଡର ସିଇଓ ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଟି. ଭି. ନରେନ୍ଦ୍ରନ "ନେତୃତ୍ବ: ରୂପାନ୍ତରର କଳା'' ବିଷୟବସ୍ତୁ ଉପରେ ପ୍ରତିଷ୍ଠା ଦିବସ ସ ଅଭିଭାଷଣ ପ୍ରଦାନ କରିଥିଲେI ଏହି

ପ୍ରାରମ୍ଭରେ, ବୈଠକର ଅଧ୍ଯକ୍ଷତା କରି, ନାଲକୋ ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ, ନାଲକୋ ପ୍ରତିଷ୍ଠା ଦିବସ ଅଭିଭାଷଣ ଶୃଙ୍ଖଳାକୁ ଜ୍ଞାନ ଆଦାନ ପ୍ରଦାନ ଏବଂ ସାମୂହିକ ଶିକ୍ଷା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପ୍ଲାଟଫର୍ମ ବୋଲି ବର୍ଣ୍ଣନା କରିଥିଲେ I ସେ ନାଲକୋର ସମସ୍ତ କର୍ମଚାରୀ, ଚୁକ୍ତିଭିତ୍ତିକ କର୍ମଚାରୀ, ଅଂଶୀଦାର ଏବଂ କମ୍ପାନୀର ଦୂରଦୃଷ୍ଟିସମ୍ପନ୍ନ ପ୍ରତିଷ୍ଠାତା ନେତୃତ୍ୱଙ୍କ ପ୍ରତି ସେମାନଙ୍କର ଅଭିବୃଦ୍ଧି ଯାତ୍ରାରେ ନିରନ୍ତର ଅବଦାନ ପାଇଁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଥିଲେ I ଶ୍ରୀ ସିଂହ ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ନାଲକୋର ରେକର୍ଡ ପ୍ରଦର୍ଶନ କର୍ମଚାରୀଙ୍କ ଉତ୍ସର୍ଗୀକୃତ ପ୍ରୟାସ ନିମନ୍ତେ ସମ୍ଭବ ହୋଇପାରିଛି ବୋଲି କହିଥିଲେ I ଏହି ପ୍ରୟାସ ଯୋଗୁଁ କମ୍ପାନୀ ଭୌତିକ, ବିକ୍ରୟ ଏବଂ ଆର୍ଥିକ କ୍ଷେତ୍ରରେ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ହାସଲ କରିଛି। ଉନ୍ନତି ଏକ ନିରନ୍ତର ପ୍ରକ୍ରିୟା ବୋଲି ଉଲ୍ଲେଖ କରିବା ସହ ନିରନ୍ତର ଉତ୍କର୍ଷତା ପାଇଁ ଶିକ୍ଷା, ଅନୁକୂଳନ ଏବଂ ସାଂଗଠନିକ ପ୍ରତିବଦ୍ଧତା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ପ୍ରତିଷ୍ଠା ଦିବସ ଅଭିଭାଷଣ ପ୍ରଦାନ କରି, ଶ୍ରୀ ଟି. ଭି. ନରେନ୍ଦ୍ରନ୍ ନେତୃତ୍ବ ପାଇଁ ପରିବର୍ତ୍ତନ, ଅନୁକୂଳନ, ସ୍ଥିରତା, ନବସୃଜନ ଏବଂ ପ୍ରଯୁକ୍ତିର ପ୍ରଭାବଶାଳୀ ବ୍ୟବହାରର ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ I ସେ କହିଥିଲେ ଯେ, ଶିଳ୍ପ କ୍ଷେତ୍ରରେ