ପୋଖରୀରେ ବୁଡି ମହିଳା ମୃତ
ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ବାହିଆବରାଦଣ୍ଡା ଗାଁରେ ମହିଳା ଜଣକ ଲୁଗା ସଫା କରିବାକୁ ପୋଖରୀ ତୁଠକୁ ଯାଇଥିଲେ । ଦୀର୍ଘ ସମୟ ଧରି ନଫେରିବାରୁ ପରିବାର ଲୋକେ ସନ୍ଦେହ କରିଥିଲେ । ଶେଷରେ ବହୁ ଖୋଜା ଖୋଜି କରିଥିଲେ । ତାଙ୍କ ପିନ୍ଧା ଶାଢ଼ୀ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା । ଏହାପରେ ପୋଖରୀ ଭିତରେ ପରିବାର ଲୋକେ ଖୋଜାଖୋଜି କରିବାରୁ ପାଣି ଭିତରୁ ତାଙ୍କର ମୃତଦେହ ମିଳିଥିଲା। ଏହି ଘଟଣା ଯୋଗୁ ସାରା ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
